କୁଳିଅଣା : କୁଲିଅଣା ବ୍ଲକ ରେ ଜିଲ୍ଲା ସ୍ତରୀୟ ଅଣ୍ଡା ଦିଆ କୁକୁଡ଼ା ପାଳନ ଦକ୍ଷତା ଅଭିବୃଦ୍ଧି ତାଲିମ ଶିବିର ଗତ ୨୬ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ସଫଳତାର ସହିତ ଅନୁଷ୍ଠିତ ହୋଇସାରିଛି | ଏହି ତାଲିମ ଶିବିର କୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା: କଳ୍ପତରୁ ସ୍ୱାଇଁ ଉଦ୍ଘାଟନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ସଂମାନନିଅ ରେ ଅତିଥି ଭାବେ ଏ .ଡ଼ି .ଭି . ଓ ଡା: ଅରକେନ୍ଦୁ ପାତ୍ର ,ଡା: ଦେବବ୍ରତ ଦାସ ,ଡା: ଗୋପାଳ ଚରଣ ବଳ ,ସାମାଖୁଣ୍ଟା ଏ .ଭି .ଏ .ଏସ ଡା: ସମ୍ବିତ କୁମାର ମାନସିଂ ଏବଂ ମୁଖ୍ୟ ବକ୍ତା ଭାବରେ ଏସ .ଡ଼ି .ଭି .ଓ ଭଗବତ ଘୋଷ ଉପସ୍ଥିତ ରହି ଅଣ୍ଡା ଦିଆ କୁକୁଡ଼ା ପାଳନ ସମ୍ପର୍କ ରେ ନିଜର ମତ ବ୍ୟକ୍ତ କରିବା ସହ କୁକୁଡ଼ା ଚାଷ ତାଲିମ ବିଷୟ ରେ ବହୁ ଗୁରୁତ୍ବ ପୁର୍ଣ ତଥ୍ୟ ଉପସ୍ଥାପନା କରିଥିଲେ | କୁଳିଅଣା ଗୋଷ୍ଟି ପ୍ରାଣୀ ଚିକିତ୍ସା ଅଧିକାରୀ ଡା: ଉତ୍ତମ କୁମାର ବେହେରା ତାଲିମ ଶିବିର କୁ ସୁଚାରୁ ରୂପେ ପରିଚାଳନା କରିବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଅନ୍ୟମାନଂକ ମଧ୍ୟ ରେ ପତିହିଂଜI ଭି .ଏ .ଏସ ଡା: ସିତେଶ କୁମାର ମହାପାତ୍ର ,,ଚାନ୍ଦୁଆ ଭି .ଏ .ଏସ ଡା:ବିଶ୍ଵଦୀପ ବେହେରା ଭି .ଏ .ଏସ ଡା: ଗପାକ୍ରିଷ୍ଣା ମହାନ୍ତି ,ଏମ .ଭି .ୟୁ ଭି .ଏ .ଏସ ଡା: ଶୁଭସ୍ନିଗ୍ଧା ହୁଈ ,ରାଜେଶ କୁମାର ରାଉତ , ମହେନ୍ଦ୍ର କୁମାର ସିଂ ,ବିମଲ କୁମାର ଗୋଛୟତ , ଗୌତମ ଦାସ ପ୍ରମୁଖ ପ୍ରାଣୀ ଚିକିତ୍ସା କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସାହାଯ୍ୟ କରିଥିଲେ | ଶେଷରେ ଏମ .ଭି .ୟୁ ଭି .ଏ .ଏସ ଡା: ଶୁଭସ୍ନିଗ୍ଧା ହୁଈ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | କୁଳିଅଣା ବ୍ଲକ ର ବିଭିନ୍ନ ପ୍ରାନ୍ତ ରୁ ପ୍ରାୟ ୨० ଜଣ ରୁ ଅଧିକ ଚାଷୀ ଶିବିର ରେ ଉପସ୍ଥିତ ରହି ତାଲିମ ଗ୍ରହଣ କରି ଥିଲେ |