କୁଆଖିଆ : ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରର ରାଜା କମୁନିକେସନ ଦୋକାନରୁ ଗତ ୨୧ ତାରିଖ ରାତିରେ ଚୋରମାନେ ୬ ଲକ୍ଷ ଟଙ୍କାର ମୋବାଇଲ ଚୋରି କରି ନେଇ ପଳାଇ ଯାଉଥିବା ବେଳେ କୁଆଖିଆ ପୁଲିସ ୪ ଦିନ ପରେ ଆଜି ୩ ଚୋରଙ୍କୁ ଗିରଫ କରିଛନ୍ତି । ପ୍ରକାଶଯେ କୁଆଖିଆ ରାଜା କମୁନିକେସନ ଦୋକାନର ସମୁଖ ଦରଜା ଚାବିକୁ ଗତ ୨୨ ତାରିଖ ରାତିରେ ଆଡିପାତରେ ଭାଙ୍ଗି ୩ ଜଣ ଚୋର ୫୨ ଗୋଟି ଦାମି ଆଣ୍ଡôଏଡ ସେଟ ଚୋରିକରି ନେଇ ପଳାଇ ଯାଇଥିଲେ ।
ଏହି ଘଟଣାରେ କୁଆଖିଆ ପୁଲିସ ଗତ କାଲି ରାତିରେ ବ୍ରହ୍ମବରଦା ଫାଣ୍ଡି କୋଠ ଢିହ ଗ୍ରାମର ଏସକେ ଅମିର ଉଲ୍ଲାଙ୍କ ପୁଅ ମୋଇନିଲୁ ଇସଲାମ ଓ ସାମସୁଦିନ ଖାଁ ଙ୍କ ପୁଅ ଅକ୍ତତର ଖାଁ ଏବଂ ଧର୍ମଶାଳା ଥାନା ଚାନ୍ଦପୁର ଗ୍ରାମର ଏସକେ ମେହେବୁବ ଆଲମ ଙ୍କ ପୁଅ ସୋଏବ ଆଲମ ଏହି ତ୍ରୟଙ୍କୁ ତାଙ୍କ ଗ୍ରାମରୁ ଗିରଫ କରିଥିଲେ । ସେମାନଙ୍କୁ ପାଖରୁ ବାକି ୨ଟି ମୋବାଇଲି ନଗଦ ୭ ହଜାର ଟଙ୍କା ପୁଲିସ ଆଜି ଜବତ କରିଥିଲା । ସେହିପରି ଚୋରି ହେଇଥିବା ମୋବାଇଲି ଗୁଡିକୁ କୁଆଖିଆ ପୁଲିସ ସେହିଦିନ ରାତି ପେଟ୍ରୋଲିଙ୍ଗରେ ମୁଗୁପାଳ ଠାରେ ପଡି ଥିବା ଦେଖି ସେଠାରୁ ୫୦ ଗୋଟି ଦାମି ଆଣ୍ଡôଏଡ ସେଟ,ଗୋଟିଏ ଟାବଲେଟ ସେଲ ଫୋନ, ୫ଟି ପାଉଆରବ୍ୟାଙ୍କ ଚାର୍ଜ ବ୍ୟାଟ୍ରି,୨ଟି ଇୟରଫୋନ ଯାହାର ଆନୁମାନିକ ମୁଲ୍ୟ ୬ ଲକ୍ଷ ଟଙ୍କା ହେବ ତାହାକୁ ଘଟଣା ସ୍ଥଳରୁ ଉଦ୍ଧାର କରି ଦୋକାନିକୁ ହସ୍ତାନ୍ତର କରିଥିଲେ ।
ଚୋରଙ୍କ ସମ୍ପର୍କରେ ରାଜା କମୁନିକେସନ ମାଲିକ ପ୍ରଭାତ କୁମାର ସାହୁ ଙ୍କ ମୋବାଇଲ ଦୋକାନର ଚୋରି ହୋଉଥିବା ଦୃଶ୍ୟ ସିସି ଫୁଟେଜରୁ ଦେଖିବା ପରେ କୁଆଖିଆ ପୁଲିସ ଅନୁସନ୍ଦାନ ଜାରିରଖିଥିଲେ । ସେମାନଙ୍କୁ ଆଜି କେସନଂ-୨୪୧ ରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଅପର ପକ୍ଷରେ ଚୋରିି ହୋଇଥିବା ରାତିରେ କୁଆଖିଆ ଥାନା ପୁଲିସ ଏସଆଇ ଅନିତା ପ୍ରଧାନଙ୍କ ସହ ଅନ୍ୟ କର୍ମଚାରୀ ବଜାର ପାଖା ପାଖି ଅଂଚଳ ଏବଂ ମୁଗୁପାଳ ଛକରେ ଛାନଭିନ କରୁଥିଲେ । ଏହି ସମୟରେ ମୁଗୁପାଳ ଛକ ଆଇସିଆଇ ବ୍ୟାଙ୍କ କଡରେ ଅନ୍ଧାରରେ ଜଣେ ଠିଆ ହୋଇଥିବା ଦେଖିଥିଲେ । ସନ୍ଦିଗ୍ଧ ଯୁବକ ପାଖକୁ ପୁଲିସ ଯିବାରୁ ସେଠାରେ ଥିବା ଯୁବକ ଜଣଙ୍କ ଓ ଦୁରରେ ଥିବା ତାର ସାଥୀ ୨ଜଣ ଯୁବକ ଦୃତ ଗତିରେ ଦୈାଡି ପଳାଇଥିଲେ । କୁଆଖିଆ ପୁଲିସ ସେଠାରେ ପଡି ଥିବା ୫୦ ଗୋଟି ଦାମି ଆଣ୍ଡôଏଡ ସେଟ,ଗୋଟିଏ ଟାବଲେଟ ସେଲ ଫୋନ, ୫ଟି ପାଉଆରବ୍ୟାଙ୍କ ଚାର୍ଜ ବ୍ୟାଟ୍ରି,୨ଟି ଇୟରଫୋନ ଯାହାର ଆନୁମାନିକ ମୁଲ୍ୟ ୬ ଲକ୍ଷ ଟଙ୍କା ହେବ ତାହାକୁ ଘଟଣା ସ୍ଥଳରୁ ଉଦ୍ଧାର କରିଥିଲେ ।