କାଜାକିସ୍ତାନ ର ଅକ୍ଟୋ ସହର ନିକଟରେ ବୁଧବାର ଡିସେମ୍ବର ୨୫ ତାରିଖରେ ଯାତ୍ରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ମଧ୍ୟ ଏସିଆ ଦେଶର ଅପାତକାଳୀନ ଷ୍ଟିକୀ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି, ବିମାନ ର କିଛି ଲୋକ ଜୀବିତ ଅଛନ୍ତି l ଦୁର୍ଘଟଣା ତୁରନ୍ତ ପରେ ଅପାତକାଳୀନ ସେବା ଘଟଣା ସ୍ଥଳରେ ପହଂଚି ଯାଇଥିଲା, ବିମାନ ରେ ଲାଗିଥିବା ନିଆଁ କୁ ଦ୍ରୁତ ବେଗରେ ଲିଭା ଯାଇଥିଲା, ଏହି ବିମାନ ଅଜରବୈଜନ ଏୟାରଲାଇନ୍ସ ସଞ୍ଚାଳିତ କରିଥାଏ l
ଏହି ବିମାନ ଟି ରୁଷ ଅଭିମୁଖେ ଯାଉଥିଲା, କିନ୍ତୁ ଘନ କୁହୁଡି କାରଣରୁ ଏହାର ରୁଟ ପରିବର୍ତ୍ତନ କରାଯାଇ ଥିଲା l ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁସାରେ ବିମାନ ରେ ୧୦୫ ଜଣ ଯାତ୍ରୀ ଏବଂ ୫ଜଣ କ୍ରୁ ମେମ୍ବର ଥିଲେ l ମିଳିଥିବା ସୂଚନା ଅନୁସାରେ ୨୫ ଜଣ ଯାତ୍ରୀ ବର୍ତମାନ ଜୀବିତ ଅଛନ୍ତି ଏବଂ ସେଥିମଧ୍ୟରୁ ୨୨ ଜଣଙ୍କୁ ଡାକ୍ତରଖାନା ରେ ଭର୍ତି କରାଯାଇଛି l କିନ୍ତୁ ଦୁର୍ଘଟଣା କୁ ନେଇ ଅଯରବୈଜାନ ଏୟାର ଲାଇନ୍ସ ପକ୍ଷରୁ କୌଣସି ସୂଚନା ମିଳିନାହିଁ l ଏହି ଘଟଣା ବିମାନ ର ସୁରକ୍ଷା ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇଯାଇଛି l