Odisha news

କୋରାପୁଟ ଜିଲ୍ଲାରେ ଆର ଏମ ଆର ସିର ନଅ ଜଣିଆ ଟିମ ଜିଲ୍ଲାର ୧୦ ଟି ସ୍ଥାନରେ ସେରସର୍ଭେ କଲେ

ବୋରିଗୁମ୍ମା (କେ.ସାକିଲି ଦୋରା)—- କୋରାପୁଟ ଜିଲ୍ଲାରେ ରେ ଆର ଏମ ଆର ସି ର ନଅ ଜଣିଆ ଟିମ ସେରସର୍ଭେ କରିବା ପାଇଁ ପହଂଚିଛନ୍ତି। ଏହି ଜିଲ୍ଲାର ବିଭିନ୍ନ ବ୍ଲକରେ ର ୧୦ ଗୋଟି ସ୍ଥାନରେ ରକ୍ତ ନମୁନା ସଂଗ୍ରହ କରି ଭୁବନେଶ୍ୱର ନେବେ। ଆର ଏମ ଆର ସି ଭୁବନେଶ୍ୱର ନଅ ଜଣିଆ ଟିମ ରେ ବୈଜ୍ଞାନିକ, ଡାକ୍ତର, ଲେବରେଟୋରୀ ଟେକ୍ନିସିଆନ ରହିଛନ୍ତି।
ବୋରିଗୁମ୍ମା ବ୍ଲକର ସସାହାଣ୍ଡି ଠାରେ ଆର ଏମ ଆର ସି ର ବିରେନ କୁମାର ପାଢୀ ଙ୍କ ସହ ସସାହାଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ଵାସ୍ଥ୍ୟ କର୍ମଚାରୀ ମାନେ ସସାହାଣ୍ଡି ଠାରେ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ଏହି ସେରସର୍ଭେ ଦ୍ୱାରା ଜଣେ ବ୍ୟକ୍ତି ଙ୍କ ଦେହରେ କେତେ ଆଣ୍ଟି ବଡି ରହିଛି ତାହା ସ୍ୱଷ୍ଟ ହୋଇଯିବ ବୋଲି କହିଛନ୍ତି ଆର ଏମ ଆର ସି ର ଅଧିକାରୀ ବିରେନ କୁମାର ପାଢୀ। ସସାହାଣ୍ଡି ରେ ମୋଟ ବିଭିନ୍ନ ବୟସ ର ୪୦ ଜଣ ବ୍ୟକ୍ତି ଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରିଥିଲେ।
ରକ୍ତ ନମୁନା ଦେଇଥିବା ଲୋକ ମାନେ ହେଲେ ସାବିତ୍ରୀ ହରିଜନ ବୟସ ୫୫,କୃଷ୍ଣ ଚନ୍ଦ୍ର ନାୟକ ବୟସ ୬୩ ବର୍ଷ, ପିଣ୍ଟୁ ହରିଜନ ବୟସ ୬୮ ବର୍ଷ, ଧନମଣି ଖରା ବୟସ ୪୭ ବର୍ଷ, ନନ୍ଦ ଗଣ୍ଡ ବୟସ ୬୦ ବର୍ଷ, ପ୍ରିୟଙ୍କା ଖରା ବୟସ ୧୧ବର୍ଷ ଓ ,ଅନ୍ୟମାନେ।ସସାହାଣ୍ଡି ର ସ୍ୱାସ୍ଥ୍ୟ କର୍ମଚାରୀ ସୁଧାଂଶୁ ଶେଖର ଡାକୁଆ, ଏ ଏନ ଏମ ଇତିଶ୍ରୀ ଶତପଥୀ, ଅଙ୍ଗନବାଡି କର୍ମୀ ବିନତି ସସମାଲ,ସୁକାନ୍ତି ପୂଜାରୀ, ପୂର୍ଣ ଗଦବା ଓ ନଳିନୀ ନାୟକ ରକ୍ତ ନମୂନା ସଂଗ୍ରହ ରେ ସହଯୋଗ କରିଥିଲେ। ଏହି ରକ୍ତ ନମୁନା କୁ ଭୁବନେଶ୍ୱର ସ୍ଥିତ ଲାବୋରେଟୋରି କୁ ପଠାଯିବ। ସେହିଭଳି ଆର ଏମ ଆର ସି ଅନ୍ୟମାନେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କୋରାପୁଟ ବ୍ଳକ, ଲମତାପୁଟ, ବୈପାରିଗୁଡା, କୋଟପାଡ଼ ଓ ଲଷ୍ମୀପୁର ବ୍ଳକ ରେ ପହଞ୍ଚି ସେରସର୍ଭେ କରିଛନ୍ତି। ଆର ଏମ ଆର ସି ଏହି ଟିମ ଜିଲ୍ଲାରେ ଦୁଇ ତୁ ତିନି ଦିନ ରହି ସେରସର୍ଭେ କରିବେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।
Nalco

Comments are closed.