ସୂର୍ଯ୍ୟମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ : ବିପଦରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର, ସୁରକ୍ଷା ବ୍ୟବସ୍ଥା ଢିଲା , ଆତଙ୍କି” ରେକି” କୁ ନେଇ ଆଶଙ୍କା
କୋଣାର୍କ : ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଉପରେ ମଙ୍ଗଳବାର ସକାଳେ ଏକ ଦ୍ରୋନ ବିନା ଅନୁମତି ରେ ଦୀର୍ଘ ସମୟ ଧରି ଘୁରିବୁଲି ଫଟୋ ଉତ୍ତୋଳନ କରିବାକୁ ନେଇ ସୂର୍ଯ୍ୟ ମନ୍ଦିର ର ସୁରକ୍ଷା କୁ ନେଇ ପୁଣି ଚର୍ଚା ଜୋର ଧରିଛି । ଓଡିଶାର ବିଭିନ୍ନ ଐତିହ୍ୟସ୍ଥଳୀ ଉପରେ ଆତଙ୍କି ଆକ୍ରମଣ ଆଶଙ୍କା କୁ ନେଇ ଗୁଇନ୍ଦା ଖବର ରହିଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ନେଉ ସତର୍କତା ଅବଲମ୍ବନ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ନିର୍ଦେଶ ଦେଇଥିବା ଜଣାଯାଇଛି। ଏ ନେଇ ଜାତୀୟ ସୁରକ୍ଷା ଗାର୍ଡ( ଏନ ଏସଜି) ଗତ ମାର୍ଚ୍ଚ ମାସ ୧୮ତାରିଖ ଦିନ ଏନଏସଜି କମାଣ୍ଡୋ ର ଏକ ସ୍ୱତନ୍ତ୍ର ଟିମି ଆସି ସୁରକ୍ଷା ସ୍ଥିତି ଅନୁଧ୍ୟାନ କରିବା ସହିତ କିପରି ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର କୁ ସମ୍ଭାବ୍ୟ ଆତଙ୍କି ଆକ୍ରମଣ ରୁ ସୁରକ୍ଷା ଦିଆଯାଇପାରିବ ସେଠି ନେଇ ବିସ୍ତୃତ ତଥ୍ୟ ଅନୁଧ୍ୟାନ କରି ଦ୍ରୋନ ମାଧ୍ୟମରେ ଫୋଟୋ ଉତ୍ତୋଳନ କରି ସମୀକ୍ଷା ପାଇଁ ନେଇଥିଲେ ।ଅନରୁପ ଭାବେ ପୁରୀ,ଭୁବନେଶ୍ୱର ଗ୍ରସ୍ତକରି ଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ସ୍ଥିତି କୁ ଅନୁଧ୍ୟାନ କରି ରିପୋର୍ଟ ସଂଗ୍ରହ କରିଥିଲେ ।ଗୁଇନ୍ଦା ରିପୋର୍ଟ କୁ ନେଇ ବିଶ୍ୱଐତିହ୍ୟ ସୁରକ୍ଷା କୁ ନେଇ ସ୍ଥିତି ଗମ୍ଭୀର ଥିଲା ବେଳେ ଏଏସଆଇ ର ଏପରି ଢିଲା ପଣ ପାଇଁ ଏବେ ସୂର୍ଯ୍ୟ ମନ୍ଦିର ର ସୁରକ୍ଷା ବିପଦରେ ଥିବା ଦେଖାଯାଇଛି ।
ସୂର୍ଯ୍ୟ ମନ୍ଦିର ର ସୁରକ୍ଷା ଓ ସରଣକ୍ଷଣ ନେଇ ଏଏସଆଇ ନିଜ ତତ୍ୱବାଧାନ ରେ ରଖିଥିଲା ବେଳେ ଏଏସଆଇ ର ଏପରି ଅବହେଳା ପାଇଁ ସୂର୍ଯ୍ୟମନ୍ଦିର ର ସୁରକ୍ଷା କୁ ନେଇ ଏବେ ଚିନ୍ତାର କାରଣ ପାଲଟିଛି ।ମଙ୍ଗଳବାର ସଖାଲୁ ସୂର୍ଯ୍ୟ ମନ୍ଦିର କୁ ବୁଲି ଆସିଥିବା କେତେକ ପର୍ଯ୍ୟଟକ ସୁରକ୍ଷା ବ୍ୟବସ୍ଥା ର ଉଲଘଂନ କରି ସୂର୍ଯ୍ୟମନ୍ଦିର ଉପରେ ଦ୍ରୋନ ଉଡାଇ ନିର୍ଭୟ ରେ ଚିତ୍ର ଉତ୍ତୋଳନ କରୁଥିବା ଦେଖାଯାଇଥିଲା।ସୂର୍ଯ୍ୟମନ୍ଦିର ର ସୁରକ୍ଷା ନିମନ୍ତେ ଏଏସଆଇ ପକ୍ଷରୁ କର୍ମଚାରୀ ଓ ସୁରକ୍ଷା କର୍ମୀ ଦିନରାତି ଜଗିବା ପାଇଁ ନିଯୋଜିତ ହୋଇଥିଲା ବେଳେ କିପରି ଭାବେ ଏହି ପର୍ଯ୍ୟଟକ ମାନେ ବିନା ଅନୁମତିରେ ଏହି ଦ୍ରୋନ ସୂର୍ଯ୍ୟ ମନ୍ଦିର ଉପରେ ଦିବଲୋକରେ ଉଡାଇ ଫଟୋ ଉତ୍ତୋଳନ କଲେ ତାକୁ ନେଇ ସୂର୍ଯ୍ୟମନ୍ଦିର ର ସୁରକ୍ଷା କୁ ନେଇ ପ୍ରଶ୍ନ ବାଚି ସୃଷ୍ଟି କରିଛି ।
ପ୍ରତେକ ଦିନ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ହଜାର ହଜାର ସଂଖ୍ୟାରେ ଦେଶ ବିଦେଶ ରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ,ତସହିତ ଅନେକ ଭିଆଇପି ଓ ଭିଭିଆଇପି ମାନେ ମଧ୍ୟ ପରିଦର୍ଶନ ରେ ଆସୁଥିବା ଜଣାଯାଏ ।ଗତ କିଛିଦିନ ହେବ ମହାମହିମା ରାଷ୍ଟ୍ରପତି କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଯାଇଛନ୍ତି ।ମାତ୍ର ସୂର୍ଯ୍ୟମନ୍ଦିର ର ସୁରକ୍ଷା କୁ ନେଇ ଏଏସଆଇ ର ଏପରି ବେପାରୁଆ ମାନଭାବ ଆଗାମୀ ଦିନରେ ବଡ ବିପର୍ଯ୍ୟ ସୃଷ୍ଟି କରିବା ଆଶଙ୍କା ଦେଖା ଦେଇଛି ।ପର୍ଯ୍ୟଟକ ବେଶରେ ଆତଙ୍କି ମନେ “ରେକି “କରି ଅଘଟଣ ଘଟାଇବା ଆଶଙ୍କା ଏବେ ଜୋର ଧରିଛି ।ଏ ନେଇ ପୂର୍ବରୁ ଜାତୀୟ ସିକୁରୀଟି ଗାର୍ଡ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ଜଣାଯାଇଛି ।ତେଣୁ ତୁରନ୍ତ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ର ସୁରକ୍ଷା କୁ ସୁଦୃଢ କରଜୀବାସହିତ ସୁରକ୍ଷା ଦାଇତ୍ୱ ସମ୍ପୂର୍ଣ ଭାବେ ସିଆଇଏଫ ସୁରକ୍ଷା କର୍ମୀ ଙ୍କୁ ତୁରନ୍ତ ଦେବନିମନ୍ତେ କୋଣାର୍କ ସୁରକ୍ଷା ସମିତି ର ସଭାପତି ବାଦଲ ଦାସ, ଭାଗିରଥି ସ୍ୱାଇଁ,ରାମକୃଷ୍ଣ ମହାନ୍ତି ଓ କୋଣାର୍କ ବିକାଶ ମଞ୍ଚ ର ସଭାପତି ସୁବାଷ ନାୟକ ଦାବି କରିଛନ୍ତି ।
Attachments area