କୋଣାର୍କ : ଲକଡା଼ଉନ ର ସୁଜୋଗ ନେଇ କିଛି ମଦ ମାଫିଆ ଙ୍କ ପ୍ରରୋଚନାରେ କୋଣାର୍କ ରେ ବିଦେଶୀ ଓ ଦେଶୀ ମଦ ବେପାର ବଢ଼ିବାରେ ଲାଗିଛି।ଯାହାର ଖବର ପାଇ ଅବକାରୀ ବିଭାଗ ନିୟମିତ ଚଢ଼ାଉ ଜାରିରଖୁଛି।ଯାହା ଅବକାରୀ ବିଭାଗର ଓ ଆଇସି ଲଷ୍ମୀଧର ପ୍ରଧାନଙ୍କର ନେତୃତ୍ତ୍ୱ ରେ ମଙ୍ଗଳବାର ପୂର୍ବାହ୍ନରେ କୋଣାର୍କ ବସଷ୍ଟାଣ୍ଡ ଠାରେ ଜଣେ ବେକ୍ତି ଙ୍କ ଠାରୁ ୭ଲିଟରରୁ ଅଧିକା(୧୦ହଜାର ରୁ ଅଧିକ ମୁଲ୍ୟ )ର ବିଦେଶୀ ମଦ ଜବତ କରାଯାଇ ବେପାରୀଙ୍କୁ ଗିରଫ କରାଯାଇଛି।ସେହିଭଳି ଚନ୍ଦ୍ରଭାଗା ଥାନା ଅଧିନ ସୁତନ ଗ୍ରାମରୁ ଲିଙ୍ଗରାଜ ମଲ୍ଲିକ ଠାରୁ ପ୍ରାୟ ୮ଲିଟର ଦେଶୀ ମଦ ଜବତ ହୋଇଥିବା ଓ ଆଇସି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।ଏଠାରେ ସୂଚନା ଥାଉକି କୋଣାର୍କ ଓ ଏହାର ଆଖ ପାଖ ଅଂଛଳରେ ଦିନକୁ ଦିନ ଚୋରା ବିଦେଶୀ ଓ ଦେଶୀ ମଦ ବେପାର ବଢ଼ିବାରେ ଲାଗିଛି।ଯାହା ଅବକାରୀ ବିଭାଗର ମୁଣ୍ଡ ବ୍ୟଥାର କାରଣ ହେଉଛି।