Odisha news

ବାଇକ ଦୂର୍ଘଟଣାରେ ଜଣେ ଗୁରୁତର 

0
କୋଣାର୍କ,୨।୭ :  କୋଣାର୍କ-କପିଳେଶ୍ବର ରାସ୍ତା ଅର୍କକୁଦ ନିକଟରେ ମଙ୍ଗଳବାର ଅପରାହ୍ନରେ ଦୂର୍ଘଟଣା ଘଟିଛି। କୋଣାର୍କ ଥାନାନ୍ତର୍ଗତ ଧନିତ୍ରି ଗ୍ରାମର ଜିତେନ୍ଦ୍ର ବିଶ୍ବାଳ ବାଇକ ନମ୍ବର (ଓଡି ୦୨ ଆର ୮୭୬୮)ରେ ଦୃତ ଗତିରେ କପିଳେଶ୍ୱର ଛକରୁ ନିଜ ଘରକୁ ଫେରୁଥିଲେ। ଅର୍କକୁଦ ଛକ ନିକଟରେ ଭାରସାମ୍ୟ ହରାଇ ବାଇକ ସହିତ ରାସ୍ତାରେ ପ୍ରାୟ ଦୁଇ ଶହ ମିଟର ପର୍ଯ୍ୟନ୍ତ ଘୋଷାଡି ହେବାରୁ ଗୁରୁତର ଆହତ ହୋଇଥିଲେ । ଫଳରେ ତାଙ୍କ ମୁଣ୍ଡ ଖଣ୍ଡିଆ ଖାବରା ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଦୂର୍ଘଟଣା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଗ୍ରାମବାସୀ ପହଞ୍ଚି ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପରେ ଆମ୍ବୁଲାନ୍ସରେ ତାଙ୍କୁ ପୁରୀ ହସ୍ପିଟାଲ ନିଆଯାଇଥିଲା।
Leave A Reply