Odisha news

ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଲେ ମୁକେଶ ଜୈନ

0
କୋଣାର୍କ,୩୦.୦୬–  ଦିଲ୍ଲୀ ଗସ୍ତରେ ଥିବା ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ଭେଟିଛନ୍ତି ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣଶାଳା ଅଧକ୍ଷ ଶ୍ରୀଯୁକ୍ତ ମୁକେଶ ଜୈନ। ଭାରତୀୟ ଜନତା ପାର୍ଟିର ବିଜୟ ପରେ ଓଡ଼ିଶାରେ ନୂତନ ମୂଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କୁ ପ୍ରଥମେ ଶୁଭେଛା ଜଣାଇବା ସହ ରାଧାକୃଷ୍ଣ ମୂର୍ତ୍ତି ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଅବସରରେ ପୂର୍ବତନ ସାଂସଦ ବାବା ପ୍ରସନ୍ନ ପାଟସାଣି ଉପସ୍ଥିତ ରହି କୋଣାର୍କରେ ନିର୍ମାଣଧିନ ନୂତନ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ପାଇଁ ନିମନ୍ତ୍ରଣ ଜଣାଇଥିଲେ। ମହାପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ପ୍ରତିମା ଏକ ଛୋଟ ମନ୍ଦିରରେ ପୂଜାର୍ଚ୍ଚନା ପାଉଥିବା ବେଳେ ମୂଖ୍ୟ ମନ୍ଦିର ଖୁବଶିଘ୍ର ଆରମ୍ଭ ହେବ। ତାହାର ଭିତ୍ତି ପ୍ରସ୍ତର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ହାତରେ ହେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଧାର୍ମିକ ଚିନ୍ତାଧାରା ଓ ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ସୂର୍ଯ୍ୟ ପୂଜା ନିମନ୍ତେ କୋଣାର୍କରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଉଥିବାରୁ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ଜୈନ ଙ୍କୁ ସାଧୁବାଦ ଜଣାଇଛନ୍ତି। ଭାରତୀୟ ଜନତା ପାର୍ଟି ସରକାର ସବୁବେଳେ ହିନ୍ଦୁ ଧର୍ମକୁ ଗୁରୁତ୍ଵ ଦେଇ ଆସିଥିବାରୁ କୋଣାର୍କରେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ରାଜ୍ୟ ସରକାର ସହଯୋଗ କରିବେ ବୋଲି ମୁକେଶ ଜୈନ ଆଶାବ୍ୟକ୍ତ କରିଛନ୍ତି।
Leave A Reply