Odisha news

ଚନ୍ଦ୍ରଭାଗା’ ଜଙ୍ଗଲ ଓ ଲଜ ‘ରେ ଚାଲିଛି ବ୍ୟାପକ ବେଆଇନି ଅନଲାଇନ ଜୁଆ ଖେଳ : କାର୍ଯ୍ୟାନୁଷ୍ଠାନ କେବେ ?

0
କୋଣାର୍କ:୧୧/୭ କୋଣାର୍କ ର ବିଭିନ୍ନ ଅଂଚଳରେ ଏବେ ଅନଲାଇନ ଜୁଆ ଖେଳ”ରମି କଲଚର, ରମି ସର୍କଲ,ରମି ଗୋଲଡ଼ , ରମି କ୍ୟାଶ ଗେମ  ”  ପରି ଜୁଆରେ ଏବେ ଯୁବଗୋଷ୍ଟି ମାତିଥିବା ଦେଖିବାକୁ ମିଳିଛି । ବିଶେଷ ଭାବେ କୋଣାର୍କ ଚନ୍ଦ୍ରଭାଗା ର ତେଲୁଗୁ ବସ୍ତିର ଯୁବକମାନେ ପ୍ରବଳ ମାତ୍ରାରେ  ଏବେ ନିଜର ବେଉସା ଛାଡି ଏହି ଅନଲାଇନ ଜୁଆ ଖେଳରେ ମାତି ଥିବା କୁ ନେଇ ତେଲୁଗୁ ବସ୍ତି ର ଚିନ୍ତାର କାରଣ ପାଲଟିଛି।ଜୁଆ ଖେଳ ରେ ମାତି ଏବେ ଏମାନେ ନିଜର ବେଉସା ପ୍ରତିଦିନ  ମାଛ ମାରିବାକୁ ସମୁଦ୍ର ମଧ୍ୟ କୁ ଯାଉ ନଥିବା ଜଣାପଡିଛି ।
ଅନଲାଇନ ଜୁଆ ଖେଳରେ  ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲାବେଳେ କେତେକ ଯୁବକ ନିଜର ଟଙ୍କା ହରାଇ ବର୍ବାଦ ହେଉଥିଲାବେଳେ ସେଥିରୁ ପୁଣି କିପରି ରୋଜଗାର କରିହେବ ସେ ନେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ଏହି ତେଲୁଗୁ ବସ୍ତିର ଯୁବକ ମାନେ ଜଣକା ୫ ଟି ରୁ ୧୦ ଗୋଟି ମୋବାଇଲି ବ୍ୟବହାର କରିବା ସହିତ ପ୍ରତେକ ମୋବାଇଲି ପାଇଁ ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ବିଭିନ୍ନ ଲୋକ ଙ୍କ ର ଆଣି ଏହି ଅନଲାଇନ ଜୁଆ ଖେଳ ଚନ୍ଦ୍ରଭାଗା ନିକଟସ୍ଥ ଜଙ୍ଗଲ ମଧ୍ୟରେ ଲୁଚି ଜୁଆ ଖେଳ ଚାଲିଥିବା ଦେଖାଯାଈଛି ।
ଅନେକ ଯୁବକ ଚନ୍ଦ୍ରଭାଗା ଓ କୋଣାର୍କ ର ବିଭିନ୍ନ ଲଜ ର ରୁମ ଗୁଡିକୁ ବୁକ କରି ସେଠାରେ ଲୁଚି କରି ଏହି ଅନଲାଇନ ଜୁଆ ଖେଳୁଥିବା ଜଣାପଡିଛି । ଆନ୍ଧ୍ରପ୍ରଦେଶ ରୁ ଅନେକ ଯୁବକ ଆସି ଏଠାରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ତେଲୁଗୁ ବସ୍ତି ର ଯୁବକ ମାନଙ୍କୁ ଉସକାଇ  ବିଭିନ୍ନ ଲଜ ଓ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଚାର୍ଜ ଲାଇଟି ଲଗାଇ  ଏହି ଅନଲାଇନ ଜୁଆ ଖେଳିବା ସହିତ ଅନେକ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ସହିତ ବ୍ରାଉନ ସୁଗାର  ପରି ଅନେକ ନିଶା ବ୍ୟାପାର କରୁଥିବା ବିଶେଷ ସୂତ୍ର ରୁ ଜଣାପଡ଼ିଛ । ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ରେ ଏହି ଜୁଆଦିଙ୍କ ଆଡ୍ଡା ଧୀରେ ଧୀରେ  ବଢ଼ିବାରେ ଲାଗିଥିଲାବେଳେ ଅନାୟାସରେ ଲକ୍ଷାଧିକ ଟଙ୍କା ରୋଜଗାର କୁ ନେଇ ଏମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ସଂଶ୍ଲିଷ୍ଟ ହେବା ଆଶଙ୍କା ଦେଖାଦେଇଛି ।ଏ ଦିଗରେ ପୋଲିସି କୌଣସି ପଦକ୍ଷେପ ନନେବା ଚିନ୍ତାର କାରଣ ପାଲଟିଛି । ତୁରନ୍ତ ଏଦିଗରେ ସ୍ଥାନୀୟ ପୋଲିସି ପ୍ରସାଶନ ଦୃଢ କାର୍ଯ୍ୟାନୁଷ୍ଠାନ ପୂର୍ବକ ଜଙ୍ଗଲ ମଧ୍ୟରେ ଲୁଚି ଖେଳୁଥିବା ଯୁବକ ମାନଙ୍କ ର ଏହି ଅନଲାଇନ ଜୁଆ ଖେଳକୁ ବନ୍ଦ କରିବାକୁ ସାଧାରଣ ରେ ଦାବି ହୋଇଛି ।
Leave A Reply