Odisha news

ଯୁବ ବ୍ୟବସାୟୀ ଙ୍କ ଦେହାନ୍ତ ରେ କୋଣାର୍କ ରେ ଶୋକ ର ଛାୟା

0
କୋଣାର୍କ:- ୩୧/୫ କୋଣାର୍କ ଅଞ୍ଚଳ ର ଯୁବ ବ୍ୟବସାୟୀ ତଥା “ମା ତାରିଣୀ ଜୁଏଲରୀ” ର ମାଲିକ ହୃଷିକେଶ ସାହୁ ଙ୍କ ର ମଙ୍ଗଳବାର ୪୭ ବର୍ଷ ବୟସରେ ଅକାଳ ବିୟୋଗ ହୋଇ ଯାଇଛି। ଆଜକୁ ଦୀର୍ଘ ଦିନ ଧରି କଟକ ମେଡ଼ିକାଲ ରେ ସେ ଅସୁସ୍ଥତା କାରଣରୁ  ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। କୋଣାର୍କ ନିକଟସ୍ଥ ମାଟିଆପଡା ଗ୍ରାମରେ ତାଙ୍କ ବାସଗୃହ । ସେ ଦୁଇଭାଇ ଥିଲେ ବଡଭାଇ ସୁରେନ୍ଦ୍ର ସାହୁ ବ୍ୟବସାୟ ର ସମସ୍ତ ଦେଖାଶୁଣା କରନ୍ତି । ପରିବାର ରେ ତାଙ୍କ ର ୧୭ ବର୍ଷ ବୟସ ର ଗୋଟେ ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି।ସେ ଜଣେ ମିଷ୍ଠ ଭାଷୀ, ପରୋପକାରୀ, ଦରଦୀ ହୃଦୟ ର ବ୍ୟକ୍ତି ଥିଲେ। ସେ ଏକାଧାରରେ ଜଣେ ସମାଜସେବୀ ଭାବେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ କୋଣାର୍କ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ରେ କୋଣାର୍କ ପ୍ରେସ କ୍ଳବ, ସାମ୍ବାଦିକ ସଂଘ ଓ ମିଡିଆ ଫୋରମ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି
Leave A Reply