Odisha news

କୋଣାର୍କ ଅବକାରୀ ଥାନା ପକ୍ଷରୁ ଚଢ଼ଉ,୧୦ ଲିଟର ଆସ୍କଫୋର୍ତି ଓ ୨୦ କେଜି ଭାଙ୍ଗ ସହିତ ୨ ଗିରଫ

0
କୋଣାର୍କ:-୬/୫  ବିଶ୍ୱ ପ୍ରସିଦ୍ଧ କୋଣାର୍କ ରେ ବଢୁଥିବା ଚୋରା ନିଶା କାରବାର କୁ ରୋକିବା ପାଇଁ ଶୁକ୍ରବାର  କୋଣାର୍କ ଅବକାରୀ ଓଆଇସି ସ୍ମିତା ପଣ୍ଡା ଓ ରାମଚଣ୍ଡୀ ଥାନା ଅଧିକାରୀ ଶରତ କୁମାର ନାୟକ ଙ୍କ ମିଳିତ ଚଢ଼ାଉ ରେ ୧୦ ଲିଟର ଦେଶୀ ମଦ ଓ ୨୦ କେଜି ର ଭାଙ୍ଗ ଜବତ କରିଥିବା ଜଣାପଡିଛି। ଏକ ବିଶେଷ ସୂତ୍ରରୁ ଖବର ପାଇ ରାମଚଣ୍ଡୀ ଥାନା ଭୁଆଁ ଗ୍ରାମ ର ବିଜୟ କୁମାର ବେହେରା(୪୨) ଙ୍କ ଘର ଉପରେ ଅଚାନକ  ଚଢ଼ାଉ କରି ତାଙ୍କ  ଠାରୁ  ୧୦ ଲିଟର ଆସ୍କଫୋର୍ତି ଦେଶୀ ମଦ  ସହିତ ରାମଚଣ୍ଡୀ ଥାନା  ଅଧିନ ପିତାପଡା ଗ୍ରାମ ର ଧଡେଶ୍ଵର ପ୍ରଧାନ (୫୦) ଙ୍କ ନିକଟରୁ ୨୦ କେଜି ଭାଙ୍ଗ ଜବତ କରିଛନ୍ତି।କୋଣାର୍କ ସହର ଓ ଏହାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ବେଆଇନ ଓ ଚୋରା ନିଶା କାରବାର ବଢୁଥିବା ଯୋଗୁଁ ଅବକାରୀ ବିଭାଗ ଓ ରାମଚଣ୍ଡୀ ଥାନା ପକ୍ଷରୁ ମିଳିତ ଭାବେ ଚଢ଼ାଉ କରିଥିଲେ।ରାମଚଣ୍ଡୀ ଥାନା ଏଏସଆଇ ଲୋକନାଥ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ନାୟକ ଙ୍କ ସହ ଅବକାରୀ ବିଭାଗର ଷ୍ଟାଫ ଏସକେ ୱାରିସ ଏବଂ ସଂଜୀପ ହସ୍ତୀ ପ୍ରମୁଖ ଉପସ୍ଥିତ ରହି ଚଢ଼ାଉ ରେ ସହାୟତା କରିଥିଲେ।

Leave A Reply