କୋଣାର୍କ : ପୁରୀ ଜିଲ୍ଲା ଗୋପ ବ୍ଲକ ଶିମିଳି ପଂଚାୟତ ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟ ଚକିତ ଘଟଣା । ପଞ୍ଚାୟତ ରେ ସରପଞ୍ଚ ଙ୍କୁ ବିରୋଧ କରି କେହି ଅଜଣା ଦୁର୍ବୁର୍ତ୍ତ ପଞ୍ଚାୟତ କାର୍ଯ୍ୟାଳୟ କୁ ତାଲା ପକାଇ ରଖିଥିବା ଦେଖିବାକୁ ମିଳିଥିଲା।ଦୀର୍ଘ ସମୟ ଧରି ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇ ରଖାଯିବା ଯୋଗୁଁ ପଞ୍ଚାୟତ ର ବିଭିନ୍ନ କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଥିଲା। ପଞ୍ଚାୟତ ରେ ସରପଞ୍ଚ ଙ୍କୁ ବିରୋଧ କରି କିଛି ଅଜଣା ଦୁର୍ବୁର୍ତ୍ତ ତାଲା ପକାଇଥିବା ଅଭିଯୋଗ ଆଣିଥିଲେ ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ବିଶ୍ଵଜିତ ସ୍ୱାଇଁ ।
ପଞ୍ଚାୟତ କାର୍ଯ୍ୟଳୟ ତାଲା ପଡିବା ଜାଣି ଶହ ଶହସଂଖ୍ୟା ରେ ସ୍ଥାନୀୟ ଜନସାଧାରଣ ପ୍ରଚଣ୍ଡ ଖରାରେ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ରେ ବସିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏନେଇ ଗୋପ ବିଡ଼ିଓ ଙ୍କୁ ଅଭିଯୋଗ କରିବା ପରେ ବିଡ଼ିଓ ଦୀପ୍ତିରାଣୀ ଦାସ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ।ପରେ ସରପଞ୍ଚ ବିଶ୍ଵଜିତ ସ୍ୱାଇଁ କୋଣାର୍କ ଥାନା ରେ ଅଭିଯୋଗ କରିବା ପରେ ସବ ଇନ୍ସପେକ୍ଟର ଦୀପକ ସାମନ୍ତ ସିଂହାର ଏବଂ ଏଏସାଇ ନବକିଶୋର ବେହେରା ଘଟଣା ସ୍ଥଳରେ ପହଁଚି ସ୍ଥାନୀୟ ଜନସାଧାରଣ ଓ ସରପଞ୍ଚ ଙ୍କ ସହ ଆଲୋଚନା କରି ଲିଖିତ ଅଭିଯୋଗ କରିବାପାଇଁ କହିଥିଲେ,ଓ ପଂଚାୟତ କାର୍ଯ୍ୟାଳୟରେ ଲାଗିଥିବା ସିସି କ୍ୟାମେରା ତଥ୍ୟକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପୋଲିସି ପକ୍ଷରୁ ନିଆଯିବାକୁ ପ୍ରତିଶୃତି ଦେବାପରେ କାର୍ଯ୍ୟଳୟ ର ଗେଟ ପୋଲିସି ନିଜେ ସରପଞ୍ଚ ଓ ପଂଚାୟତ ବାସୀ ଙ୍କ ଉପସ୍ଥିତି ରେ ବିଡିଓ ପଠାଇଥିବା ଚାବି ରେ ପୋଲିସି ଖୋଲିବା ପରେ ପଞ୍ଚାୟତ କାର୍ଯ୍ୟ ସ୍ବଭାବିକ ହୋଇଥିଲା।ପରେ ସରପଞ୍ଚ ଜନସାଧାରଣ ଙ୍କ କାର୍ଯ୍ୟ ରେ ବାଧା ସୃଷ୍ଟି କରାଇଥିବା ଅଭିଯୋଗ କରି ଅଜଣା ଦୁର୍ବୁର୍ତ୍ତ ଙ୍କ ନାମ ରେ କୋଣାର୍କ ଥାନା ରେ ଏକ ଏତଲା ଦେଇଥିବା ସୂଚନା ମିଳିଛି ।ପୋଲିସି ର କାର୍ଯ୍ୟାନୁଷ୍ଠାନ କୁ ପଞ୍ଚାୟବାସୀ ଅପେକ୍ଷା କରିଥିବା ଜଣାପଡ଼ିଛି ।