କୋଣାର୍କ,୨୫/୪ ସୋମବାର ଚନ୍ଦ୍ରଭାଗା ପୁରୀ ବେଳାମାର୍ଗ ରାସ୍ତା ପାର୍ଶ୍ଵ ବତୀଘର ପଛପଟ ଅଭୟାରଣ୍ୟରୁ ପୁଣି ଏକ ଗଛ ରେ ଝୁଲନ୍ତା ଅବସ୍ଥା ରେ ଥିବା ଏକ ଅଚିହ୍ନା ଗଳିତ ଶବକୁ ଉଦ୍ଧାର କରି କୋଣାର୍କ ପୋଲିସି ଜବତ କରିଛି I ଚନ୍ଦ୍ରଭଗା ବତୀଘର ନିକଟ ଅଭୟାରଣ୍ୟରେ ଗୋଟିଏ ଗଛରେ ଏକ ଯୁବକ ର ମୁତଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକମାନେ ଦେଖି କୋଣାର୍କ ପୋଲିସକୁ ତୁରନ୍ତ ଖବର ଦେଇଥିଲେ I ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଉଲଗ୍ନ ଅବସ୍ଥା ରେ ଝୁଲି ରହିଥିବା ଏହି ଗଳିତ ଶବକୁ ଉଦ୍ଧାର କରିଥିଲା I ଶବଟି ପଚି ଦୁର୍ଗନ୍ଧ ହେଉଥିଲାବେଳେ ପାଖରେ ଗୋଟିଏ ଗାମୁଛା ପଡ଼ିଥିବା ଦେଖିବାକୁ ମିଳିଛି I ପୋଲିସି କୁ ଏପର୍ଯ୍ୟନ୍ତ ତାର ପରିଚୟ ମିଳିନଥିବା ଜଣାପଡ଼ିଛି I କୋଣାର୍କ ପୋଲିସି ୧୦/୨୨ ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଯାଇଥିବା କୋଣାର୍କ ଥାନା ଆଇଆଇସି ରଞ୍ଜନ କୁମାର ମଲ୍ଲିକ ସୂଚନା ଦେଇଛନ୍ତି Iକୋୋଣାର୍କ ଅଂଚଳରେ ଏପରି ଗୋଟିଏ ପରେ ଗୋଟିଏ ଅଘଟଣ ଖବର କୁ ନେଇ କୋଣାର୍କବାସୀ ଚିନ୍ତାରେ ଥିବା ଜଣାପଡିଛି ।