କୋଣାର୍କ : ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ରେ ପ୍ରତିଦିନ ହେଉଥିବା ଅଘୋଷିତ ବିଦ୍ୟୁତ କାଟ କୁ ନେଇ ଏବେ ଚିନ୍ତା ରେ ପଡ଼ିଛନ୍ତି ସ୍ଥାନୀୟ ଜନସାଧାରଣ ସମେତ ଦେଶବିଦେଶ ର ପର୍ଯ୍ୟଟକ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ରେ ଖରା ଦାଉରୁ ରକ୍ଷା ପାଇବା ପାଇଁ ସାଧାରଣ ଲୋକ ନିଜ ଘରେ ଦିନ ତମାମ ବିଶ୍ରାମ କରୁଥିବା ବେଳେ ଟାଟା କମ୍ପାନୀ ର ବିନା ଘୋଷଣା ରେ କିଛିଦିନ ଧରି ଲଗାତାର କୋଣାର୍କ ଅଞ୍ଚଳରେ ସଂଧ୍ୟାରେ ଜାରି ରହିଛି ବିଦ୍ୟୁତ କାଟ ପ୍ରକ୍ରିୟା। ସୁର୍ଯ୍ୟମନ୍ଦିର ର ପରିଦର୍ଶନ ରେ ଅନେକ ପର୍ଯ୍ୟଟକ ଏହି ସନ୍ଧ୍ୟା ସମୟରେ ବିଭିନ୍ନ ପ୍ରାନ୍ତରୁ ଆସି ଜମା ହୋଇଥାନ୍ତି ।
ମାତ୍ର ଠିକ ଏହିସମୟ ରେ ଟାଟା ପକ୍ଷରୁ ସନ୍ଧ୍ୟା ୬ ଘଣ୍ଟିକରୁ ୬.୩୦ ପର୍ଯ୍ୟନ୍ତ ଅଘୋଷିତ ବିଦ୍ୟୁତ କାଟ ଗତ ଦୁଇଦିନରୁ ଉର୍ଦ୍ଧ୍ବ ହେବ ହେବାକୁ ନେଇ ସୂର୍ଯ୍ୟମନ୍ଦିର ପରିଦର୍ଶନ ରେ ଆସିଥିବା ପର୍ଯ୍ୟଟକ ମାନେ ସମ୍ପୁର୍ଣ୍ଣ କୋଣାର୍କ ଅନ୍ଧାର କୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ବେସି ସମୟ ନରହି ଫେରିଯାଉଥିବା ଦେଖାଯାଈଛି ଓ ପର୍ଯ୍ୟଟକଙ୍କୁ ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ମଧ୍ୟ ନିଜର ବ୍ୟବସାୟ ହରାଇ ବିଦୂତ ବିଭାଗର ର ଏପରି କାର୍ଯ୍ୟକୁ ନେଇ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଛାତ୍ରଛାତ୍ରୀ ମାନେ ନିଜର ପାଠ ପଢା ରେ ବ୍ୟାଘାତ କୁ ନେଇ ଚିନ୍ତାପ୍ରକଟ କରିଛନ୍ତି ।
ଗ୍ରୀଷ୍ମ ପ୍ରଭାହ ର ଆରମ୍ଭ କୁ ନେଇ ଲୋକେ ଦିନ ର ତାତି କୁ ସହୁଥିବା ବେଳେ ସନ୍ଧ୍ୟାରେ ଏବଂ ରାତି ରେ ମଧ୍ୟ ଦୀର୍ଘ ସମୟ ଧରି କୋଣାର୍କ ରେ ଅଘୋଷିତ ବିଦ୍ୟୁତ କାଟ ପ୍ରକ୍ରିୟା ଜାରି ରହିଛି।ଦିନ ରେ ବିଦ୍ୟୁତ ପାଇଁ ଛଟପଟ ହେଉଥିବା ଲୋକେ ରାତି ରେ ମଧ୍ୟ ସମାନ ପରିସ୍ଥିତି ଦେଇ ଗତି କରୁଛନ୍ତି।କେବଳ ଯେ ସ୍ଥାନୀୟ ଜନସାଧାରଣ ନୁହେଁ, ବିଦ୍ୟୁତ କାଟ ଯୋଗୁଁ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି ବ୍ୟବସାୟୀ। ଏହା ସହ ଦୋକାନ ବଜାର ରେ ବିଦ୍ୟୁତ ନଥିବା କାରଣ ରୁ ବ୍ୟବସାୟ ଏକ ପ୍ରକାର ଠପ ହୋଇଯାଉଛି।ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ କୋଣାର୍କ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।