କୋଣାର୍କ,, ୧/୩ ଚଳିତ ବର୍ଷ ପବିତ୍ର ମହାଶିବରାତ୍ରି ବା ଜାଗର ଯାତ୍ରା ରେ କରୋନା ମହାମାରୀ କଟକଣା କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋହଳ କରାଯିବାକୁ ନେଇ ଚଳିତ ବର୍ଷ ଶ୍ରଦ୍ଧାଳୁ ଙ୍କ ଭିଡ ମଧ୍ୟରେ ପୋଲିସି ପ୍ରସାଶନ ର ସୁବ୍ୟବସ୍ଥା କୁ ନେଇ ଲକ୍ଷାଧିକ ଶ୍ରଦ୍ଧାଳୁ ବଳିକପିଳେଶ୍ୱର ଶୈବ ମନ୍ଦିର ରେ ଲମ୍ବାଧଡି ଧରି ଖୁବ ଆନନ୍ଦରେ ଦର୍ଶନ କରୁଥିଲା ବେଳେ ଅନରୁପ ଭାବେ କୋଣାର୍କ ଏବଂ ଆଖପାଖ ବିଭିନ୍ନ ଶୈବ ପୀଠ ମାନଙ୍କରେ କରନା କଟକଣା କୋହଳ ମଧ୍ୟରେ ମଧ୍ୟ ଶୃଙ୍ଖଳିତ ଭାବେ ଶ୍ରଦ୍ଧାଳୁ ମନେ ଅତି ଖୁସି ରେ ଦର୍ଶନ କରୁଥିବା ଦେଖାଯାଈଛି ।
ପୁରୀ- କୋଣାର୍କ ବେଳାମାର୍ଗ ର ରାସ୍ତା ପାର୍ଶ୍ୱ ରେ ଥିବା ବାବା ବାଲି କପିଳେଶ୍ୱର ଙ୍କ ପୀଠରେ ପ୍ରଶାଶନ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇ ଶ୍ରଦ୍ଧାଳୁ ମାନଙ୍କୁ ସମାନତା ରଖି ସକାଳୁ ଧାଡ଼ି ଦର୍ଶନର ବ୍ୟବସ୍ଥା କରାଯାଇଥିଲା ।ଚଳିତ ବର୍ଷ ବାବା ବାଲି କପିଳେଶ୍ୱର ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ମାନେ ଭୋର ୪ ଟାରୁ ଆସି ଧାଡି କରି ବାବାଙ୍କୁ ସକାଳୁ ଦର୍ଶନ କରି ଖୁବ ଆନନ୍ଦରେ ଫେରୁଥିବା ଦେଖା ଯାଇଛି ।ଭିଡକୁ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ଦର୍ଶନ ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ କେବଳ କେତେକ ଭୋଗ, ଦୀପଡୋକାନ ଗୁଡିକୁ ଖୋଲା କରାଯାଇ ଶୃଙ୍ଖଳିତ ଭାବେ ନେବା ନିମନ୍ତେ ପୋଲିସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରା ଯାଇଥିବା ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ମାନେ କେଵଳ ଦର୍ଶନ କରିବାର ସୁଯୋଗ ପାଇଥିଲେ ।କୌଣସି ପ୍ରକାର ଉଠା ଦୋକାନ ବଜାର କୁ ପୀଠରେ ନ ପକାଇବା ପାଇଁ ଆଗରୁ ପ୍ରଶାସନ ସତର୍କ କରାଇଥିଲା ।ଫଳରେ ପ୍ରତିବର୍ଷ ମହାଶିବରାତ୍ରି ରେ ଚଳଚଞ୍ଚଳ ହୋଇଉଠୁଥିବା ବାବା ବାଲି କପିଳେଶ୍ୱର ପୀଠ ଚଳିତ ବର୍ଷ ଖୋଲା ଜାଗାକୁ ନେଇ ଜାଗର ରାତ୍ରୀ ରେ ହଜାର ହଜାର ସଂଖ୍ୟା ରେ ଶ୍ରଦ୍ଧାଳୁ ଦୀପଜାଳି ବସିରହିଥିବା ଦେଖିବାକୁ ମିଳିଥିଲା ।
ପ୍ରସାଶନ ଓ ମଦିର କମିଟି ର ନିଷ୍ପତି ଅନୁଯାୟୀୀ ସନ୍ଧ୍ୟା ଆଳତି ପରେ ରାତ୍ରି ୯ ଘଣ୍ଟିକରେ ମହାଦେବଙ୍କ ସ୍ନାନ୍ନ ନୀତିପରେ ରାତ୍ରି ୧୦ ଟାରେ ଛତ୍ରାଭୋଗ ସ୍ନାନ୍ନ ନୀତି ହେବ, ରାତ୍ରି ୨ ଟାରେ ହରିହର ଭେଟ ଓ କେତକୀ ଲାଗି ପର୍ବ ପରେ ବାବା କପିଳେଶ୍ୱର ଙ୍କର ମହାଦୀପ ଉଠା ଯିବା ର ବ୍ୟବସ୍ଥା ହୋଇଥିବା ସୂଚନା ମିଳିଥିଲା । ସେହିପରି କୋଣାର୍କ ବଜାର ଉପରେ ଥିବା ଶ୍ରୀଶ୍ରୀ ଅର୍କେଶ୍ବର ମହାଦେଵ ,ବାବା ଶ୍ରୀ ଶ୍ରୀ ତ୍ରିବେଣୀଶ୍ବର , ବାବା ଶ୍ରୀ ଶ୍ରୀ ଦକ୍ଷିଣେଶ୍ବର, ବାବା ଶ୍ରୀ ଶ୍ରୀ ଈଶାଣେଶ୍ୱର ମାହାଦେଵ , ବାବା ମଙ୍ଗୁଳିଶ୍ବର ମାହାଦେଵ ,ଛୋଟା ରାମ ଙ୍କ ଆଶ୍ରମରେ ବାବା ଚନ୍ଦ୍ରଶେଖର ,ବାଲିଦୋକାନର ବାବା ବଟେଶ୍ୱର ,ଗରୁଡେଶ୍ୱର ,ବେଲଶ୍ଵର ଶୈବ ପୀଠ ମାନଙ୍କରେ ଜାଗର ଯାତ୍ରା କୋଭିଡି କଟକଣା କୋହଳ ମଧ୍ୟରେ ପାଳିତ ହୋଇଛି ।କପିଳେଶ୍ୱର ପୀଠରେ ଶାନ୍ତି ଶୃଙ୍ଖଳା ଓ ଶୃଙ୍ଖଳିତ ଦର୍ଶନ ପାଇଁ ରାମଚଣ୍ଡୀ ଥାନାଧିକାରୀ ଶରତ ଚନ୍ଦ୍ର ନାୟକ, ଙ୍କ ନେତୃତ୍ୟ ରେ ଶାନ୍ତି ଶୃଙ୍ଖଳା ସହ କୋଭିଡି କଟକଣା କୋହଳ ପୂର୍ବକ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ର ବ୍ୟବସ୍ଥା କରାଇଥିଲେ । ପୋଲିସି ପ୍ରଶାଶନ କୁ ସ୍ଥାନୀୟ ସ୍ବେଛାସେବୀ ବସନ୍ତାମଞ୍ଜରୀ ସ୍ବେଛାସେବୀ, ସେବସାଙ୍ଗଠନ ,ନାଟ୍ୟଦୀପ , ସମେତ ବଳିକପିଳେଶ୍ୱର ମନ୍ଦିର କମିଟି ର ଗୋପାଳ ଚନ୍ଦ୍ର ବେହେରା ,ନିରଞ୍ଜନ ବେହେରା , ରବୀନ୍ଦ୍ର ବେହେରା ,ସମିତି ସଭ୍ୟ କାଶୀନାଥ ନାୟକ,ବରିଷ୍ଟ ସମାଜସେବୀ ରାମକୃଷ୍ଣ ମହାନ୍ତି, ଦୁର୍ଯ୍ୟଧନ ଖଟୋଇ ସମେତ ସେବାୟତ ସଂଘର ସଭାପତି ଓ ସମସ୍ତ ସଭ୍ୟ ଙ୍କ ସହଯୋଗ କରିଥିଲେ ।