କୋଣାର୍କ: କରନା ର ଦୂତୀୟ ଲହର ର ପ୍ରକୋପ ରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଜାରି ବିଭିନ୍ନ କଟକଣା କୁ ନେଇ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ ସହିତ ସୂର୍ଯ୍ୟ ମନ୍ଦିର ପରିସରରେ ଚାଲୁଥିବା “ଲାଇଟି ଆଣ୍ଡ ସାଉଣ୍ଡ ଶୋ” କୁ ମଧ୍ୟ ବନ୍ଦ କରାଯାଇଥିଲା।ଦୀର୍ଘ ଦିନ ଧରି ବନ୍ଦ ପଡିରହିବା ଫଳରେ ବହୁକୋଟି ମୂଲ୍ୟର ଏହି ଲେଜର ଲାଇଟି ଗୁଡିକ ଖରାପ ହୋଇଯାଇ ପଡିରହିଥିଲା ।କୋଭିଡ କଟକଣା ପାଇଁ ୧୬ ମାର୍ଚ୍ଚ ୨୦୨୦ ରୁ ଦୀର୍ଘ ଦିନ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ବନ୍ଦ ଥିବା ଲାଇଟ ଆଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମ ପୁଣି ଥରେ ଆଜିଠାରୁ ଆରମ୍ଭ ହୋଇଛି।ଦୀର୍ଘ ୧୦ ମାସ ରୁ ଉର୍ଦ୍ଧ ସମୟ ଧରି ଏହି “ଲାଇଟ ଆଣ୍ଡ ସାଉଣ୍ଡ ଶୋ”ବନ୍ଦ ରହିବା ଯୋଗୁଁ କୋଣାର୍କ କୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ବ୍ୟକ୍ତ କରି ଆସୁଥିଲେ।ଯାହାକୁ ନେଇ ଆଜିଠାରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁଣିଥରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି।ନୂଆଦିଲ୍ଲୀ ର ଅଗ୍ରଣୀ ସଂସ୍ଥା “ଟ୍ରାଇ ଲାଇଟ ଇଣ୍ଡିଆ ” ଦ୍ୱାରା ପ୍ରାୟ ୭ କୋଟି ଟଙ୍କା ବ୍ୟୟ ଅଟକଳ ରେ ୫ ବର୍ଷ ର ଚୁକ୍ତିନାମା ଦ୍ୱାରା ନିର୍ମାଣ ହୋଇଥିବା ଲାଇଟ ଆଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମ ନିମନ୍ତେ ଯନ୍ତ୍ର ଗୁଡିକ ଆଜକୁ ଦୀର୍ଘ ୧୦ ମାସ ଧରି ବନ୍ଦ ରହିବା ଫଳରେ ସୂର୍ଯ୍ୟ ମନ୍ଦିର ବେଢା ରେ ଥିବା ଏହି ଲେଜର ଲାଇଟି ର ସମସ୍ତ ମେସିନାରୀ ଗୁଡିକ ଅଚଳ ହୋଇ ପଡ଼ିଥିଲା ଯାହାକୁ ଦିଲ୍ହୀ ର”ଟ୍ରାଇ ଲାଇଟ ଇଣ୍ଡିଆ “ପକ୍ଷରୁ ପୁନଃ ନବୀକରଣ କରାଯାଇଥିଲା।ତେବେ ଆଜି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଦିନରେ ୫୦ ଟଙ୍କା ପ୍ରତି ଟିକେଟ ମୂଲ୍ୟ ରେ ମୋଟ ୫୨ ଜଣ ଦର୍ଶକ ବିଭିନ୍ନ ଭାଷା ରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଖୋଲା ଆକାଶ ତଳେ ବସି ସୂର୍ଯ୍ୟ ମନ୍ଦିର ର କାହାଣୀ, କିମ୍ବଦନ୍ତୀ କୁ ଉପଭୋଗ ବେଶ ମନଭରି ଉପଭୋଗ କରିଥିଲେ। ସୂର୍ଯ୍ୟମନ୍ଦିର ର ଏହି ଲାଇଟି ଆଣ୍ଡ ସାଉଣ୍ଡ ର ଦୃଶ୍ୟ ସୂର୍ଯ୍ୟ ମନ୍ଦିର ପଥର ଖୋଦେଇ ସୁକ୍ଷ୍ମ କାରୁକାର୍ଯ୍ୟ ଉପରେ ପଡି ଏକ ଭାବାବେଗ ପୂର୍ବର କୀର୍ତି କୁ ଦେଖି ପର୍ଯ୍ୟଟକ ମାନେ ମନ୍ତ୍ର ମୁଗ୍ଧ ହୋଇଯାଇଥିଲେ ।