କୋଣାର୍କ:-୫/୮ ଆଜି ମଧ୍ୟାହ୍ନରେ କୋଣାର୍କ ସୂର୍ଯ୍ୟ ମନ୍ଦିର ରୁ ଜଣେ ପର୍ଯ୍ୟଟକଙ୍କ ଠାରୁ ହୋଇଛି ଲୁଟ।ଭୁବନେଶ୍ୱର ର ରସୁଲଗଡ଼ ପ୍ଲଟ ନମ୍ବର ୯୩୬,ଲେନ -୩, ନିଗମାନନ୍ଦ ନଗର କେନାଲ ରୋଡ଼ ରେ ରହୁଥିବା ରାଜେଶ୍ୱରୀ ପଣ୍ଡା(୩୦), ସ୍ୱାମୀ ମାନସ ରଞ୍ଜନ ପଣ୍ଡା ନାମକ ପର୍ଯ୍ୟଟକ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ବୁଲୁଥିବା ବେଳେ ଜଣେ ବ୍ୟକ୍ତି ହଠାତ ତାଙ୍କ ସ୍ୱାମୀ ଙ୍କୁ ଧକ୍କା ଦେବା ସହ ମହିଳା ଜଣଙ୍କ ଭ୍ୟାନିଟ ବ୍ୟାଗ ଛଡାଇ ନେଇଥିଲେ।ପରବର୍ତ୍ତୀ ସମୟରେ ସେ କୋଣାର୍କ ଥାନା ରେ ଏନେଇ ଏକ ଲିଖିତ ଅଭିଯୋଗ କରିବା ପରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ ନିଜେ ସୂର୍ଯ୍ୟ ମନ୍ଦିର ରେ ଉପସ୍ଥିତ ରହି ତଦନ୍ତ କରିବା ପରେ ଜଣେ ଯୁବକ କୁ ଗିରଫ କରିଥିଲେ।ଗିରଫ ହୋଇଥିବା ଯୁବକ ଜଣକ ହେଲେ ପୁରୀ ଜିଲ୍ଲା ଗୋପ ଥାନା ସାରଡା ଗ୍ରାମ ର ବବ୍ରୁବାହନ ମହାନ୍ତି(ବବୁଲ)ବୟସ ୩୨, ପିତା:- ବୈଦ୍ୟନାଥ ମହାନ୍ତି।ଗିରଫ ହେବା ପରେ ତାଙ୍କ ନିକଟରୁ ଓପ ଏଫ ୧୭ ମଡେଲ ର ଗୋଟିଏ ମୋବାଇଲ ସହ ନଗଦ ୧୪୦୦ ଟଙ୍କା ଓ ଗୋଟିଏ ଭ୍ୟାନିଟ ଜବତ କରାଯାଇଛି।ପରେ ଆସନ୍ତା କାଲି ଯୁବକ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି
Comments are closed.