Odisha news

ନବୋଦୟ ବିଦ୍ୟାଳୟରୁ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣକୁ ବିରୋଧ ପୁରୀରେ ଅଧ୍ୟୟନ କରିବାକୁ ଦାବି

କୋଣାର୍କ,୩୦/୮: କୋଣାର୍କ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଜିଲା ତଥା ଜିଲା ବାହାରେ ଅଧ୍ୟୟନ ଲାଗି ନିଦେ୍ର୍ଦଶାନାମା ପ୍ରକାଶ ପାଇଥିବାବେଳେ ଏହାକୁ ଅଭିଭାବକମାନେ ବିରୋଧ କରିବା ସହ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରକାଶ ଯେ, ୨୦୧୬ ମସିହାରେ ପ୍ରବେଶିକା ପରୀକ୍ଷା ଦେଇ ଶୃଙ୍ଖଳିତ ଭାବେ ଅଧ୍ୟୟନ କରି ଆସୁଥିଲେ । ମାତ୍ର କରୋନା କଟକଣା ଯୋଗୁଁ ୨୦୨୦-୨୧ ଶିକ୍ଷାବର୍ଷରେ ପରୀକ୍ଷା ବାତିଲ ହୋଇଥିଲା ।

ପରେ ଫଳ ପ୍ରକାଶିତ କରାଯାଇଥିବାବେଳେ କମ୍ କରି ନମ୍ବର ଦିଆଯାଇଥିବା ଅଭିଭାବକମାନେ ଅଭିଯୋଗ କରିଥିବାବେଳେ ବିଦ୍ୟାଳୟ ର୍ୟାଙ୍କରେ ଅବନତି ଘଟିଛି । ସେହିପରି କେନ୍ଦ୍ର ସରକାର ନବୋଦୟ ସମିତି ଜରିଆରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଯେପରି ହଇରାଣ ନହେବେ ସେଥିପ୍ରତି ସୁ-ବ୍ୟବସ୍ଥା କରାଯାଇଥିବାବେଳେ ଆବଶ୍ୟକ ସ୍ଥଳେ ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ସୂଚନା ଦିଆଯାଇଥିଲା ।

ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ବିଦ୍ୟାଳୟରେ କୌଣସି ସୂଚନା ଦିଆଯାଇନଥିବାବେଳେ ବିଦ୍ୟାଳୟ କର୍ତ୍ତୁପକ୍ଷ ଛାତ୍ରଛାତ୍ରୀମାନଙ୍କୁ ରାୟଗଡ଼ା, ଯାଜପୁର ଭଳି ଦୂରନ୍ତ ନବୋଦୟଙ୍କୁ ଅଧ୍ୟୟନ ନିମନ୍ତେ ପଠାଇଛନ୍ତି । କରୋନା ମହାମାରି ସମୟରେ ଏତାଦୃଶ କାର୍ଯ୍ୟକୁ ଅଭିଭାବକ କାଶିନାଥ ନାୟକ, ଭାସ୍କର ଚନ୍ଦ୍ର ସ୍ୱାଇଁ, ପ୍ରଶାନ୍ତ କୁମାର ଜେନା, ପ୍ରଭାତୀ ନାୟକ, ସତ୍ୟଭାମା ସାହୁ, ରଜନୀ ସ୍ୱାଇଁଙ୍କ ସମେତ ୨୦ରୁ ଉଦ୍ଧ୍ୱର୍ ଅଭିଭାବକ ବିରୋଧ କରିବା ସହ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏ ସଂପର୍କରେ ଜବାହାର ନବୋଦୟ ବିଦ୍ୟାଳୟ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ସଂଗୀତା ପାଢ଼ୀଙ୍କୁ ପଚାରିବାରେ ସେ କୁହନ୍ତି, ଏହି ଘଟଣା ସଂପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଇଛି । ଉଚ୍ଚ କର୍ତ୍ତୁପକ୍ଷଙ୍କ ନିଦେ୍ର୍ଦଶ ମୁତାବକ ପଦକ୍ଷେପ ନିଆଯିବ ।

Shares