କୋଣାର୍କ : ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ କୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟା ରେ ଦେଶ ବିଦେଶ ରୁ ପର୍ଯ୍ୟଟକ ପରିଦର୍ଶନ ରେ ଆସିଥାନ୍ତି ।ପର୍ଯ୍ୟଟକଙ୍କ ରାତ୍ରିଯାପନ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ ନେଇ ଓଡିଶା ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକ କୋଣାର୍କ ରେ ଏହି ଯାତ୍ରୀନିବାସ ଗଢି ତୋଳିବା ଲକ୍ଷ୍ୟ ନେଇ ୧୯୮୭ ମସିହା ଅକ୍ଟୋବର ମାସରେ ଭିତିପ୍ରସ୍ତର ସ୍ଥାପନ କରି ଯାତ୍ରୀନିବାସ କୁ ଗଢିତୋଳି ପର୍ଯ୍ୟଟକଙ୍କ ସେବାରେ ଲୋକାର୍ପଣ କରିଥିଲେ । ସେବେ ଠାରୁ ଦୀର୍ଘବର୍ଷ ଧରି ପର୍ଯ୍ୟଟକ ମାନଙ୍କୁ ସମସ୍ତ ପ୍ରକାର ଆତିଥ୍ୟ ପ୍ରଦାନ କରି ସୁନାମ ଅର୍ଜନ କରିଥିବା ଏହି ଯାତ୍ରୀ ନିବାସକୁ କେତେକ ହୀନ ମାନସିକତା ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଘରୋଇକରଣ ଲାଳସା ପାଇଁ ଆଜି ଏହା ଘରୋଇ କରଣ ହେବାକୁ ଯାଉଛି ।ପର୍ଯ୍ୟଟନ ବିଭାଗ ପକ୍ଷରୁ ଏବେ ସାରା ଓଡ଼ିଶାରେ ଥିବା କେତେକ ପର୍ଯ୍ୟଟନ ଶିଳ୍ପକୁ ଘରୋଇକରଣ କରାଯିବା ଅଭିଯାନ ଆରମ୍ଭ ହୋଇଯାଇଥିବା ଦେଖାଯାଇଛି ।
ଗତ ମାର୍ଚ୍ଚ ମାସ ୩୧ ତାରିଖ ରେ ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାପ୍ତି ଅନୁଯାଇ ଓଟିଡିସି ର କୋଣାର୍କ ଯାତ୍ରୀନିବାସ ,ପୁରୀ ସାତପଡ଼ା ପାନ୍ଥନିବାସ,ଭୁବନେଶ୍ୱର ର ଧଉଳି ପାନ୍ଥନିବସ ସମେତ ଅନେକ ଓଟିଡିସି ର ସଂସ୍ଥା କୁ ଘରୋଇକରଣ କରାଯିବା ନିମନ୍ତେ ଵିଜ୍ଞପ୍ତି ପ୍ରକାଶ ପାଇଥିବା ଜଣା ପଡ଼ିଛି ।କୋଣାର୍କ ଯାତ୍ରୀନିବାସ କୋଣାର୍କ କରେ ପର୍ଯ୍ୟଟକମାନଙ୍କ ସହିତ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କୁ ନିଜର ସେବା ଯୋଗାଇବାରେ ସାରା ରାଜ୍ୟରେ ସୁନାମ ଅର୍ଜନ କରିଥିବା ଜଣାଯାଏ।ବିଶେଷ ଭାବେ ପ୍ରତି ବର୍ଷ ଡିସେମ୍ବର ମାସରେ ପର୍ଯ୍ୟଟନ ବିଭଗ ପକ୍ଷରୁ ଆୟୋଜିତ ହେଉଥିବା କୋଣାର୍କ ନୃତ୍ୟ ଉତ୍ସଵ ଓ ଅନ୍ତର୍ଜାତୀୟ ବାଲୁକା କଳା ଫେଷ୍ଟିଭାଲ କୁ ଦେଖିବାକୁ ଆସୁଥିବା ଦେଶ ବିଦେଶ ର ଶହଶହ ପର୍ଯ୍ୟଟକଙ୍କୁ ସୁନ୍ଦର ଆତିଥ୍ୟତା ପ୍ରଦାନ କରି ପର୍ଯ୍ୟଟକଙ୍କ ମନ ନେଇଥାନ୍ତି ଏହାର ପରିଚାଳକ ସହ ସମସ୍ତ କର୍ମଚାରୀ।ଯାହାଫଳରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ରେ ଆସି ପର୍ଯ୍ୟଟକମାନେ କୋଣାର୍କ ଯାତ୍ରୀନିବାସ ରେ ରାତ୍ରିଯାପନ କରି ରହିବାକୁ ପସନ୍ଦ କରିଥାନ୍ତି ।ମାତ୍ର ପର୍ଯ୍ୟଟନ ବିଭାଗ ର ବୈମାତୃକ ମନୋଭାବ ମୁନାଫ କମାଇବା ଲାଳସା କୁ ନେଇ କେତେକ କର୍ତ୍ତୃପକ୍ଷଙ୍କ ପରୋଚନା ରେ ଦୀର୍ଘ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଏହି କର୍ମଚାରୀ ମାନଙ୍କର ସ୍ୱାର୍ଥ କୁ ବଳି ପକାଇ ଏହାକୁ ଘରୋଇକରଣ କରିବା ନିମନ୍ତେ ନିଷ୍ପତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଯାହାକୁ ନେଇ ଯାତ୍ରୀନିବାସ ରେ କାର୍ଯ୍ୟରତ କର୍ମଚାରୀ ମାନେ ଘୋର ବିରୋଧ କରି ଏହି ନିଷ୍ପତି କୁ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି ।ଓଡିଶା ପର୍ଯ୍ୟଟନ ବିଭାଗ ର ନାମ ପ୍ରଚାର ପ୍ରସାର ର ମୁଖ୍ୟ ଭୂମିକା ଦେଶ ବିଦେଶ ରେ କରିଥିବା ଏହି ଯାତ୍ରୀନିବାସ କୁ ପର୍ଯ୍ୟଟନ ବିଭାଗ ର ଘରୋଇକରଣ ମନୋବୃତ୍ତି ପାଇଁ ଆଜି ଏହି ଅନୁଷ୍ଠାନ ଘରୋଇକରଣ ଖୁବଶୀଘର ହେବାକୁ ଯାଉଛି ,ଯାହା ଏବେ ଏହାର କର୍ମଚାରୀ ଙ୍କ ର ଚିନ୍ତାର କାରଣ ପାଲଟିଛି । ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଏହି ଅନୁଷ୍ଠାନ ର କର୍ମଚାରୀ ମାନେ ସେମାନଙ୍କର ଭବିଷ୍ୟତ ଜୀବିକା କୁ ନେଇ ଆଶା ଓ ଆଶଙ୍କା ର ଭିତରେ ଗତି କରୁଛନ୍ତି ।ପର୍ଯ୍ୟଟନ ବିଭାଗ ର ଏପରି ନିଷ୍ପତି ଫଳରେ ଶହଶହ କର୍ମଚାରୀଙ୍କ ଜୀବନ ଜୀବିକା ହରାଇବା ଆଶଙ୍କା ଦେଖାଦେଇଛି ।ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ କୋଣାର୍କ ଯାତ୍ରୀନିବାସ ର ଘରୋଇକରଣ ନିଷ୍ପତି ରୁ ତୁରନ୍ତ ଓହରି ଯିବା ପାଇଁ ଓ କର୍ମଚାରୀମାନଙ୍କରସ୍ୱାର୍ଥ ରକ୍ଷା ନିିମତେ “ରାଜ୍ୟ ଉତ୍କଲ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ” ର ସଭାପତି ଶ୍ରୀ ବେଣୁଧର ପାତ୍ର ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ସାରା ଓଡିଶା ରେ ଥିବା ପର୍ଯ୍ୟଟନ ଅଫିସ ଆଗରେ ଘରୋଇକରଣ କୁ ଵିରୋଧ କରାଯାଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ।