Odisha news

କାନ୍ଦୁଛି ସୂର୍ଯ୍ୟ ମନ୍ଦିର, କିଛି ବର୍ଷ ମଧ୍ୟରେ ଶ୍ରୀହୀନ ହେବାକୁ ଯାଉଛି ବ୍ଲାକ ପାଗୋଡା

0

କୋଣାର୍କ : ପୃଥିବୀ ର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ କୋଣାର୍କ ର ସୂର୍ଯ୍ୟ ମନ୍ଦିର ଅନ୍ୟତମ। କିନ୍ତୁ ପ୍ରତ୍ନତତ୍ତ୍ଵ ବିଭାଗ ର ଚରମ ଅବହେଳା ପାଇଁ ସପ୍ତାଶ୍ଚର୍ଯ୍ୟ ରୁ ବାଦ ପଡିବାକୁ ଯାଉଛି ସୂର୍ଯ୍ୟ ମନ୍ଦିର। ବିଶ୍ବ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ର କଳା କୃତି ଉଚ୍ଚ କୋଟୀର। ସେଥିପାଇଁ ତ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ମାନେ ବୁଲିବାକୁ ଆସନ୍ତି ଏଠାକୁ। ସୂର୍ଯ୍ୟ ମନ୍ଦିର ସହ ସଂଖ୍ୟା ତତ୍ତ୍ଵ ର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ।୧୨ ଶହ ବଢେଇ,୧୨ ବର୍ଷ ରେ, ୧୨ ବର୍ଷ ର ରାଜସ୍ଵ ବିନିଯୋଗ ରେ ଏହି ମନ୍ଦିର ନିର୍ମାଣ କରିଥିଲେ। ଯାହାକୁ ୧୨ ବର୍ଷର ବାଳକ ଧରମା ମୁଣ୍ଡି ମାରି ଶେଷ କରିଥିଲା। ସୂର୍ଯ୍ୟ ଙ୍କ ରଥ ଆକୃତି ର ଏହି ମନ୍ଦିର ରେ ୧୨ ଯୋଡ଼ା ଚକ ଲାଗିଛି ଯାହା ୧୨ ମାସର ପ୍ରତୀକ। ପ୍ରତି ଚକରେ ଲାଗିଥିବା ଅର ଦିନର ୧୨ ଘଣ୍ଟା ଓ ରାତିର ୧୨ ଘଣ୍ଟା କୁ ସୂଚାଏ। କୁଷ୍ଠ ରୋଗ ରେ ପୀଡ଼ିତ କୃଷ୍ଣ ଙ୍କ ପୁତ୍ର ଶାମ୍ବ ଏଠି ୧୨ ବର୍ଷ ସୂର୍ଯ୍ୟ ନାରାୟଣ ଙ୍କ ଉପାସନା କରି ରୋଗ ମୁକ୍ତ ହୋଇଥିଲେ। ଏହି ଭବ୍ୟ ମନ୍ଦିର ଆଜି କାନ୍ଦୁଛି। ପ୍ରତିଟି ପଥର ରେ ଖୋଦିତ ମୂର୍ତ୍ତି ଆଜି କାନ୍ଦୁଛନ୍ତି। ବିଲୁପ୍ତ ହେବାକୁ ଯାଉଛି ବ୍ଲାକ ପଗୋଡା।

ଏ ଏସ ଆଇ ସୂର୍ଯ୍ୟ ମନ୍ଦିର କୁ ନିଜ ଅଧିନକୁ ନେବା ପରଠୁ ମନ ମୁଖି କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ସୂର୍ଯ୍ୟ ମନ୍ଦିର ର ଅନେକ କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରତିମା ମନ୍ଦିର ପ୍ରାଙ୍ଗଣ ରୁ ରାତି ଅଧିଆ ଉଭା ହୋଇ ସେଠି ଲାଗିଛି ଶହ ଶହ ସାଧା ପଥର। ସୂର୍ଯ୍ୟ ମନ୍ଦିର ର ସୌନ୍ଦର୍ଯ୍ୟ ଅବକ୍ଷୟ ପରେ ଏବେ ସୂର୍ଯ୍ୟ ନାରାୟଣ ଙ୍କ ପତ୍ନୀ କୁହାଯାଉଥିବା ଛାୟା ଦେବୀ ଙ୍କ ମନ୍ଦିର ରୁ ଉଭା ହୋଇଛି ପ୍ରତିମୂର୍ତ୍ତି। ଯାହା କୁ ବାସ୍ତବ ରେ ନଦେଖିଲେ ବିଶ୍ୱାସ କରିହେବନି ୧୨ ସହ ଖ୍ରୀଷ୍ଟାବ୍ଦ ର ଏହି ଛାୟା ଦେବୀ ଙ୍କ ମନ୍ଦିର ଏବେ ଶ୍ରୀହୀନ। ସୌନ୍ଦର୍ଯ୍ୟ ହରାଇ ସାରିଲାଣି ଏବେ ଏହି ମନ୍ଦିର। ପୁନଃ ଉଦ୍ଧାର, ସୁରକ୍ଷା ଓ ସଂରକ୍ଷଣ ନାଁ ରେ ଏଏସଆଇ କର୍ମଚାରୀ ମନ୍ଦିର ରୁ କାଢ଼ିବାରେ ବ୍ୟସ୍ତ କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରତିମା। ମୂର୍ତ୍ତି କୁ କଢ଼ା ଯାଇ ଲଗାଯାଇଥିବା ଏହି ସାଧା ପଥର ର ସ୍ଥିତି ଏବେ ସାଙ୍ଘାତିକ। ଫାଟିବାରେ ଲାଗିଲାଣି ଏହି ସବୁ ପଥର। ଯାହା ସ୍ପଷ୍ଟ ପ୍ରମାଣ କରୁଛି କାହିଁ କେତେ ବର୍ଷ ପୂର୍ବରୁ ଦଣ୍ଡାୟମାନ ଏହି ମନ୍ଦିର ର ଆୟୁଷ ଆଉ ଅଳ୍ପ ଦିନ ବୋଲି ଆଶଙ୍କା ସୃଷ୍ଟି ହେଉଛି।

ସୂର୍ଯ୍ୟ ମନ୍ଦିର ଏଏସଆଇ ଅଧିନ କୁ ଆସିଲା ପରେ ୧୯୦୧ ରେ ସୂର୍ଯ୍ୟ ମନ୍ଦିର ରୁ ବାଲି କଢ଼ା ପ୍ରକ୍ରିୟା ଆରମ୍ଭ ହେଲା। ସେତେବଳକୁ ମନ୍ଦିର ବାଲି ରେ ପୋତି ହୋଇ ଚାରିପଟେ ଜଙ୍ଗଲ ସୃଷ୍ଟି ହୋଇ ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା। ପ୍ରଥମ ପର୍ଯ୍ୟାୟ ରେ ବାଲି କଢ଼ା ଯିବା ପରେ ଚକ ବାହାରିଥିଲା। ୧୯୦୩ ରେ ସମ୍ପୂର୍ଣ୍ଣ ମୁଖଶାଳା ବାଲି ମୁକ୍ତ ହେଲା। ୧୯୦୬ ବେଳକୁ ମୁଖଶାଳା ସହ ମନ୍ଦିର ସମ୍ପୂର୍ଣ୍ଣ ବାଲି ମୁକ୍ତ ହେଲା। ୧୯୦୮ ରେ ମନ୍ଦିର କୁ ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା କରିବା ପାଇଁ କିଛି କୃତ୍ରିମ ଜଙ୍ଗଲ ର ମଧ୍ୟ ସୃଷ୍ଟି କରାଯାଇଥିଲା। କିନ୍ତୁ ମନ୍ଦିର ବାଲି ବନ୍ତ୍ ମଧ୍ୟରେ ପୋତି ହୋଇଥିବା କାରଣରୁ ମନ୍ଦିର ଯଦିଓ ବାଲି ମୁକ୍ତ ହୋଇଥିଲା କିନ୍ତୁ ଏହାର ଚାରିପଟେ ଅନେକ ଗୁଡ଼ିଏ ବାଲି ବନ୍ତ ରହିଥିଲା। ୧୯୦୯ ମସିହାରେ ପଶ୍ଚିମ ପାର୍ଶ୍ବ ବାଲି ବନ୍ତ ଖୋଳା ଯିବା ପରେ ସୂର୍ଯ୍ୟ ନାରାୟଣ ଙ୍କ ପତ୍ନୀ କୁହାଯାଉଥିବା ଛାୟା ଦେବୀ ଙ୍କ ମନ୍ଦିର ଆବିର୍ଭାବ ହୋଇଥିଲା।୧୯୧୦ ରେ ଛାୟା ଦେବୀ ମନ୍ଦିର ପୁନଃ ଉଦ୍ଧାର ଶେଷ ହୋଇଥିଲା। ୧୯୧୦ ରେ ମନ୍ଦିର ପୂର୍ବ ପାର୍ଶ୍ବ ରେ ଥିବା ଏକ ବାଲି ବନ୍ତ ଖୋଳା ଯିବା ପରେ ସେଠି ନାଟ୍ୟ ମନ୍ଦିର ର ଆବିର୍ଭାବ ହୋଇଥିଲା। ୧୯୨୨ ରେ ନାଟ୍ୟ ମନ୍ଦିର, ଛାୟା ଦେବୀ ମନ୍ଦିର ଓ ମୁଖ୍ୟ ମନ୍ଦିର ର ସୁରକ୍ଷା ପାଇଁ ଏହାର କାନ୍ଥ ରେ ଏକ ପ୍ରକାର ସିମେଣ୍ଟ କଂକ୍ରିଟ ର ଲେପ ଦିଆଯାଇଥିଲା। ୧୯୩୯ ରେ ଏଏସଆଇ ସୂର୍ଯ୍ୟ ମନ୍ଦିର କୁ ନିଜ ଅଧିନକୁ ନେଇଥିଲା। ୧୯୫୦ ରେ ଏକ ମନ୍ଦିର କମିଟି ର ଗଠନ ହୋଇଥିଲା। କିଛି ସାଧାରଣ ଲୋକ ଏବଂ ସରକାର ଏହି କମିଟି ର ସଦସ୍ୟ ଭାବରେ ରହିବାର ପ୍ରସ୍ତାବ ଗ୍ରହଣ କରାଗଲା।୧୯୭୭ ରେ ସୂର୍ଯ୍ୟ ମନ୍ଦିର ଆଲୋକି କରଣ ପରେ ୧୯୮୫ ରେ ବିଶ୍ବ ଐତିହ୍ୟ ର ମାନ୍ୟତା ପାଇଲା କୋଣାର୍କ ସୂର୍ଯ୍ୟ ମନ୍ଦିର।୧୯୯୫ ରେ ସୂର୍ଯ୍ୟ ମନ୍ଦିର ବିପଦ ରେ ଥିବା ଦର୍ଶାଇ ଏଏସଆଇ ସୂର୍ଯ୍ୟ ମନ୍ଦିର କୁ ଲୁହା ବିମ୍ ରେ ଛାଉଣୀ କଲେ ଏବଂ ୨୦୨୦ ରେ ଆମିକସ କ୍ୟୁର ଙ୍କ ରିପୋର୍ଟ ପରେ ସୂର୍ଯ୍ୟ ମନ୍ଦିର କୁ ଲୁହା ଭାରା ମୁକ୍ତ କରାଗଲା।

ଅନେକ ଘାତ ପ୍ରତିଘାତ ସହି ସୂର୍ଯ୍ୟ ମନ୍ଦିର ଆଜି ନିଜ ଯାଗାରେ ଦଣ୍ଡାୟ ମାନ। କିନ୍ତୁ ଏଏସଆଇ ର ଚରମ ଅବହେଳା ପାଇଁ ଆଜି ବିପଦ ରେ ବ୍ଲାକ ପାଗୋଡ଼ା। କେତେବଳେ ମନ୍ଦିର ଉପରେ ଡ୍ରୋନ ଉଡୁଛି ତ ଆଉ କେତବେଳେ ମନ୍ଦିର ପରିସର ରୁ ରାତି ଅଧିଆ ବାଲି ବନ୍ତ ସହ ବହୁ ମୂଲ୍ୟବାନ ପଥର ଉଭାନ ହୋଇଯାଉଛି ତ ପୁଣି କେତବେଳେ ମନ୍ଦିର କାନ୍ଥ ରୁ ଗାଏବ ହେଉଛି ଜୀବନ୍ତ କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରତିମା । ପୁଣି ଏବେ ସୂର୍ଯ୍ୟ ନାରାୟଣ ଙ୍କ ପତ୍ନୀ କୁହାଯାଉଥିବା ଛାୟା ଦେବୀ ଙ୍କ ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ନାଁ ରେ ମନ୍ଦିର କାନ୍ଥ ରୁ ମୂର୍ତ୍ତି ପଥର କଢ଼ା ଯାଇ ଲଗାଯାଇଛି ସାଧା ପଥର ଯାହା ତଦନ୍ତ ସାପେକ୍ଷ ହେବା ନିହାତି ଜରୁରୀ ।

Attachments area

Leave A Reply