Odisha news

ହାଇକୋର୍ଟରେ ମାମଲା ଖାରଜ, ନିର୍ମାଣ ହେବ କୋଣାର୍କ ଏନଏସି ଦ୍ୱାରା ହେଲିପ୍ୟାଡ ପାର୍ଶ୍ୱ ବିଶୋଧନ କେନ୍ଦ୍ର

କୋଣାର୍କ :  କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟ ହେଲିପ୍ୟାଡ ପାର୍ଶ୍ଵରେ କୋଣାର୍କ ଏନଏସି ପକ୍ଷ ରୁ ଆବର୍ଜନା  ବିଶୋଧନକେନ୍ଦ୍ର ନିର୍ମାଣ କୁ ବିରୋଧ କରି ଓଡିଶା ବାୟୋଡାଇଭର୍ସିଟି କଞ୍ଜରଭେସନ ଫାଉଣ୍ଡେସନ ପକ୍ଷରୁ ରୁଜୁ ହୋଇଥିବା ମାମଲା ଉପରେ ମାନ୍ୟବର ହାଇକୋର୍ଟ ପୂର୍ଣ୍ଣଛେଦ ପକାଇଛନ୍ତି ।ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବିପି ରାଉତରାୟ ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାକୁ ଅଗ୍ରାହ୍ୟ କରିବା ସହ ପୂର୍ବ ରୁ ପ୍ରଦାନ କରାଯାଇଥିବା ଅନ୍ତ୍ରରୀଣରିତାଦେଶ ଉଠାଇବା ପାଇଁ ଖଣ୍ଡପୀଠ ନିର୍ଦ୍ଧେଶ ଦେଇଛନ୍ତି ।ଫଳରେ ଉକ୍ତ ଅଂଚଳରେ ଅଧାରୁ ବନ୍ଦଥିବା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପର କାର୍ଯ୍ୟ ପୁନଃବାର ଚାଲୁକରାଯିବ ବୋଲି  ସ୍ପଷ୍ଟ ହୋଇଯାଇଛି।  ମାମଲା ବିବରଣୀ ରୁ ଜଣାପଡେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉକ୍ତ ଅଞ୍ଚଳରେ କୋଣାର୍କ ଏନଏସି ଦ୍ୱାରା ଏହି ପ୍ରକଳ୍ପ ପାଇଁ ଟେଣ୍ଡର କରାଯାଇଥିଲା ଏବଂ ଟେଣ୍ଡର ପାଇଥିବା ସଂସ୍ଥା  ଉକ୍ତ କାର୍ଯ୍ୟ କୁ କୋଣାର୍କ ଖାତା ନଂ ୪୧୫ ପ୍ଲଟ ନଂ ୧୫୯୯ ଓ ୧୬୦୨ ଉପରେ ପ୍ରକଳ୍ପ ଚାଲୁରଖିଥିଲା କିନ୍ତୁ ନିର୍ମାଣ କରାଯାଉଥିବା ପ୍ରକଳ୍ପ ର ଜମି ବାଲୁଖଣ୍ଡ -କୋଣାର୍କ ବନ୍ୟ ପ୍ରାଣୀ ଅଭୟାରଣ୍ୟ ଅଞ୍ଚଳର ମଧ୍ୟରେ ଅନ୍ତର୍ଭୁକ୍ତ ବୋଲି ଅଭିଯୋଗ ହେବା ସହ ୧୬୦୨ ର ଅଂଶ ଇକୋ ସେନସିଟିଭି ଜୋନ ମଧ୍ୟରେ ରହିଥିବା ବେଳେ କୌଣସି ପ୍ରକାର ନିର୍ମାଣ କରାଯାଇ ପାରିବ ନାହିଁ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା ଏବଂ ଏହି ପ୍ରକଳ୍ପ ଦ୍ଵାରା ଅଭୟାରଣ୍ୟ  ପରିବେଶ ପ୍ରଭାବିତ ହେବାସହ ନିକଟରେ ଥିବା ସମୁଦ୍ର ପାଣି  ପ୍ରଦୂଷିତ ହେବା ସହିତ  କୋଣାର୍କ ଅଞ୍ଚରରେ ବସବାସ କରୁଥିବା ଜନସାଧାରଣ ପ୍ରଭାବିତ ହେବେ ବୋଲି ଦର୍ଶାଇ  ଓଡିଶା ବାୟୋଡ଼ାଇଭସିଟି କଞ୍ଜରଭେସନ ଫାଉଣ୍ଡେସନ ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା ।ଉକ୍ତ ମାମଲା କୁ ମାନ୍ୟବର କୋର୍ଟ  ଶୁଣାଣୀ କରି ପ୍ରତିପକ୍ଷକୁ ନୋଟିସି ଜାରି କରିବା ସହ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ଓ ସ୍ଥିତାବାସ୍ଥା ବଜାୟ ରଖାଯିବ ବୋଲି ମାନ୍ୟବର ହାଇକୋର୍ଟ ନିର୍ଦ୍ଧେଶ ଦେଇଥିଲେ ।କିନ୍ତୁ ପରବର୍ତ୍ତି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୋଣାର୍କ ଏନଏସି ର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ମାନ୍ୟବର କୋର୍ଟକୁ ସତ୍ୟପାଠ ଜରିଆରେ ଏ ସମ୍ବନ୍ଧରେ ସମସ୍ତ ତଥ୍ୟ  ପ୍ରମାଣ ଭିତ୍ତିରେ କୋର୍ଟରେ ଉପସ୍ଥାପନ କରିଥିଲେ ।ଏବଂ   ଏହି ପ୍ରକଳ୍ପ ନିର୍ମାଣରେ କୌଣସି  ନିୟମ ଉଲ୍ଲଂଘନ ହୋଇନଥିବା ଓ ସମସ୍ତ କାର୍ଯ୍ୟ  ସରକାରୀ ନିୟମ ଅନୁସାରେ କରାଯାଇଥିବା ସହ ଏହି ବିବାଦୀୟ ଅଞ୍ଚଳଟି  କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟର ଇକୋ ସେନସିଟିଭି ଜୋନ -୫୦୦ମିଟର ପରିଧି ଭିତରେ ଆସୁନଥିବା ଏବଂ କୋଣାର୍କ ଅଂଚଳ ଜନ ବସତି ଠାରୁ ଏହା ପ୍ରାୟ ୨.୫କିମି ଦୂରରେ କରାଯାଉଥିବା ସତ୍ୟପାଠରେ ମାନ୍ୟବର କୋର୍ଟ କୁ  ଅବଗତକରିଥିଲେ ।କୋର୍ଟ ଏହାର ସତ୍ୟାସତ୍ୟ ଅନୁଭବ କରି ଉକ୍ତ ମାମଲା ଉପରେ ପୂଣ୍ଣଛେଦ ଟାଣିବା ସହ   ସରକାରୀ  କାର୍ଯ୍ୟ ଚାଲୁ ରଖିବାକୁ ନିର୍ଦ୍ଧେଶ ଦେଇଥିବା ଜଣାପଡିଛି। ଏ  ମାମଲା ସମ୍ପର୍କରେ କୋଣାର୍କ ଏନଏସିର  ନିର୍ବାହୀ ଅଧିକାରୀ ଏମ୍  ଶ୍ରୀ ନିବାସ ଙ୍କୁ ପଚାରିଲେ ସେ କୁହନ୍ତି କୋଣାର୍କ ଏନଏସି ସବୁବେଳେ ଅଂଚଳର ଜନସାଧାରଣଙ୍କ  ଉନ୍ନତି ପାଇଁ କାର୍ଯ୍ୟ କରିଚାଲୁଛି ।ଏବଂ ଆଗକୁ ମଧ୍ୟ ତାର କାର୍ଯ୍ୟ ଧାରା ଜାରିରଖିବା ସହ ଅଧା ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରି ହେବ ବୋଲି ସେ ପ୍ରକାଶ କରିଥିଲେ ।
Nalco

Comments are closed.