କୋଣାର୍କ : ଚଳିତ ବର୍ଷ ଡିସେମ୍ବର ୧ରୁ୫ତାରିଖ ପର୍ଯ୍ୟନ୍ତ ଅର୍କକ୍ଷେତ୍ର ସୁର୍ଯ୍ୟ ମନ୍ଦିର ପାଦଦେଶର ମୁକ୍ତା ଆକାଶ ରଙ୍ଗମଞ୍ଚ ରେ ଅନୁଷ୍ଠିତ ହେବ କୋଣାର୍କ ଉତ୍ସଵ ୨୦୨୦ ।କୋଭିଡ଼ି କଟକଣାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରାଯାଇ ଆୟୋଜିତ ହେବ ଏହି ଶାସ୍ତ୍ରୀୟ ଓଡ଼ିଶୀ ର ସମାହାର ,ବିଭିନ୍ନ ଉଚ୍ଚ କୋଟିର ନୃତ୍ୟାଙ୍ଗନାମାନେ ପରିବେଷଣ କରିବେ ଓଡିଶୀ ଓ ଶାସ୍ତ୍ରୀୟ ନୃତ୍ୟ , ଯାହାକୁ ମନଭରି ଗ୍ୟାଲେରୀ ରେ ବସି ଉପଭୋଗ କରିବେ ଏକ ତୃତୀୟାଂଶ ଦର୍ଶକ। ସେଥିପାଇଁ ପୁରା ମୁକ୍ତା ଆକାଶ ରଙ୍ଗମଞ୍ଚ କୁ ଓଡିଶା ର ପର୍ଯ୍ୟଟନ ବିଭାଗ ତରଫରୁ ପ୍ରସ୍ତୁତ କରାଯାଉଛି। ଗ୍ୟାଲେରୀ ରେ ବିଭିନ୍ନ ପ୍ରକାର ଝୋଟି ଓ ଚିତା ପକାଯାଇ ରଙ୍ଗ ମଞ୍ଚ କୁ ନବ ବଧୂ ପରି ସଜାଯାଉଛି ,ଯାହା ଦର୍ଶକ ଙ୍କ ମନ କୁ ରଙ୍ଗମଞ୍ଚ ରେ ଦୀର୍ଘ ସମୟ ଧରି ବାନ୍ଧି ରଖିବ। ପର୍ଯ୍ୟଟନ ବିଭାଗ ଦ୍ଵାରା ମୁକ୍ତା ଆକାଶ ପୁରା ପରିବେଶ କୁ ବିଭିନ୍ନ ରଙ୍ଗ ବେରଙ୍ଗ ଆଲୋକରେ ସଜାଇବା ସହ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କଲାଭଳି ସାଜସଜା କରାଯାଉଛି।ଦର୍ଶକ ଗ୍ୟାଲେରୀ ରେ ପ୍ରାୟ ଏକ ତୃତୀୟାଂଶ ଦର୍ଶକ ବସିବା ପାଇଁ ଯୋଜନା କରାଯାଇ ଚ୍ୟାର ପକାଇବ ପାଇଁ ବ୍ୟବସ୍ଥା କରାଯାଉଛି। ଏବଂ ସବୁ ଦର୍ଶକ ଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ ବାଧ୍ୟତାମୂଳକ କରାଯାଇଛି। ସେହି ଭଳି ଚନ୍ଦ୍ରଭାଗା ର ସୁଣ୍ଣାଭ ବେଳାଭୂମି ରେ କୋଣାର୍କ ଉତ୍ସଵ ଉପଲକ୍ଷେ ଆୟୋଜିତ ହେଉଛି ଆନ୍ତର୍ଜାତିୟ ବାଲୁକା କଳା ମହୋଉତ୍ସଵ ଯେଉଁ ଥିରେ ପ୍ରାୟ ୨୫ଟି ବାଲୁକା ସ୍ତୁପ ରେ ବିଭିନ୍ନ ରାଜ୍ୟ ର ବାଲୁକା ଶୀଳ୍ପୀ ମାନେ ଭାଗ ନେଇ ସେମାନଙ୍କର ନିଖୁଣ କଳାକୃତ୍ତି ପଦର୍ଶନ କରିବେ।