Odisha news

ଅର୍କକ୍ଷେତ୍ର ରେ ଥିବା ରାଧା ଗୋବିନ୍ଦ ଆଶ୍ରମ ରେ ରାଧାପାଦ ଦର୍ଶନ

0
କୋଣାର୍କ : କୋଣାର୍କ ନିକଟସ୍ଥ ଗୁଣ୍ଡି ଗ୍ରାମ ପାର୍ଶ୍ୱରେ ଥିବା ରାଧା ଗୋବିନ୍ଦ ଆଶ୍ରମ ରେ କାର୍ତ୍ତିକ ମାସର ଅଁଳାନଵମୀ ଉପଲକ୍ଷେ  ରାଧାପାଦ ଦର୍ଶନ ଓ ସଂକୀର୍ତ୍ତନ କାର୍ଯ୍ୟକ୍ରମ ସୀମିତ ଶ୍ରଦ୍ଧାଳୁ ଙ୍କ ଉପସ୍ଥିତି ରେ ସମାପନ ହୋଇଛି। ପଞ୍ଚମ ମୂଳ ଜଗତଗୁରୁ  ଶ୍ରୀ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ପ୍ରଚାରିକା ସୁଶ୍ରୀ ଡ଼ଃ ଭକ୍ତିଶ୍ୱରୀ ଦେବୀ ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ସରକାରଙ୍କ କୋଭିଡ଼ି ନିୟମକୁ ପାଳନ କରି ଆଶ୍ରମରେ ସୀମିତ ଭକ୍ତ ଗହଣରେ  ରାଧା ଦେବୀ ଙ୍କ ସକାଳ ଆଳତୀ ସହିତ ଦର୍ଶନ ଅନୁଷ୍ଟିତ ହୋଇଥିଲା  ।
ସକାଳ ୯ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ  ରାଧା ପାଦ ଦର୍ଶନ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ରାଧା ମାତାଙ୍କ ପାଖରେ ସନ୍ଧ୍ୟା ଆଳତି କରାଯାଇ ରାଧା କୃଷ୍ଣ ଙ୍କ ଅମୃତ ଗାଥାକୁ ଆଶ୍ରମ ର ମୁଖ୍ୟ ପୁରୋଧାରିଣୀ ଡ଼ଃ ସୁଶ୍ରୀ ଭକ୍ତିଶ୍ୱରୀ ଦେବୀ ପ୍ରବଚନରେ ଉପସ୍ଥିତ ଥିବା ଭକ୍ତ ମାନଙ୍କୁ ଶୁଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ରାଧେ ରାଧେ ଦୀକ୍ଷା ଗ୍ରହଣ କରିଥିବା ସମାଜସେବୀ ହରିଶ୍ଚନ୍ଦ୍ର ଦାଶ ଙ୍କ ସହ ଆଖପାଖ ଅଞ୍ଚଳ ଭକ୍ତ ମାନେ ଉପସ୍ଥିତି ହୋଇ ସମୁହଁ ନାମ ସଂକୀର୍ତ୍ତନ ରେ ଭାଗ ନେଇ ରାଧା ଦେବୀ ଙ୍କ ଗୁଣଗାନ କରିଥିଲେ ।
Leave A Reply