କୋଣାର୍କ : ପୁରୀ ଏସ୍ପି ଅଖିଳେଶ୍ବର ସିଂ ଙ୍କ ନିର୍ଦ୍ଧେଶ କ୍ରମେ କୋଣାର୍କ ଥାନାଅଧିକାରୀ ରଞ୍ଜନ କୁମାର ମଲ୍ଲିକ ତାଙ୍କର ସ୍ୱତନ୍ତ୍ର ପୋଲିସ ଟିମ ସହ ସହରରେ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କୁ କଡ଼ାକଡ଼ି କରି ଚୋରି ରାହାଜାନୀ ବିଶେଷ କରି ଚୋରା ନିଶାବେପାରୀଙ୍କୁ କାବୁ କରିବାରେ ସଫଳ ହେଉଥିବାର ପରିଲକ୍ଷିତ ହେଉଛି।
ଯାହା ଦୀର୍ଘ ଦିନ ହେବ ପୋଲିସ ଆଖିରେ ଧୂଳି ଦେଇ ଚୋରାରେ ବ୍ରାଉନସୁଗାର ବିକ୍ରି କରୁଥିବା ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଶ୍ରୀ ମଲ୍ଲିକ କାବୁ କରି ସେମାନଙ୍କ ଠାରୁ ୧୮ଗ୍ରାମ ଧଳାଜହର (ବ୍ରାଉନ ସୁଗାର) ସହ ନଗଦ ୫୦,୦୦୦(ପଚାଶ ହଜାର )ଟଙ୍କା ଓ ଗୋଟେ ବାଇକିକୁ ଜବତ କରିଛନ୍ତି ।
ସେମାନେ ହେଲେ କୋଣାର୍କ ନିକଟସ୍ଥ ଅନସରା ଗ୍ରାମର ପ୍ରଭାତ ସେଠ ଓ ଜୁଣେଇଁ ଗ୍ରାମର ଦିଲ୍ଲୀପ କାଣ୍ଡି ,ସେମାନେ ବାଲେଶ୍ୱର ଓ ଜଳେଶ୍ୱରରୁ ବ୍ରାଉନ ସୁଗାର ଚୋରାରେ ଆଣି ପୁରୀ ସହ କୋଣାର୍କ ର ବିଭିନ୍ନ ଗ୍ରାମାଅଞ୍ଚଳରେ ଚଢା ଦରରେ ବିକ୍ରି କରୁଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି।ଏହି ଦୁଇ ଚୋରା ନିଶା ବେପାରୀଙ୍କୁ ଗିରଫ କରି କୋଣାର୍କ ଥାନାରେ ୧୪୮/୨୦ରେ ଏକ ମାମଲା ରୁଜୁ କରାଯାଇ ଗୁରୁବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ମଲ୍ଲିକ ଗଣମାଧ୍ୟରେ ସୂଚନା ପ୍ରଦାନ କରିଛନ୍ତି।