Odisha news

କୋଣାର୍କ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ଥଇଥାନ କୁ ପ୍ରାଥମିକତା ଦିଆଯିବ : ଜିଲ୍ଲାପାଳ ପୁରୀ

0

କୋଣାର୍କ (sangram keshari mohapatra) : କୋଣାର୍କ ସୌନ୍ଦର୍ଯ୍ୟକରଣ ପାଇଁ ଏବେ ପ୍ରକ୍ରିୟା  ଆରମ୍ଭ ହୋଇଛି ।ଜାତୀୟ ରାଜପଥ ବିଭାଗ ପକ୍ଷରୁ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅର୍ନ୍ତଭୁକ୍ତ ରିଙ୍ଗରୋଡ଼ କାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ ପାଇଛି ।ତେବେ ଏହି ପ୍ରକଳ୍ପ କାର୍ଯ୍ୟପାଇଁ କୋଣାର୍କରେ କିଛି ବ୍ୟବସାୟୀ ଅନୁଷ୍ଠାନ ଓ ଘର ଉଛେଦ ‌କରାଯାଇ ପାରେ ବୋଲି ଜଣାପଡିଛି ।ଫଳରେ ଏହାକୁ ନେଇ  ଉଚ୍ଛେଦ କାରୀ ଙ୍କ ମନ ରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ଯାହା ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଉଚ୍ଛେଦ କୁ ନେଇ କୌଣସି ଭୟଭୀତ ହେବାର କାରଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ଏପରିକି ଏହି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ପ୍ରଥମେ ଥଇଥାନ ଉପରେ ଫୋକସ ଦିଆଯିବ ବୋଲି ସେ ଗଣମାଧ୍ୟମ କୁ କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କୋଣାର୍କ ସୌନ୍ଦର୍ଯ୍ୟକରଣ ଲାଗି ଆରମ୍ଭ ହୋଇଥିବା ଉଦ୍ୟମ କୁ ସଫଳ କରିବା ପାଇଁ ଜିଲ୍ଳାପାଳ  ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ।ବିଗତଦିନରେ କୋଣାର୍କବାସୀ ପ୍ରଶାସନକୁ ସବୁ କାର୍ଯ୍ୟରେ ସହଯୋଗ କରିଛନ୍ତି ବିଶେଷ କରି କରୋନା ମୁକାବିଲାରେ କୋଣାର୍କବାସୀଙ୍କ ସଚେତନତା ଓ ସହଯୋଗ ପ୍ରଶଂସନୀୟ ବୋଲି ପୁରୀ ଜିଲ୍ଲାପାଳ ମତ ଦେଇଛନ୍ତି ।

କୋଣାର୍କ ଆଗାମୀ ଦିନରେ ଯେଉଁ ନୂତନ ରୂପରେ ଆସିବାକୁ ଯାଉଛି ତାହା କେବଳ କୋଣାର୍କ ବାସୀ ଙ୍କୁ ଗୌବାନ୍ବତ କରିବ ।ବିକାଶ ପାଇଁ ସହଯୋଗ ର ଭୂମିକା ଗୁରୁତ୍ବପୂର୍ଣ୍ଣ ଓ କୋଣାର୍କବାସୀ କୋଣାର୍କ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ସହଯୋଗର ଏକ ନୂତନ ଭିତ୍ତିଭୂମି ସୃଷ୍ଟି କରିବେ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି । ତେଣୁ ଅଞ୍ଚଳର ବାସୀ ଜିଲ୍ଲାପ୍ରଶାସନ ସହ ରାଜ୍ୟ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

Leave A Reply