କୋଣାର୍କ : ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି କଟକଣା ।ସମୁଦ୍ର କୁଳରୁ ନିର୍ଦ୍ଧଷ୍ଟ ଅଂଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି ।ଉକ୍ତ ଅଂଚଳରେ ଟ୍ରଲର ଓ ମୋଟର ଚାଳିତ ଡ଼ଙ୍ଗାରେ ମାଛ ଧରିବା ଉପରେ କଟକଣା ଜାରି ହୋଇଛି । କୋଣାର୍କ ଉପକୁଳରେ ଚିତ୍ରେଶ୍ବରୀ କଅଁରପୁର ଠାରୁ ଚନ୍ଦ୍ରଭାଗା ଦେଇ ରାମଚଣ୍ଡୀ ପର୍ଯ୍ୟନ୍ତ ପ୍ରତିବର୍ଷ ହଜାରହଜାର ସଂଖ୍ୟାରେ କଇଁଛ ଅଣ୍ଡା ଦେଇଥାନ୍ତି ।ଏହାକୁ ଦୃଷ୍ଟିରେ ରଖି କଅଁରପୁର , ଚନ୍ଦ୍ରଭାଗା ଓ କୋଣାର୍କ –ପୁରୀ ବେଳମାର୍ଗରେ ଥିବା ଅସ୍ଥାୟୀ କଇଁଛ ସୁରକ୍ଷା ଶିବିରକୁ ମରାମତି କରାଯିବା ସହିତ ସେଠାରେ କଇଁଛ ଅଣ୍ଡା ଗୁଡ଼ିକ ସଂଗ୍ରହ କରାଯାଇ ସୁରକ୍ଷିତ ଅବସ୍ଥାରେ ରଖାଯାଇଥାଏ ।
କୋଣାର୍କ ବନାଞ୍ଚଳ କାର୍ଯ୍ୟାଳୟ