କୋଣାର୍କ, ସବ୍ୟୁ (sangram keshari mohapatra) : କୋଣାର୍କ ଏନଏସି ଅଂଚରେ ଏକ ବର୍ଜ୍ୟଜଳ ପ୍ରକ୍ରିୟାକରଣ ପ୍ଳାଣ୍ଟ ନିର୍ମାଣ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ମିଳିଥିବା ସୂଚନା ମୁତାବକ ସହରାଞ୍ଚଳରେ ଏହି ଟ୍ରିଟମେଣ୍ଟ ପ୍ଳାଣ୍ଟ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଛି ।ଏନେଇ ସରକାରଙ୍କ ପକ୍ଷରୁ ୨କୋଟି ୫୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ସ୍ଥିର କରାଯାଇଛି ।ଏହି ପ୍ଳାଣ୍ଟରେ ଏନଏସି ଅଂଚଳର ବିଭିନ୍ନ ୱାର୍ଡ଼ରୁ ସେସପୁଲ ରେ ସଂଗ୍ରହ ହେଉଥିବା ଆବର୍ଜନାକୁ ପ୍ରକ୍ରିୟାକରଣ କରାଯାଇ ଜୈବିକ ସାର ପ୍ରସ୍ତୁତ କରାଯିବ ।ଅନୁରୁପ ଭାବେ ବର୍ଜ୍ୟଜଳକୁ ବିଶୋଧନ କରାଯିବା କାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି ।
ଏଥି ପାଇଁ ପ୍ରଥମ ପର୍ଯ୍ୟାୟରେ ବେରୁହଁମୌଜାର ନଟଫାଇନାଲ ଖାତାନଂ ୫୫୨ ର ପ୍ଳଟ ନଂ ୨୮୧୫ (ନଟଫାଇନାଲ) ରେ ଥିବା ଏ୭.୬୬ରୁ ଏ୧.୫୦ ଜମି ଏହି ପ୍ଳାଣ୍ଟ ପାଇଁ ଚୟନ କରାଯାଇଛି ।ଏହି ପ୍ଳାଣ୍ଟ ନିର୍ମାଣ ପାଇଁ କୋଣାର୍କ ଏନଏସି ଅଂଚଳରେ ଖାଲିଥିବା ଦୁଇତିନୋଟି ସରକାରୀ ଜମି ମଧ୍ୟ ଚୟନ କରାଯାଇଛି ।ଏହି କାର୍ଯ୍ୟପାଇଁ ଦାୟିତ୍ବନ୍ୟସ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଆସି ସମସ୍ତ ସ୍ଥାନ ଅନୁଧ୍ୟାନ କରିବେ ।ପରବର୍ତ୍ତୀ ସମୟରେ ଏହି ପ୍ଳାଣ୍ଟ ନିର୍ମାଣ ପାଇଁ ଉପଯୁକ୍ତ ହେଉଥିବା ସ୍ଥାନରେ ଏହାର କାର୍ଯ୍ୟ ଆରମ୍ଭ କରାଯିବ ।କୋଣାର୍କ ଏନଏସି ଅଧିନରେ ଏହି କାର୍ଯ୍ୟ କରାଯିବ ।ଖୁବଶିଘ୍ର ଏହି କାର୍ଯ୍ୟ ଆରମ୍ଭ କରାଯିବ ବୋଲି କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ .ଶ୍ରୀନିବାସ ସୂଚନା ଦେଇଛନ୍ତି ।