Odisha news

କୋଣାର୍କ ଯୁବ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

0

କୋଣାର୍କ (ସଂଗ୍ରାମ କେଶରୀ ମହାପାତ୍ର ) : ରବିବାର ସନ୍ଧ୍ୟା ରେ କୋଣାର୍କ ଏନଏସି ଯୁବକଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟ ନାଥଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତା ପରିବାରକୁ ନ୍ୟାୟ ଦାବି କରିଛି କୋଣାର୍କ ଏନଏସି ଯୁବ କଂଗ୍ରେସ । ଏନେଇ କୋଣାର୍କ ଏନଏସି ଯୁବକଂଗ୍ରେସ ସଭାପତି ସ୍ବାଧିନ  କୁମାର ନାୟକ ଓ କାକଟପୁର ନିର୍ବାଚନ ମଣ୍ଡଳୀ ର ଯୁବ ନେତା ବିଶ୍ୱଜିତ୍ ସ୍ୱାଇଁ ଙ୍କ ନେତୃତ୍ବରେ ରବିବାର ସନ୍ଧ୍ୟା ରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ।

କୋଣାର୍କ ବସଷ୍ଟାଣ୍ଡରୁ  କ୍ୟାଣ୍ଡେଲ  ଶୋଭା ଯାତ୍ରା ବାହାରି କୋଣାର୍କ ବଜାର ପରିକ୍ରମା କରିବା ପରେ ମେଡିକାଲ ଛକ ନିକଟରେ ପହଞ୍ଚିଥିଲା ।ସେଠାରେ ଯୁବକଂଗ୍ରେସ କର୍ମୀମାନେ ମିଳିତ ହୋଇ ଉଭୟ  ପ୍ରଧାମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ  ଯୋଗୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ  । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ  କୋଣାର୍କ ନଗର କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁବାସ ନାୟକ,ପୁରୀଜିଲ୍ଲା ଦଳିତ ସଂଗଠନ ସଂପାଦକ ପ୍ରତାପ କାଣ୍ଡି , ଯୁବନେତା ଲୋକନାଥ ବେହେରା, ଚନ୍ଦ୍ରକାନ୍ତ ସାହୁ, ନିରଂଜନ ଖୁଣ୍ଟିଆ, ଶୁଭଙ୍କର ଲେଙ୍କା ,ଛାତ୍ର ନେତା ପିନାକୀ ପ୍ରସାଦ ନାୟକ,ବିରଂଚି ନାରାୟଣ ପତି ,ଦେବରାଜ ନାୟକ  , କୁନା ନାୟକ, ବାପି ରାୟ, ରଜନୀକାନ୍ତ ପଣ୍ଡା ,ଚନ୍ଦନ ଲେଙ୍କା ଙ୍କ ସମେତ କୋଣାର୍କ ଏନଏସିର ବିଭିନ୍ନ ୱାର୍ଡ଼ ରୁ ପ୍ରାୟ ୫୦ରୁ ଉର୍ଦ୍ଧ ଯୁବ କଂଗ୍ରେସ କର୍ମୀମାନେ ସାମିଲି ହୋଇ ବିଭିନ୍ନ ସ୍ଲୋଗାନମାନ ଦେଇ ଅପରାଧୀ ମାନଙ୍କୁ ଫାଶୀ ଦେବା ସହ ପୀଡ଼ିତା ପରିବାର କୁ ନ୍ୟାୟ ଦେବାକୁ ଦାବି କରିଥିଲେ।

Leave A Reply