Odisha news

କୋଣାର୍କରେ ମାକ୍ସ ଚେକିଂ କଡାକଡି,ଆଦାୟ ହେଲା ୩,୫୦୦ଟଙ୍କା ର ଜୋରିମାନା

0

କୋଣାର୍କ(Sangram Keshari Mohapatra) : କୋଣାର୍କ ଏନଏସିରେ କରୋନାର ପ୍ରକୋପ ଦିନ କୁ ଦିନ ବଢ଼ିବାରେ ଲାଗିଛି ।କରୋନା କଟକଣାକୁ ବେଖାତିର କରି ଲୋକମାନେ ବିନା ସାମାଜିକ ଦୁରତା ଓ ବିନା ମାକ୍ସରେ ଖୋଲାଖୋଲି ଭାବେ  ବଜାରରେ ବୁଲୁଛନ୍ତି ।ଫଳରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି ।

ଏହାକୁ ଦୃଷ୍ଟିରେ ରଖି ବିନା ମାସ୍କ ଧାରୀଙ୍କ ଠାରୁ ଗୁରୁବାର ସନ୍ଧ୍ୟାରେ କୋଣାର୍କ ଡ଼ାକ୍ତରଖାନା ଛକରେ କୋଣାର୍କ  ଥାନା ଏସଆଇ ଦିଲ୍ଲିପ ବେହେରାଙ୍କ ନେତୃତ୍ବରେ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ମାକ୍ସ ଚେକିଂ କଡାକଡି କରି  ୧୭ଜଣଙ୍କ ଠାରୁ ୩,୫୦୦ ଟଙ୍କା ର ଜୋରିମାନା ଆଦାୟ କରିଥିଲେ। ଆଗାମୀ ଦିନରେ କୋଣାର୍କରେ ପ୍ରତ୍ୟେକଦିନ ବିଭିନ୍ନ ସ୍ଥାନରେ ମ‌ାକ୍ସ ଚେକିଂ ଜୋରଦାର କରାଯିବ ବୋଲି ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । କୋଣାର୍କ ପୋଲିସର ଏଭଳି ପଦକ୍ଷପକୁ କୋଣାର୍କ ର ସଚେତନ ନାଗରିକମାନେ ପ୍ରଶଂସା କରିଛନ୍ତି।

Leave A Reply