Odisha news

କୋଣାର୍କରେ କରୋନା ମିଟର ବଢ଼ିବାରେ ଲାଗିଛି , ଦିନକରେ ଚିହ୍ନଟ ହେଲେ ୨୧ ପଜେଟିଭି , ଚିକିତ୍ସା ଅବସ୍ଥାରେ ଜଣେ ମୃତ

0

କୋଣାର୍କ : ସୋମବାର କୋଣାର୍କରେ ଅନୁଷ୍ଠିତ କୋଭିଡ଼ ପରୀକ୍ଷାରେ କୋଣାର୍କରେ ୧୦୦ ଜଣଙ୍କର ପରୀକ୍ଷା କରାଯାଇଥିଲା ।ଯାହା ମଧ୍ୟରୁ ୨୧ ଜଣଙ୍କର ପଜିଟିଭ ରିପୋର୍ଟ ଆସିଥିବାର ଜଣାପଡ଼ିଛି ।ଏହାପୂର୍ବରୁ ଶନିବାର ଅନୁଷ୍ଠିତ କୋଭିଡ଼ ପରୀକ୍ଷାରେ ମଧ୍ୟ ୧୨  ପଜିଟିଭ ରିପୋର୍ଟ ଆସିଥିଲା ଏନ ଏ ସିର ନୋଡାଲ ଅଫିସର ଭାଗିରଥି ବରାଳ ଙ୍କ ସୂଚନା ଅନୁଯାୟୀ  କୋଣାର୍କ ଥାନାର ଭାରପ୍ରାପ୍ତ ଅଧିକାରୀ ରଂଜନ କୁମାର ମଲ୍ଲିକଙ୍କ ସମେତ କୋଣାର୍କ ଷ୍ଟେଟବ୍ୟାଙ୍କର ୨ କର୍ମଚାରୀ ଓ କୋଣାର୍କ ଭଗବତୀ ମହାବିଦ୍ୟାଳୟର ୪ ଜଣ ଅଧ୍ୟାପକ /ଅଧ୍ୟାପିକା ଓ କୋଣାର୍କ  ଅଂଚଳର  ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ସଂଜୟ ପତି ଙ୍କର କରୋନା ପଜିଟିଭ ରିପୋର୍ଟ ଆସିଛି ।ଏଥି ସହିତ ପ୍ରାୟ ୩୦ରୁ ଅଧିକ ସଂକ୍ରମିତ ହୋଇଥିବାର ମଧ୍ୟ ସୂଚନା ମିଳୁଛି ।କରୋନା ପଜିଟିଭ ରିପୋର୍ଟ ଆସିବା ପରେ କୋଣାର୍କ ଷ୍ଟେଟବ୍ୟାଙ୍କକୁ ତିନିଦିନ ପର୍ଯ୍ୟନ୍ତ ବନ୍ଦ ରଖାଯିବା ଲାଗି ନିଷ୍ପତି ହୋଇଛି ।

ଗତ ତିନୋଟି ଲକଡ଼ାଉନର  ଶେଷ ପର୍ଯ୍ୟନ୍ତ କୋଣାର୍କ ଏନଏସିରେ କରୋନା ପ୍ରବେଶ କରିପାରିନଥିଲା ।ଚତୁର୍ଥ ପର୍ଯ୍ୟାୟ ଲକଡ଼ାଉନ ଆରମ୍ଭ ହେବା ପରେ ସରକାରଙ୍କ ପକ୍ଷରୁ କେତୋଟି କଟକଣା କୋହଳ କରାଗଲା ।କୋଣାର୍କ ସୂର୍ଯ୍ୟମନ୍ଦିର ପର୍ଯ୍ୟଟକଙ୍କ ପାଇଁ ଖୋଲାଗଲା  ବିନା ମାସ୍କ ରେ ଖୋଲମ ଖୋଲା ବିଭିନ୍ନ ଅଞ୍ଚଳ ରୁ ଆସିଥିବା ପର୍ଯ୍ୟଟକମାନେ ମନ୍ଦିର ଓ  ଚନ୍ଦ୍ରଭାଗର ବେଳା ମାର୍ଗ ବୁଲିଲେ  ଯାହା ଗୋଟିଏ ସପ୍ତାହ ମଧ୍ୟରେ କୋଣାର୍କରେ କରୋନା ମିଟର ବଢ଼ିବାରେ ଲାଗିଛି।

ମହାମାରୀ କରୋନା କୋଣାର୍କରେ ତାର କାୟା ବିସ୍ତାର କରି ଲୋକଙ୍କୁ ଭୟଭୀତ କରିଚାଲିଛି । ।ଚତୁର୍ଥ ପର୍ଯ୍ୟାୟ ଲକଡ଼ାଉନରେ କୋଣାର୍କ ଏନଏସି ପକ୍ଷରୁ ଥରୁଟିଏ ମଧ୍ୟ ଜନସଚେତନତା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ।ଯାହା କରୋନା ମିଟର ବଢିବାକୁ ପଥ ପରିଷ୍କାର ହୋଇଯାଇଛି। ଯେଉଁଥିପାଇଁ କୋଣାର୍କ ଏନ ଏ ସି ଅନ୍ତର୍ଗତ ୧ନଂ ୱାର୍ଡ଼ ଜୁଣେଇଁ ହାଟ ପାଖରେ ରହୁଥିବା ଲିଟୁ ସାହୁ ନାମକ ଜଣେ ବ୍ୟକ୍ତି କରୋନରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେବା ଅବସ୍ଥାରେ ସୋମବାର ଦିନ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି।

Leave A Reply