Odisha news

୧୫ଦିନ ମଧ୍ୟ ରେ କୋଣାର୍କ ଶିଶୁ ମାତୃମଙ୍ଗଳ ଚିକିତ୍ସା କେନ୍ଦ୍ରରୁ କୋଭିଡ଼ି ସେଣ୍ଟର ସ୍ଥାନାନ୍ତର ପାଇଁ ହାଇକୋର୍ଟ ଦେଲେ ନିର୍ଦେଶ

0

କୋଣାର୍କ : ଗର୍ଭବତୀ ମହିଳା ଓ ନବଜାତ ଶିଶୁ ମାନଙ୍କ ପାଇଁ ଗଲା ନବକଳେବର ସମୟରେ ପ୍ରାୟ ୫କୋଟି ଟଙ୍କା ବେୟରେ ୧୦୦ ଶଯ୍ୟା ବିଶିଷ୍ଟ   ଶିଶୁ ମାତୃମଙ୍ଗଳ ଚିକିତ୍ସା କେନ୍ଦ୍ରରେ କୋଭିଡ଼ି ସେଣ୍ଟର ହୋଇପାରିବନୀ ବୋଲି ମାନ୍ୟବର ଓଡିଶା ଉଚ୍ଚନ୍ୟାୟଳୟ ର ମୁଖ୍ୟ ବିଚାରପତି ଶ୍ରୀଯୁକ୍ତ ମହମ୍ମଦ ରଫିକ ଓ ଜଷ୍ଟିସ ଡ଼ଃ ବି.ଆର.ଷଡଙ୍ଗୀ ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଏବଂ ରାୟର ନକଲ ପାଇବାର ୧୫ ଦିନ ଭିତରେ ଏହି ଶିଶୁ ମାତୃମଙ୍ଗଳ ଚିକିତ୍ସା କେନ୍ଦ୍ରରେ ଥିବା କରୋନା ରୋଗୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ ପାଇଁ ଜିଲ୍ଲାପ୍ରଶାସନ କୁ ନିର୍ଦେଶ ଦେଇଥିବା ଜଣାପଡିଛି।

ଏହି ନିର୍ଦେଶ ନାମା କେନ୍ଦ୍ରସରକାର ଙ୍କ କୋଭିଡ଼ି ପରିଚାଳନା ଗାଇଡିଲାଇନି ଓ ରାଜ୍ୟସରକାର ଙ୍କ ପକ୍ଷରୁ କୋଭିଡ଼ି ପରିଚାଳନା ନିମନ୍ତେ ଜାରିକରାଯାଇଥିବା ନୋଟିଫିକେସନ ନଂ୮୭୬୨/୮.୪.୨୦ ଆଧାରରେ ଲାଗୁ କରାଯାଇଥିବା ଜଣାପଡିଛି। ସୁଚନା ଯୋଗ୍ୟ ଏହି ଶିଶୁ ମାତୃମଙ୍ଗଳ ଚିକିତ୍ସା କେନ୍ଦ୍ରରେ ଉପର ମହଲାରେ ଜିଲ୍ଲାରୁ ବିଭିନ୍ନ ଅଞ୍ଚଳରୁ କରୋନା ରୋଗୀ ଆସି ଚିକିତ୍ସା ହେଉଥିଲା ବେଳେ ତଳ ମହଲାରେ ଗର୍ଭବତୀ ମହିଳା ମାନେ ଚିକିତ୍ସା ହେଉଥିଲେ ।

ଯାହା ଗର୍ଭବତୀ ମହିଳା ମାନଙ୍କୁ ଏହିଭୟଙ୍କର ମହାମାରୀ ସଂକ୍ରମଣ କରିବା ସହ ସେମାନଙ୍କ ଜୀବନ ପ୍ରତି ଉଭୟ ମା ଓ ଗର୍ଭସ୍ଥ ଶିଶୁ କୁ ବିପଦ ସୃଷ୍ଟି ହେଉଥିଲା ସେଥିପାଇଁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟ ରେ ଅସନ୍ତୋଷର ବାତାବରଣ ଦେଖାଦେଇଥିଲା ଯାହାକୁ ଅନୁଭବ କରି କୋଣାର୍କ ବାରଆସୋସିଏସନ ଦ୍ୱାରା ମାନ୍ୟବର ହାଇକୋର୍ଟ ରେ ଦାଖଲ କରାଯାଇଥିବା ଏକ ଜନସ୍ବାର୍ଥ ମାମଲା ନଂ ଡବ୍ଲୁ.ପି.ସି.୧୮୯୫୭/୨୦ ଆଗତ କରଯାଇଥିଲା ।ଯାହାକୁ ନେଇ ମାନ୍ୟବର ହାଇକୋର୍ଟ ର ଖଣ୍ଡପୀଠ ସମସ୍ତ ବିଷୟ ବସ୍ତୁକୁ ତର୍ଜମା କରି ଏହି ଶିଶୁ ମାତୃମଙ୍ଗଳ ସ୍ୱାସ୍ଥ କେନ୍ଦ୍ରରେ କୋଭିଡ଼ି ସେଣ୍ଟର ହୋଇପାରିବନି ବୋଲି ନିର୍ଦ୍ଧେଶ ଦେଇଛନ୍ତି। କୋଣାର୍କ ବାର ଆସୋସିଏସନ ପକ୍ଷରୁ ଆଇନିଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରିଥିଲେ।

 

Leave A Reply