ନୂଆଦିଲ୍ଲୀ : ନିକଟରେ ଗୋଟିଏ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି l ତାଇଵାନର ଜଣେ ୧୮ ବର୍ଷୀୟ ଯୁବକ ଚି଼ୟୁ ସ୍କୁଟରରେ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ଗମ୍ଭୀର ଭାବରେ ଆହତ ହୋଇଥିଲେ l ତାଙ୍କୁ ଉପଚାର କରିବା ପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା l ଯେତେବେଳେ ତାଙ୍କୁ ଡାକ୍ତର ଖାନରେ ଭର୍ତି କରାଗଲା ସେତେବେଳେ ଡାକ୍ତର ତାଙ୍କର ବଞ୍ଚିବାର ସଂଭବନ କମ ଅଛି ବୋଲି କହିଥିଲେ l
ସଡକ ଦୁର୍ଘଟଣାରେ ଚି଼ୟୁଙ୍କର ଡାହାଣ କିଡ୍ନୀ ଓ ଲିଭରରେ ଆଘାତ ବାଜିଛି l ମଲ୍ଟିପୁଲ ଫ୍ୟାକ୍ଚର କାରଣରୁ ଶରୀରରୁ ଅନେକ ରକ୍ତ ସ୍ରାବ ହୋଇଥିଲା l ତାଙ୍କର ଚିକିତ୍ସା କରୁଥିବା ଡାକ୍ତର କହିଥିଲେ ଯେ ତାଙ୍କର ୬ ଟି ସର୍ଜରୀ ହୋଇଥିଲା l
ଯାହା ଦ୍ୱାରା ସେ ତ ବଞ୍ଚିଗଲେ କିନ୍ତୁ କୋମାକୁ ଚାଲି ଯାଇଥିଲେ l ଏହା ପରେ ତାଙ୍କୁ ଲଗାତାର କୋମାରୁ ବାହାର କରିବା ପାଇଁ ପ୍ରୟାସ ଜାରି ରହିଥିଲା କିନ୍ତୁ ସଫଳତା ମିଳି ନଥିଲା l କିନ୍ତୁ ଅଚାନକ ଏପରି କିଛି ଚମତ୍କାର ହୋଇଥିଲା ଯାହାକୁ ଦେଖି ସମସ୍ତେଏ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ l ଚି଼ୟୁ ଅସୁସ୍ଥ ଥିବା ସମୟରେ ତାଙ୍କର ବଡ ଭାଇ ତାଙ୍କୁ ଦେଖିବା ପାଇଁ ଡାକ୍ତର ଖାନରେ ପହଞ୍ଚିଥିଲେ l ମଜାଳିଆ ଢଙ୍ଗରେ ସେ କହିଥିଲେ “ଚି଼ୟୁ ଦେଖ ମୁଁ ତୋର ପ୍ରିୟ ଖାଦ୍ୟ ଚିକେନ ଫିଲଟ ଖାଇବାକୁ ଯାଉଛି l
“ଚି଼ୟୁକୁ ଚିକେନ ଫିଲଟ ଖୁବ ପସନ୍ଦ ଅଟେ l ଆଶ୍ଚର୍ଯ୍ୟର କଥା ୬୨ ଦିନ ପରେ ନିଜର ପ୍ରିୟ ଖାଦ୍ୟର ନାମ ଭାଇ ପାଖରୁ ଶୁଣି ଚି଼ୟୁର ଗୋଡ ହାତ ହଲିବାକୁ ଲାଗିଲା l ଏହା ପରେ ସେ ଆଖି ମଧ୍ୟ ଖୋଲି ଅନାଇଲା l ଏହି ଖବର ତାଙ୍କ ଭାଇ ଡାକ୍ତରଙ୍କୁ ଜଣାଇଥିଲେ l ଚି଼ୟୁର ପ୍ଲସରେଟ ମଧ୍ୟ ଦ୍ରୁତ ହେବାରେ ଲାଗିଲା l ଏହାର କିଛି ସମୟ ପରେ ଚି଼ୟୁ କୋମାରୁ ବାହାରକୁ ଆସିଥିଲା l ତାଙ୍କୁ ବର୍ତ୍ତମାନ ଡାକ୍ତର ଖାନାରୁ ଡିସ୍ଚାର୍ଜ ମଧ୍ୟ କରାଯାଇଛି ଓ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି l