Odisha news

କୋଲକାତା ରେପ କେଶ କୁ ନେଇ ରାଜନୀତି ଅଧିକ ନା ସମବେଦନା ଅଧିକ

0

ହିଂସା ପ୍ରତିହିଂସା କୁ ନେଇ କୋଲକାତା ଧର୍ଷଣ ଓ ହତ୍ୟା କେଶ ଧୀରେ ଧୀରେ ନୂଆ ରୂପ ନେଉଛି l
ଏବେବି ଅପେକ୍ଷା ରହିଛନ୍ତି ସମଗ୍ର ଦେଶ ବାସୀ , କିଏ ଦୋଷୀ କିଏ ଦଣ୍ଡ ପାଇବ ?
କଣ ଭୁଲ ଥିଲା ଡାକ୍ତରାଣୀ ଛାତ୍ରୀ ମୌମିତା ଙ୍କର ?
କଣ ଡାକ୍ତରୀ ପଢିବା ଭୁଲ ନା ରାତିରେ ରୋଗୀ ଙ୍କୁ ସେବା ଯୋଗାଇବା ଭୁଲ ?
କିଏ ଦେଉଛି ଅଭୟା ନାଁ ତ ଆଉ କେହି ଦେଉଛି ନିର୍ଭୟା ନାଁ ,
ମା ବାପାଙ୍କର ଆଖି ର ଲୁହ ସୁଖୀ ଯାଇଛି ହେଲେ ମନର କୋହ ଶୁଖିନି
କିଏ ବୁଝିବ ଗୋଟିଏ ଯବାନ ଝିଅ ପିତାମାତା ଙ୍କ ଦୁଃଖ ?

ଏମିତି ଅନେକ ପ୍ରଶ୍ନକୁ ନେଇ କୋଲକାତା ଡାକ୍ତରାଣୀ ଛାତ୍ରୀ ଙ୍କ ଧର୍ଷଣ ଓ ହତ୍ୟା କେଶ ଘନେଇବାରେ ଲାଗିଛି l କିଏ କହୁଛି ଏହା ଗୋଟିଏ ଯୋଜନାବଧ ଅପରାଧ , ଆଉ କିଏ କହୁଛି ଏହା ଗୋଟିଏ ଅଘଟଣ ଭଳି ଘଟିଗଲା l ପୁଣି କିଏ କହୁଛି ରାତିରେ ସେମିନାର ରୁମ କୁ ଡାକ୍ତରୀ ଛାତ୍ରୀ ଜଣଙ୍କ ବିଶ୍ରାମ ପାଇଁ ଯିବା ଟା ଭୁଲ ଥିଲା l ଏହି ଭୁଲ ଠିକ ଗୋଟିଏ ଏଭଳି ମୋଡରେ ପହଞ୍ଚି ଯାଇଛି ଯେଉଁଠି ରାଜନୀତି ତେଜିବାରେ ଲାଗିଛି l

ଦିନ ଅଗଷ୍ଟ ୯ ତାରିଖ, ଦୈନନ୍ଦିନ ଭଳି ସେହିଦିନ ମଧ୍ୟ କୋଲକାତା ସହର ଥିଲା ଚଳଚଞ୍ଚଳ , ଆଉ ସେହି ଚଳଚଞ୍ଚଳ ନିସ୍ତବ୍ଧ ରାତି ମଧ୍ୟରେ ଘଟି ଯାଇଥିଲା R G KAR ହସ୍ପିଟାଲ ରେ ଏଭଳି ଗୋଟିଏ ଅଘଟଣ ଯାହା ସାରା ଭାରତ ବାସୀ ଙ୍କ ଛାତିକୁ ଦୋହଲାଇ ଦେଇଥିଲା l ସକାଳ ହେବା ମାତ୍ରକେ ଦ୍ରୁତ ବେଗରେ ଖେଳି ଯାଇଥିଲା ଚାରିଆଡେ ଆରଜି କର ମେଡିକାଲ ର ଏହି ହୃଦୟ ବିଦାରକ ଘଟଣା l

ଡାକ୍ତରାଣୀ ଛାତ୍ରୀ ମୌମିତା ରାଉଣ୍ଡ ରେ ଯିବା ପୂର୍ବରୁ ନିଜ ମାଙ୍କ ସହିତ କଥା ହୋଇଥିଲେ, ଯାହାକି ସେ ବିଶେଷ ଭାବରେ ରାତି ଡିୟୁଟି ସମୟରେ କରି ଥାଆନ୍ତି l ମା ତାଙ୍କର ତାଙ୍କୁ ରାତ୍ରି ଭୋଜ କରିବାକୁ କହିଥିଲେ ଏବଂ ସେ ଏହାର ଉତ୍ତରରେ ମା ଙ୍କୁ କହିଥିଲେ ରାଉଣ୍ଡ ରୁ ରୋଗୀ ଙ୍କୁ ଦେଖି ଫେରିବା ପରେ କରିବି l ରାଉଣ୍ଡ  ରୁ ଫେରି ନିଜ ବନ୍ଧୁ ମାନଙ୍କ ସହିତ ରାତ୍ରୀ ଭୋଜନ ସାରିଥିଲେ, ଏହାପରେ ସମସ୍ତେ ମିଶି ନିରଜ ଚୋପ୍ରା ଙ୍କ ମ୍ୟାଚ ମଧ୍ୟ ଦେଖିଥିଲେ l ଏବଂ ମ୍ୟାଚ ସରିବା ପରେ ସେମିନାର ରୁମ୍ କୁ ବିଶ୍ରାମ କରିବାକୁ ଚାଲି ଯାଇଥିଲେ ମୌମିତା , କିଏ ଜାଣିଥିଲା ଏହା ତାଙ୍କ ଜୀବନ ର ଶେଷ ରାତି ହୋଇଯିବ ବୋଲି l

ସକାଳୁ ପିତାମାତା ଙ୍କୁ ଫୋନ ଯାଇଥିଲା ଆପଣଙ୍କ ଝିଅ ଆତ୍ମହତ୍ୟା କରି ଦେଇଛି, ଯାହାକି ସେମାନେ ବୁଝି ପାରିନଥିଲେ l ଭାବିଥିଲେ ଯେଉଁ ଝିଅ ର ଏତେ ସ୍ବପ୍ନ ଭବିଷ୍ୟତ ର ରହିଛି ଯିଏ ଦିନେ ଗୋଲ୍ଡ ମେଡାଲ ଆଣିବ ବୋଲି କହିଥିଲା ସେ କିଭଳି ଏମିତି କରିପାରିବ ? ପିତାମାତା ଉଭୟ ଆସି ପହଞ୍ଚିଥିଲେ ଆର ଜି କର ମେଡିକାଲ କଲେଜ ରେ , କିନ୍ତୁ ସେମାନଙ୍କୁ ଝିଅ ର ମର ଶରୀର କୁ ଦେଖିବା ପାଇଁ ଅନୁମତି ମିଳି ନଥିଲା l ଦୀର୍ଘ ସମୟ ର ଅପେକ୍ଷା ପରେ ଝିଅ ର ଭୀବତ୍ସ ଅର୍ଧ ଉଲଗ୍ନ ଶରୀରକୁ ଦେଖିଥିଲେ l ସତରେ କଣ ବିତି ଥିବ ସେହି ମାତାପିତାଙ୍କ ଉପରେ ଥରେ ଭାବିଲେ ଦେଖି l ପୋଲିସ ପକ୍ଷରୁ ସିସିଟିଭି ଫୁଟେଜ ଚେକ କରାଯାଇ ସଞ୍ଜୟ ରାୟ କୁ ଗିରଫ କରାଗଲା l ଯିଏକି ଜଣେ ସ୍ବେଛାସେବୀ ଭାବରେ କୋଲକାତା ପୋଲିସ ରେ କାର୍ଯ୍ୟ ରତ l

ମୌମିତା ଙ୍କ ପିତା ପେସାରେ ଜଣେ ଦର୍ଜୀ ଅଟନ୍ତି l ଝିଅ କୁ ଡାକ୍ତର କରିବାର ଯେଉଁ ସ୍ବପ୍ନ ଦେଖିଥିଲେ ତାହା ପାଣି ଫୋଟକା ଭଳି ମିଳେଇଗଲା l ଏହାପରେ ଦେଶର ସମସ୍ତ ଡାକ୍ତର ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ ରାଜ ରାସ୍ତାକୁ ଓଲ୍ହାଇ ଓ ସିବିଆଇ ଯାଞ୍ଚ ପାଇଁ ଦାବୀ କଲେ l ସୁପ୍ରିମ କୋର୍ଟ ଆଶ୍ୱାସନା ଦେଲେ ନ୍ୟାୟ ମିଳିବ କାର୍ଯ୍ୟକୁ ଫେରିଯାଅ ଏବଂ ଏହି କେଶ ସିବିଆଇ କୁ ହସ୍ତାନ୍ତର କରାଗଲା l ଏହାପରେ ପଶ୍ଚିମବଙ୍ଗ ରାଜ୍ୟପାଳ ମଧ୍ୟ ମୌମିତାଙ୍କ ପିତା ଙ୍କ ସହିତ ଫୋନ ଯୋଗେ କଥା ବାର୍ତା ହୋଇ ନ୍ୟାୟ ମିଳିବ ବୋଲି ପ୍ରତିଶୃତି ଦେଲେ l ଧୀରେ ଧୀରେ ମୌମିତା ଙ୍କ ଘଟଣା କୁ  ନେଇ ପଶ୍ଚିମବଙ୍ଗ ରେ ହିଂସା ତେଜିବାରେ ଲାଗିଲା ଓ ଆରମ୍ଭ ହେଲା ରାଜନୈତିକ କଳହ l ଆଙ୍ଗୁଳି ଉଠିଥିଲା ମେଡିକାଲ କଲେଜ ର ପ୍ରିନ୍ସିପାଲ ଙ୍କ ଉପରେ ଯିଏକି ଥିଲେ ମମତାଙ୍କ ନିକଟତର l ଏହି ମାମଲାକୁ ନେଇ ପ୍ରତ୍ୟେକ ଦିନ ଖୋଲୁଛି ନୂଆ ଗୁମର l  ବିଜେପି ଓ ଟିଏମସି ମଧ୍ୟରେ ଚାଲିଲା ଭିଡା ଭିଡି, ବିଜେପି ଟାର୍ଗେଟ କଲା ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀ ଙ୍କ ର ଅପାରଗତା କୁ, ଏବଂ ମମତା ଟାର୍ଗେଟ କଲେ ବିଜେପି କୁ l ରାଜନୀତି ରେ ହିଂସା ପ୍ରତିହିଂସା, ଆରୋପ ପ୍ରତ୍ୟାରୋପ ମଧ୍ୟରେ ମଉଳି ଯିବନି ତ ଅଭୟାଙ୍କ କେଶ, ମିଳିଵତ ମୌମିତା ଙ୍କୁ ନ୍ୟାୟ l

Leave A Reply