Odisha news

କାର୍ତ୍ତିକ ପୂର୍ଣ୍ଣିମାରେ ମନ୍ଦିର ଦର୍ଶନ ପାଇଁ କଟକଣା, ଅସନ୍ତୋଷ ପ୍ରକାଶ କଲେ ସେବାୟତ ଓ ଭକ୍ତ

0
କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) : କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଂଜାମ ଜିଲ୍ଲାର ବହୁ ଦେବାଳୟରେ କଟକଣା ଜାରି କରାଯାଇଛି।କାର୍ତ୍ତିକ ପୂର୍ଣ୍ଣିମା ଯୋଗୁଁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବେଗୁନିଆପଡ଼ା ସ୍ଥିତ ପ୍ରସିଦ୍ଧ ଶୈବପୀଠ ସିଦ୍ଧେଶ୍ଵର, କୋଦଳା ଦଣ୍ଡିଶ୍ୱର ମହାଦେବଙ୍କ ପୀଠରେ ଜାରି ହୋଇଛି କଟକଣା।
ନିତିକାନ୍ତି ଅନୁସାରେ ଖାଲି ପୂଜାବିଧି କରାଯାଉଥିବା ବେଳେ ଭକ୍ତଙ୍କୁ ଆସିବାକୁ ବାରଣ କରିଛି ପ୍ରଶାସନ। ଫଳରେ ଏହି ଦୁଇ ଶୈବପୀଠରେ ବିନା ଭକ୍ତ ଯୋଗୁଁ ଖାଁ ଖାଁ ଦେଖିବାକୁ ମିଳିଥିଲା। ସେପଟେ ପ୍ରଶାସନର ଏହି କଟକଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମନ୍ଦିର ସେବାୟତ। ଦୀର୍ଘ ମାସ ଧରି ଧର୍ମାନୁଷ୍ଠାନ ଗୁଡିକ ବନ୍ଦ ରହୁଥିବାରୁ ଜୀବିକା ହରାଇ ଦୁର୍ଦିନରେ କାଳାତିପାତ କରୁଥିବା କହିଛନ୍ତି ସେବାୟତ।
ଗୋଟିଏ ପଟେ ରାଜନୈତିକ ଦଳ ଗୁଡିକର ବିଭିନ୍ନ କାର୍ଯ୍ୟକ୍ରମରେ କୋଭିଡ୍ ନିୟମକୁ ବେଖାତିର୍ କରି ଜନସମାଗମ କରାଯାଉଥିବା ବେଳେ ମନ୍ଦିର ତଥା ଧର୍ମାନୁଷ୍ଠାନ ଗୁଡିକ ନ ଖୋଲିବାକୁ ନେଇ ବଢୁଛି ଅସନ୍ତୋଷ। ସରକାର ପୂଜାରୀ ତଥା ସେବାୟତ ମାନଙ୍କୁ କୌଣସି ପ୍ରକାର ସହାୟତା ଦେଉ ନଥିବାରୁ ସେମାନଙ୍କ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡିଛି। ତୁରନ୍ତ ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯିବାକୁ ଦାବି କରିଛନ୍ତି ସେବାୟତ।
Leave A Reply