Odisha news

ଇସ୍ତଫା ଦେଲେ ବେଗୁନିଆପଡ଼ା ବ୍ଳକର ଷଣ୍ଢମୂଳ ପଞ୍ଚାୟତ ସରପଞ୍ଚ, ପ୍ରଶାସନ ପକ୍ଷରୁ ଦିଆଯାଉନି ସ୍ପଷ୍ଟ ସୂଚନା : ବ୍ଯକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଲେ ସରପଞ୍ଚ ରଶ୍ମିତା ବେହେରା। 

0
କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ଷଣ୍ଢମୂଳ ପଞ୍ଚାୟତ ସରପଞ୍ଚ ରଶ୍ମିତା ବେହେରା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ନିଜର ବ୍ଯକ୍ତିଗତ କାରଣ ଯୋଗୁଁ ସେ ଇସ୍ତଫା ଦେଇଥିବା କଥା ଫୋନ୍ ଯୋଗେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଉକ୍ତ ପଞ୍ଚାୟତ ସରପଞ୍ଚ ପାଇଁ ରଶ୍ମିତା ନିର୍ବିବାଦୀୟ ଭାବେ ନିର୍ବାଚିତ ହୋଇଥିଲେ। ତେବେ ବର୍ତ୍ତମାନର ଯାହା ବଡ଼ ଖବର ଆସି ପହଞ୍ଚୁଛି ସେ ତାଙ୍କର ପଦବୀରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପତ୍ର ୩ ଦିନ ତଳେ ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିବା କହିଛନ୍ତି ରଶ୍ମିତା।ତେବେ ୩ ଦିନ ହେଲାଣି ବିଡ଼ିଓଙ୍କ କାର୍ଯ୍ୟାଳୟରେ ଇସ୍ତଫା ପତ୍ର ଦେଇଥିଲେ ମଧ୍ୟ ବିଡିଓ ଏହାକୁ ଲୁକ୍କାୟିତ କରି ରଖୁଥିବା ନେଇ ବ୍ଲକରେ ଚର୍ଚ୍ଚା ଚାଲିଛି।
ଯଦିଓ ସରପଞ୍ଚ ରଶ୍ମିତା ବେହେରା କେଉଁ କାରଣରୁ ଇସ୍ତଫା ପତ୍ର ଦେଉଛନ୍ତି ସେ ନେଇ ସ୍ପଷ୍ଟ ଜଣାପଡୁନି କିନ୍ତୁ ଇସ୍ତଫା ପତ୍ର ଦେବା ପରେ ମଧ୍ୟ କାହିଁକି ତୁରନ୍ତ ପଦକ୍ଷେପ ନେଉନି ପ୍ରଶାସନ ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇ ଯାଇଛି। ଏନେଇ ବିଡିଓ ବେଦବର ପ୍ରଧାନଙ୍କୁ ପଚାରିବାରୁ ସେ ମେଡିକାଲ୍ କାମରେ ବ୍ଯସ୍ତ ଥିବାରୁ କିଛି କହିପାରିବି ନାହିଁ ବୋଲି କହିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଷଣ୍ଢମୂଳ ପଞ୍ଚାୟତ ସରପଞ୍ଚଙ୍କ ଇସ୍ତଫା ପତ୍ର କେବେ ଗୃହୀତ ହେଉଛି ଏବଂ ଏ ଘଟଣା ଆଗକୁ କି ମୋଡ଼ ନେଉଛି।
Leave A Reply