କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) ଆଜି ହେଉଛି ମହା କାର୍ତ୍ତିକ ମାସର ଦିତୀୟ ସୋମବାର। ଧର୍ମ ମାସ କାର୍ତ୍ତିକ ପାଇଁ ବିଭିନ୍ନ ଶୈବପୀଠରେ ଜନଗହଳି ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଶାକୁଂଡା ସ୍ଥିତ ପ୍ରସିଦ୍ଧ ଶୈବପୀଠରେ ପ୍ରତିବର୍ଷ କାର୍ତ୍ତିକ ସୋମବାରରେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ କିଞ୍ଚିତ୍ ଫିକା ପଡିଛି। କରୋନା କଟକଣା ଯୋଗୁଁ ମନ୍ଦିର କମିଟି ପକ୍ଷରୁ ମାକ୍ସ ବଣ୍ଟନ ସହ ସାନିଟାଇଜ୍ ବ୍ଯବହାର କରି ଭକ୍ତଙ୍କୁ ସୁରକ୍ଷିତ ଦର୍ଶନ ନିମନ୍ତେ ସଚେତନ କରାଯାଉଛି ବୋଲି କହିଛନ୍ତି ମନ୍ଦିର କମିଟି।
ଏହି ମନ୍ଦିରରେ କାର୍ତ୍ତିକ ମାସରେ ପ୍ରବଳ ଭିଡ ପରିଲକ୍ଷିତ ହେଉଥିବା ବେଳେ କରୋନା କଟକଣା ଥାଇ ସୁଦ୍ଧା ମନ୍ଦିର ବାହାରେ ଲୋକକଂ ଗହଳି ଦେଖିବାକୁ ମିଳିଥିଲା ।ଏପରିକି ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାରର ପସରା ମଧ୍ୟ ଦେଖିବାକୁ ମିଳିଛି। ଗୋଟିଏ ପଟେ କରୋନାକୁ ନେଇ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି, ଅନ୍ଯ ପଟେ ପ୍ରଶାସନର ତାଗିଦ୍ ସତ୍ବେ ଲୋକେ ଭିଡ଼ ଜମାଉଛନ୍ତି। ଏପରିକି ଲୋକକୁଂ ତାଗିଦ୍ କରିବା ପାଇଁ ମନ୍ଦିର ସ୍ଥଳରେ କୌଣସି ପୋଲିସ ପ୍ରଶାସନ ମଧ୍ୟ ଦେଖିବାକୁ ମିଳିନି। ଯାହା ଫଳରେ କି ଲୋକେ ଅବାଧରେ ଭିଡ ଜମାଉଥିବା ନଜରକୁ ଆସିଛି। ଆଗକୁ କାର୍ତ୍ତିକ ମାସର ଆହୁରି ୩ଟି ସୋମବାର ବାକି ରହିଥିବା ବେଳେ ପ୍ରଶାସନର ପଦକ୍ଷେପ କଣ ରହୁଛି ତାକୁ ଦେଖିବାକୁ ବାକି ରହିଲା।