Odisha news

ଗାନ୍ଧୀ ଜୟନ୍ତୀ ଅବସରରେ ବେଗୁନିଆପଡ଼ା ବ୍ଳକର ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହେଲା ଗ୍ରାମସଭା ବୈଠକ।

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜନ୍ମ ଜୟନ୍ତୀ ପାଳନ ଅବସରରେ ଶୁକ୍ରବାର ବେଗୁନିଆପଡ଼ା ବ୍ଳକର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ଅନୁଷ୍ଠିତ ହୋଇଯାଇଛି ଗ୍ରାମସଭା ବୈଠକ। ଏଥିରେ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସମିତି ସଭ୍ୟ ଓ ୱାର୍ଡ଼ ସଭ୍ଯ ମାନେ ଉପସ୍ଥିତ ରହି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଗ୍ରାମୀଣ ଅଧିବାସୀଙ୍କ ଆର୍ଥିକ ଅଭିବୃଦ୍ଧି ସକାଶେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା ସାଂଗକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମ ଦିବସ ବୃଦ୍ଧି କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି।
ଚଳିତ ବର୍ଷ ପାଇଁ ଏଥିରେ ଅନ୍ତର୍ଭୁକ୍ତ ଥିବା ମୋ ଉପକାରୀ ବଗିଚା, ଗାଈ ଗୁହାଳ,ଛେଳି ଗୁହାଳ ଏବଂ ଖତ କୁଣ୍ଡ ଆଦି ବ୍ୟକ୍ତିଗତ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଅତ୍ୟାବଶ୍ୟକୀୟ ଗୋଷ୍ଠୀ ଭିତ୍ତିକ ପ୍ରକଳ୍ପ ମଧ୍ୟ ଚୟନ କରା ଯାଇଥିଲା।ଏଥି ସହ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଏବଂ ହାତ ବାରମ୍ବାର ସାବୁନ କିମ୍ବା ହେଣ୍ଡ ୱାସରେ ଧୋଇବା ଆଦି ୩ ସୁତ୍ରୀ ନିୟମ ମାନି ଚଳିବା ପାଇଁ ସଚେତନତା ଉପରେ ଗୁରୁତ୍ଵାରୋପ କରାଯାଇଛି। ଥିଲେ।
Leave A Reply