କୋଦଳା ( ସୁଶାନ୍ତ କୁମାର ପଟ୍ଟନାୟକ) : ଋଷିକୁଲ୍ୟା ରୟତ ମହାସଭା ଖଲ୍ଲିିକୋଟ ବ୍ଳକ ଶାଖା ତରଫରୁ ମଂଗଳବାର ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡ଼ା ବ୍ଲକର ଦିଗାପଡା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଓ ଲଂଗଳେଶ୍ବର ହାଇସ୍କୁଲ ପରିସରରେ ସାମାଜିକ ଦୂରତାକୁ ବଜାୟ ରଖି ବୃକ୍ଷ ରୋପଣ କରାଯାଇଥିଲା। ବୃକ୍ଷ ବଞ୍ଚିଲେ ଜୀବ ଜଗତ ବଞ୍ଚିବ ଏହି ନାରାରେ ଚାରା ରୋପଣ ଓ ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ଦାସ, ସମ୍ମାନିତ ଅତିଥି ଭାବେ ରୁଷିକୁଲ୍ଯା ରୟତ ମହାସଭାର ବେଗୁନିଆପଡ଼ା ସାଧାରଣ ସଂପାଦକ ଭାସ୍କର ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ବିଶେଷ ଯୋଗ ଦେଇଥିଲେ। ବୃକ୍ଷ ଗୁଡିକର ଯତ୍ନ ନେବା ପାଇଁ ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। କାର୍ଯ୍ୟକ୍ରମରେ ପ୍ରାୟ ୪୦୦ ଚାରା ରୋପଣ ଓ ବଣ୍ଟନ କରାଯାଇଥିଲା।