Odisha news

ବିଶ୍ବ ମହିଳା ଦିବସ ଅବସରରେ ସୁମଣ୍ଡଳରେ ବିଜେଡିର ମହିଳା ସମାବେଶ

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) : ଅନ୍ତ୍ରରାଷ୍ଟ୍ରୀୟ ମହିଳା ଦିବସ ପାଳନ ଅବସରରେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ସୁମଣ୍ଡଳରେ ବିଜୁ ଜନତା ଦଳ ପକ୍ଷରୁ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ୮ ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଉଛି ମହିଳା ଦିବସ। ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳା ମାନଙ୍କ ପ୍ରତି ସମ୍ମାନ, ପ୍ରସଂଶା, ରାଜନୈତିକ ଓ ସାମାଜିକ ଉପଲବ୍ଧି ଉପଲକ୍ଷେ ଏହି ଦିବସ ପାଳନ କରାଯାଉଛି। ବ୍ଲକ ବିଜେଡି ପକ୍ଷରୁ ସୁମଣ୍ଡଳ ଠାରେ ଆୟୋଜିତ ମହିଳା ସମାବେଶରେ ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ମହିଳା ମାନଙ୍କୁ ସମ୍ବୋଧିତ କରିଥିଲେ। ମହିଳା ସଶକ୍ତିକରଣ ତୃଣମୂଳ ସ୍ତରରେ ପହଞ୍ଚି ପାରିଛି, ପଞ୍ଚାୟତିରାଜ ସଂସ୍ଥା ଗୁଡିକରେ ଦାୟିତ୍ବ ନେଇଥିବା ମହିଳାମାନେ ଗାଁର ବିକାଶ ପ୍ରତି ସଂପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛନ୍ତି। ବିକାଶ ପ୍ରକ୍ରିୟାରେ ସେମାନଙ୍କ ନେତୃତ୍ବ ଓ ଦକ୍ଷତା ସ୍ପଷ୍ଟ ପ୍ରତିଫଳିତ ବୋଲି କହିଛନ୍ତି ବିଧାୟିକା। ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକରେ ମହିଳା ମାନଙ୍କୁ ଦାୟିତ୍ବ, ମିଶନ ଶକ୍ତି ଓ ମମତା ପରି କାର୍ଯ୍ୟକ୍ରମ ଜରିଆରେ ମହିଳା ମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ କରାଯାଇପାରିଛି ବୋଲି ସେ କହିଥିଲେ।
।ବ୍ଲକ ଅଧ୍ୟକ୍ଷା ରାଜଲକ୍ଷ୍ମୀ ଦୋରା, ଜିଲ୍ଲା ପରିଷଦ ସଦସ୍ୟ ଗୀତାଞ୍ଜଳି ଭୂୟାଁଙ୍କ ସମେତ ବିଜେଡ଼ିର ମହିଳା ସଭାପତି, ସଂପାଦକ ପ୍ରମୁଖ ଉପସ୍ଥିତ ରହି ମହିଳା ମାନେ କିପରି ଆଗକୁ ସଶକ୍ତିକରଣ ହେବେ ସେ ନେଇ ମତବ୍ୟକ୍ତ କରିଥିଲେ।
Leave A Reply