କୁହାଯାଏ ଯେ ଦାନ ପୁଣ୍ୟର ଫଳ ଅଟେ, କିନ୍ତୁ ଅଧିକାଂଶ ସମୟରେ କିଛିଟା ଜିନିଷକୁ ଦାନ ଦେବା ଦ୍ୱାରା ଲାଭ ବଦଳରେ କ୍ଷତି ହୋଇଥାଏ l ଏହାର ଅର୍ଥ କିଛିଟା ଜିନିଷ ରହିଛି ଯାହାକୁ ଦାନ ଦେବା ଉଚିତ ନୁହେଁ କିମ୍ବା ଦାନ ନେବା ମଧ୍ୟ ଉଚିତ ନୁହେଁ l ତେଣୁ କେଉଁସବୁ ଜିନିଷ ଦାନ କରିବା ଉଚିତ ନୁହେଁ ସେହି ବିଷୟରେ ଆପଣ ନିହାତି ଜାଣିବା ଜରୁରୀ ଅଟେ l ନଚେତ ଆପଣଙ୍କ ଜୀବନ ରେ ବିଭିନ୍ନ ଅସୁବିଧା ହୋଇପାରେ l
ଆସନ୍ତୁ ଆଜି ଜାଣିବା କେଉଁସବୁ ଜିନିଷ ଦାନ କରିବା ଉଚିତ ନୁହେଁ –
* କଦାପି ଧାରୁଆ ଜିନିଷ ଯେପରିକି ଛୁରୀ, ଖଣ୍ଡା ଭଳି ଜିନିଷ ଦାନ କରିବା ଉଚିତ ନୁହେଁ l କାହିଁକି ନା ଏହାଦ୍ୱାରା ଆପଣଙ୍କ ଭାଗ୍ୟ ଉପରେ ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି l ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ l
* ଯଦି ଆପଣ ବ୍ୟବହାର ପାଇଁ ଆଣିଥିବା ପୋଷାକ ର ଦାନ କୌଣସି ପଣ୍ଡିତ ଙ୍କୁ ଦାନ କରିଦେବେ ତେବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହେବେ l ଯେଉଁ କାରଣରୁ ଆପଣ ଦୁଃଖ ଓ ଯାତନା ଭୋଗ କରିବେ l
* କଦାପି କାହାକୁ ଝାଡୁ ଦାନ କରିବା ଉଚିତ ନୁହେଁ l କାରଣ ଝାଡୁ ଦାନ କରିବା ଦ୍ୱାରା ଜୀବନ ପ୍ରତି ବିପଦ ଆସିଥାଏ l ଏହାଦ୍ୱାରା ଆର୍ଥିକ ଅନାଟନ ଦେଖା ଦେଇଥାଏ l
* କଦାପି ଚିରି ଯାଇଥିବା ପୁସ୍ତକ ଦାନ କରିବା ଉଚିତ ନୁହେଁ l ଏପରି ବହି ଦାନ କରିବା ଶୁଭ ସଂକେତ ନୁହେଁ l
* ପ୍ଲାଷ୍ଟିକ ଜିନିଷ ଦାନ କରିବା ଦ୍ୱାରା ଘର ଓ ବ୍ୟବସାୟ ୨ଟିରେ ବାଧା ଉପୁଜି ଥାଏ l ତେଣୁ କଦାପି ପ୍ଲାଷ୍ଟିକ ଜିନିଷ ଦାନ କରନ୍ତୁ ନାହିଁ l
* ମା ଲକ୍ଷ୍ମୀଙ୍କ ପ୍ରସାଦ କଦାପି ଥାଳି କିମ୍ବା ଗିନା ରେ ଦାନ କରିବା ଉଚିତ ନୁହେଁ l ଏହାକୁ ସର୍ବଦା ପତ୍ରରେ ଦେବା ଉଚିତ l
