(କାମାକ୍ଷା ନଗରରୁ ଜ୍ୟୋତିର୍ମୟୀ ମିଶ୍ର ଙ୍କ ରିପୋର୍ଟ ) :- କାମାକ୍ଷାନଗର ଏସ ଡ଼ି ପି ଓ ଜ୍ଞାନ ରଞ୍ଜନ ମିଶ୍ର ଙ୍କ ର ଗତ ୯ ତାରିଖ ହୃଦଘାତ ରେ ଅକାଳ ମୃତ୍ୟୁ ହୋଇ ଯାଇ ଥିଲା l ଜ୍ଞାନ ରଞ୍ଜନ ମିଶ୍ର ପ୍ରାୟ ଛଅ ମାସ ହେବ କାମାକ୍ଷା ନଗର ରେ କାର୍ଯ୍ୟରତ ଥିଲେ l କାର୍ଯ୍ୟ ରେ ଯୋଗ ଦେବା ପରେ ଦକ୍ଷତା ର ସହ କାର୍ଯ୍ୟ ସମ୍ପାଦନା କରି ଅଂଚଳ ବାସୀ ଙ୍କ ଆଶା ଭାଜନ ହୋଇପାରିଥିଲେ l ସେ ଛୁଟି ନେଇ ପରିବାର ସହ ଜାମ୍ମୁ କାଶ୍ମୀର ବୁଲିବାକୁ ଯାଇଥିଲେ l ମା ବୈଶ୍ନୋ ଦେବୀ ମନ୍ଦିର କୁ ଦର୍ଶନ କରି ବାକୁ ଯାଇଥିବା ବେଳେ କଟରା ସହରରେ ଥିବାବେଳେ ସେ ହୃଦଘାତ ର ଶିକାର ହୋଇଥିଲେ, l ସେଠାରେ ଥିବା ସ୍ଥାନୀୟ ଲୋକ ଙ୍କ ସହାୟତା ରେ ପରିବାର ଲୋକ ତାଙ୍କୁ ସେଠାରେ ଥିବା ଏକ ଡାକ୍ତରଖାନା କୁ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଆଜି କାମାକ୍ଷାନଗର କୁ ତାଙ୍କ ମର ଶରୀର କୁ ଶେଷ ଦର୍ଶନ ପାଇଁ ଅଣାଯାଇଥିଲା l ସେଠାରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଙ୍କ ସହିତ ଓକିଲ ସଙ୍ଘ ର ସମସ୍ତ ସଦସ୍ୟ, ସାମ୍ବାଦିକସଙ୍ଘ, ତଥା କାମାକ୍ଷା ନଗର ଅଂଚଳ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ମର ଶରୀର କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ, l