Odisha news

ମେକପ୍ କିଟ୍ ନଦେବାରୁ ସ୍ୱାମୀଙ୍କ ବିରୁଦ୍ଧରେ ଥାନାର ଦ୍ୱାରସ୍ତ ହେଲେ ମହିଳା

0

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ପୋଲିସ ମହିଳା ମାନଙ୍କର ଉତ୍ପୀଡ଼ନ ମାମଲାର ଶୀଘ୍ର ଶୁଣାଣି ଓ ସମାଧାନ ପାଇଁ ପ୍ରତେକ ଥାନାରେ ମହିଳା ହେଲ୍ପ ଡେସ୍କ ସ୍ଥାପିତ କରିଛି l  ମିଶନ ଶକ୍ତି ଅନୁସାରେ ସ୍ଥାପିତ କରାଯାଇଥିବା ଏହି ମହିଳା ଡେସ୍କର ଆରମ୍ଭ ମାତ୍ର କିଛିଦିନ ହେଲା ହୋଇଛି l କିନ୍ତୁ ମହିଳା ମାନେ ପ୍ରାୟ ପ୍ରତେକ ଦିନ ଅଦ୍ଭୁତ ମାମଲା ନେଇ ଥାନାର ଦ୍ୱାରସ୍ଥ ହେଉଛନ୍ତି l ଯେଉଁଥିରେ ଅଧିକାଂଶ ମାମଲା ଘରୋଇ ହିଂସା ଉପରେ ରହୁଛି l ଚନ୍ଦୋଲିର ମହିଳା ହେଲ୍ପ ଡେସ୍କରେ ଏପରି ଗୋଟିଏ ମାମଲା ଦର୍ଜ ହୋଇଛି ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ l ମହିଳା ଜଣଙ୍କ ନିଜ ସ୍ୱାମୀଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ମ୍ୟାଚିଙ୍ଗ ଶାଢ଼ୀ ,ଲିପିସ୍ଟିକ ,ଚୁଡ଼ି ଓ ମେକପ୍ ଜିନିଷ ଦେଉନାହାନ୍ତି l ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି l

ଏହି ଅଦ୍ଭୁତ ଆରୋପକୁ ଶୁଣିବା ପରେ ସେଠାରେ ମୁତୟନ ହୋଇଅଥିବା ପୋଲିସ କର୍ମୀ ଆଶ୍ଚର୍ଯ୍ୟ ହୋଇଗଲେ l ଏହି ମହିଳା ଜଣଙ୍କୁ ପୋଲିସ କର୍ମୀମାନେ ବୁଝାସୁଝା କଲା ପରେ ମହିଳା ଜଣଙ୍କ ମାନିଥିଲେ ଓ ଘରକୁ ଯାଇଥିଲେ l ଚନ୍ଦୋଲି କ୍ଷେତ୍ର ଅନ୍ତର୍ଗତ ମଝବାର ଅଞ୍ଚଳର ଜଣେ ବିବାହିତା ମହିଳା ସୋମବାର ଦିନ ମାଧ୍ୟାନରେ ଚନ୍ଦୋଲି ମହିଳା ହେଲ୍ପ ଡେସ୍କରେ ପହଞ୍ଚିଥିଲେ l ଯେତେବେଳେ ସେହି ମହିଳା ଜଣଙ୍କ ପାଖରୁ ତାଙ୍କର ଆରୋପ ବିଷୟରେ ଶୁଣିଥିଲେ ସେମାନେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଉ ଯାଇଥିଲେ l ମହିଳା ଜଣଙ୍କ ଏହା ମଧ୍ୟ ଆରୋପ ଲଗାଇଛନ୍ତି ଯେ ତାଙ୍କ ସ୍ୱାମୀ ଯେତେବେଳେ ଗ୍ୟାସ ସରିଯାଇଥାଏ ସେତେବେଳେ କାଠଚୁଲି ଓ କିରୋସିନ ଷ୍ଟୋଭରେ ରୋଷେଇ କରିବା ପାଇଁ କହିଥାନ୍ତି l

ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କର ଏହି ପ୍ରକାର କାର୍ଯ୍ୟ କଳାପକୁ ନେଇ ଅତ୍ୟନ୍ତ ଦୁଃଖିତ ଅଛନ୍ତି l ସେ ପୋଲିସ ନିକଟରେ ଦାବି କରିଥିଲେ ଯେ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ମହିଳା ଜଣଙ୍କ ପୋଲିସ କର୍ମୀଙ୍କ ବୁଝାସୁଝା ପରେ ତାଙ୍କ ଘରକୁ ଫେରିଯାଇଛନ୍ତି l ଆଜିକାଲି ଉତ୍ତରପ୍ରଦେଶରେ ମହିଳା ମାନଙ୍କର ଏହି ପରି ଅଦ୍ଭୁତ ମାମଲା ସାମ୍ନାକୁ ଆସୁଛି l

Leave A Reply