Odisha news

ଖାଲି ପେଟରେ ସକାଳୁ ବତୁରା କିସମିସ ଖାଆନ୍ତୁ ଓ ଏହିସବୁ ଲାଭ ପାଆନ୍ତୁ

ଖଜୁରୀ ଖାଇବା ସ୍ବାସ୍ଥ୍ୟ ପକ୍ଷରେ କୁବ ହିତକର ଅଟେ ଏକଥା ସମସ୍ତେ ପ୍ରାୟ ଜାଣିଛନ୍ତି । କିନ୍ତୁ କିସମିସର ଉପକାର ବିଷୟରେ ଖୁବ୍ କମ ଲୋକ ଜାଣିଥିବେ । କିସମିସକୁ ରାତିସାରା ପାଣିରେ ବତୁରାଇ ସକାଳୁ ଏହାକୁ ଖାଲି ପେଟରେ ସେବନ କରିବା ଦ୍ୱାରା ଅଧିକ ଲାଭ ମିଳେ । ବତୁରା କିସମିସ ଶରୀରର ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ । ଆପଣଙ୍କୁ କହି ରଖୁଛୁ ଯେ କିସମିସରେ ଥିବା ତତ୍ତ୍ଵ ପେଟ ରୋଗ ,ରକ୍ତ ହୀନତା ଓ ଦୁର୍ବଳତାକୁ ଦୂର କରିବା ପାଇଁ ଆୟୁର୍ବେଦ ବ୍ୟବହାର ହୋଇଥାଏ ।ତା ସହିତ ଆଖିଗତ ବିଭିନ୍ନ ରୋଗ ପାଇଁ ଏହାର ସେବନ କରାଯାଏ ।

 * ମୋଟା ପଣର ସମସ୍ୟାରେ ଆପଣ ଚିନ୍ତିତ ରହୁଥିଲେ ବତୁରା ହୋଇଥିବା କିସମିସ ଖାଆନ୍ତୁ । ଏଥିରେ ଗ୍ଲୁକୋଜ ଓ ଫ୍ରୁକୋଟଜୋ ରହିଛି ଯାହା ଓଜନକୁ ନିୟନ୍ତ୍ରିତ କରିଥାଏ ।
* ସକାଳୁ ଖାଲି ପେଟରେ ବତୁରା କିସମିସ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । କାରଣ ଏଥିରେ ଥିବା ଫାଇବର ଅଂଶ ପେଟକୁ ସୁସ୍ଥ ରଖେ ।
 * ଆଇରନ , ଭିଟାମିନ ଓ ପୋଷାକ ତତ୍ୱର ବିଭିନ୍ନ ଗୁଣରେ ଭରପୁର ହୋଇଥିବା କାରଣରୁ ବତୁରା ହୋଇଥିବା କିସମିସ ଆମ ଶରୀରର ଇମ୍ୟୁନିଟି ବଢିଥାଏ । ଏଥିରେ ଥିବା ଆଇରନ ପରିମାଣ ଶରୀରର ରକ୍ତ ହିନତକୁ ଦୂର କରେ ।
* ଦାନ୍ତର ସମସ୍ୟାରେ ଆପଣ ଯଦି ସମ୍ମୁଖୀନ ରହୁଛନ୍ତି ତେବେ କିସମିସରେ ଥିବା ଫାଇଟୋ କେମିକାଲ ଦାନ୍ତର ସମସ୍ତ ସମସ୍ୟାକୁ ଦୂର କରିଥାଏ ।
Nalco

Comments are closed.