Odisha news

କ୍ଷପଣାସ୍ତ୍ର ଘାଟିରେ ନିଆଁ ଲାଗିବ କାରଣରୁ କ୍ରୋଧରେ କିମ୍ ଜୋଙ୍ଗ : ନିଜ ଅଧିକାରୀ ମାନଙ୍କୁ ଦେଇ ପାରନ୍ତି ମୃତ୍ୟୁ ଦଣ୍ଡ

0

ନୂଆଦିଲ୍ଲୀ : ଉତରକୋରିଆର ଜଙ୍ଗଲରେ ନିଆଁ ଲାଗିଥିବା କାରଣରୁ ଅନେକ କ୍ଷୟକ୍ଷତି ହୋଇଛି ,ସେଥିପାଇଁ କିଛି କର୍ମଚାରୀ ନିଜର ଜୀବନ ଦେଇ ଏହି କ୍ଷତି ପୁରଣକୁ ସୁଝି ପାରନ୍ତି l ମିଳିଥିବା ସୂଚନା ଅନୁସାରେ ଏହି ଜଳୁଥିବା ନିଆଁ କାରଣରୁ ଉତର କୋରିଆର ମହତ୍ୱପୂର୍ଣ୍ଣ କ୍ଷପଣାସ୍ତ୍ର ଘାଟିର ଅନେକ କ୍ଷୟକ୍ଷତି ହୋଇଛି ଓ ଏହି ଘଟଣାକୁ ନେଇ ଉତର କୋରିଆର ଶାସକ କୀମଜଙ୍ଗ ଅତ୍ୟନ୍ତ କ୍ରୋଧିତ ଅଛନ୍ତି l ଏପରି କୁହାଯାଉଛି ଯେ ଏହି ଗାହଟଣାରେ ଆଧାର କରି କ୍ରୋଧିତ ହୋଇ କୀମଜଙ୍ଗ ଯେକୌଣସି ପଦକ୍ଷପ ନେଇ ପାରନ୍ତି l

ସେ ଯାହା ହେଉନା କାହିଁକି ତାଙ୍କୁ ଯଦି ଉଚାପଦସ୍ତ ଅଧିକାରୀ ମାନଙ୍କର ଜୀବନ ନେବାକୁ ପଡୁ ପଛେ ସେ ପଛାଇବେ ନାହିଁ l ଉତର କୋରିଆର ଗୋଟିଏ ଦୈନିକ ଖବର କାଗଜ ଅନୁସାରେ ଏହି ଅଗ୍ନି ଦ୍ୱାରା ଘଟଣା ସ୍ଥଳରେ ଉପସ୍ଥିତ ଥିବା ଅନେକ ଶବ ସହିତ ଗଛ ବୃକ୍ଷ ମଧ୍ୟ ପୋଡି ପାଉଁଶ ହୋଇ ଯାଇଛି l ଏହି କ୍ଷପଣାସ୍ତ୍ର ଘାଟୀକୁ ରକ୍ଷା କରିବା ପାଇଁ ଅନେକ ଲୋକ ନିଜର ଜୀବନ ଦେଇ ଚେଷ୍ଟା କରିଥିଲେ l ଏହି ଅଞ୍ଚଳରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କର ଯାଇଥିଲା l କୁହ ଯାଉଛି ଯେ ଏହି ଘଟଣାରେ କିଛି ଉଚାପଦସ୍ତ ଅଧିକାରୀ ମାନଙ୍କୁ ନିଜ ଜୀବନ ଦେବାକୁ ପଡି ପାରେ l

ଉତର କୋରିଆର ସାମରିକ ବିଶେଷକ ଯେକବ କହିଛନ୍ତି ଯେ ଏହି ତଥ୍ୟ ଅନୁସାରେ ଯେଉଁ ବିଷୟରେ ଆଲୋଚନା କରାଯାଉଛି ତାହା ଗୋଟିଏ ସାଟେଲାଇଟ ଲଂଚିଙ୍ଗ ଷ୍ଟେସନ ଅଟେ l ଏହା ଉତର କୋରିଆର ପଶ୍ଚିମ ଦିଗରେ ଅବସ୍ଥିତ ଏବଂ ଚୀନ ସୀମା ଠାରୁ ମାତ୍ର ୬୦ କିଲୋମିଟର ଦୂରରେ ରହିଛି l କୁହାଯାଉଛି ଯେ ଏହା ଏକ ଏପରି ଘଟି ଥିଲା ଯେଉଁଠାରେ ହ୍ୱାଟ୍ସଗନ ୧୬ ର ଉନ୍ନତି ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇପାରି ଥାନ୍ତା l ହ୍ୱାଟ୍ସଗନ ୧୬ ଏକ ନିୟୁକ୍ଲିୟର ମିସାଇଲ ଅଟେ ,ଯାହା ଦୁନିଆର ଶକ୍ତିଶାଳୀ ମିସାଇଲ ମାନଙ୍କ ମଧ୍ୟରୁ ଗୋଟିଏ l ଏହା ପୂର୍ବରୁ ମଧ୍ୟ ଉତର କୋରିଆର ଶାସକ ଅଧିକାଂଶ କାମରେ ମୃତ୍ୟୁର ଦଣ୍ଡକୁ ନେଇ ଆଲୋଚନାରେ ରହୁଛନ୍ତି l

Leave A Reply