Odisha news

ସୁନା ବ୍ୟବସାୟୀଙ୍କ ସମେତ ୪ଲୁଟେରା ଗିରଫ

0

ଖୋର୍ଦ୍ଧା,୧୭ା୯: ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେବା ଅଭିଯୋଗରେ ପୁଲିସ ଆଜି ବେଗୁନିଆ ଥାନା ଅନ୍ତର୍ଗତ ଜାମୁସାହି ଅଂଚଳର ବଳରାମ ପରିଡା(୨୮), ମହେଶ୍ୱର ମହାକୁଡ(୨୨) ଓ ଆଦର୍ଶଥାନା ଅନ୍ତର୍ଗତ ବାଟମଙ୍ଗଳା ହାଉସିଂବୋର୍ଡର କାଳିଆ ଓରଫ୍ କାଳିପ୍ରସାଦ ରାଉଳ(୨୬) ୩ଜଣ ଲୁଟେରାଙ୍କ ସମେତ ସେମାନଙ୍କ ଠାରୁ ଚୋରି ସୁନା ରଖୁଥିବା କଟକ ଜିଲ୍ଲା ଚାନ୍ଦିନୀ ଚୌକର ତଥା ଖୋର୍ଦ୍ଧା ନୂଆବସଷ୍ଟାଣ୍ଡଠାରେ ସୁନା ଦୋକାନ କରିଥିବା ପରମାନନ୍ଦ ମହାନ୍ତି(୪୦)ଙ୍କୁ ଗିରଫ କରିଛି ।

ଘଟଣାରୁ ଜଣାଯାଇଛି, ଗତ ୯ତାରିଖ ସନ୍ଧ୍ୟାରେ ଗୁରୁଜଙ୍ଗ ର ବିନୋଦିନି ବେହେରା ତାଙ୍କ ସ୍ୱାମୀଙ୍କ ସହିତ ଘରକୁ ଫେରୁଥିଲେ । ସ୍ଥାନୀୟ ପଲଟଣ ପଡିଆ ନିକଟରେ ଗୋଟିଏ ନମ୍ବର ବିହିନ ବାଇକ୍ରେ ୨ଜଣ ଦୁବୃର୍ତ ଆସି ତାଙ୍କ ବେକରୁ ସୁନା ଚେନ ଝାମ୍ପିନେଇ ପଳାଇଥିଲେ ।ଏସମ୍ପର୍କରେ ବିନୋଦିନି ଥାନାରେ ଅଭିଯୋଗ କରିଥିଲେ ।

ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରଥମେ ବଳରାମ ଓ ମହେଶ୍ୱର କୁ ଜାମୁସାହି ଗ୍ରାମରୁ ଆଣି ପଚରାଉଚରା କରୁଥିଲା ।ଏହାପରେ କାଳିଆ କୁ ଏବଂ ସେମାନଙ୍କ ଠାରୁ ଚୋରା ସୁନା କିଣୁଥିବା ସୁନାବ୍ୟବସାୟୀ ପରମାନନ୍ଦକୁ ପୁଲିସ ଗିରଫ କରିଛି । ତେବେ ୩୨୮/୨୦ରେ ଏକ ମାମଲା ରୁଜୁ କରି ଗିରଫ ୪ଜଣଙ୍କୁ ପୁଲିସ କୋର୍ଟଚାଲାଣ କରିଛି ।

ପୁଲିସ ପରମାନନ୍ଦଙ୍କଠାରୁ ୨୦ଗ୍ରାମ ର ତରଳସୁନା ଏବଂ ଅଭିଯୁକ୍ତଙ୍କଠାରୁ ଲୁଟରେ ବ୍ୟବହୃତ ଗାଡିକୁ ଜବତ କରିଛି । ଏହି ଅଭିଯୁକ୍ତମାନେ ଖୋର୍ଦ୍ଧା ଥାନା ଅଂଚଳର ଆଉ ୩ଗୋଟି ଲୁଟ ମାମଲାରେ ସମ୍ପୃକ୍ତ ରହିଥିବା ତଦନ୍ତକାରୀ ଅଧିକାରୀ ବିଜୟ କେତନ ବେହେରା ସୂଚନା ଦେଇଛନ୍ତି ।

Leave A Reply