ଖୋର୍ଦ୍ଧା,୧୭ା୮: ରାଜ୍ୟରେ ମାଡିଚାଲିଛି କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଖୋର୍ଦ୍ଧା ଜିଲାରେ ସ୍ଥିତି ସଙ୍ଗିନ ଆଡକୁ ଗତି କରୁଛି । ଦୁଇଦିନ ମଧ୍ୟରେ ଭୁବନେଶ୍ୱରକୁ ବାଦଦେଇ ଜିଲ୍ଲାରେ ୪୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି ।
ତନ୍ମଧ୍ୟରେ ବାଣପୁର ରୁ ୯୭, ବାଲୁଗାଁ ରୁ ୯୪, ଟାଙ୍ଗି ବ୍ଲକ୍ ରୁ ୨୮, ଖୋର୍ଦ୍ଧା ବ୍ଲକ୍ ରୁ ୨୫, ବେଗୁନିଆ ବ୍ଲକ୍ ରୁ ୨୪, ବୋଲଗଡ ବ୍ଲକ୍ ରୁ ୪୦, ଜଟଣୀ ବ୍ଲକ୍ ରୁ ୨୩, ମେଣ୍ଢାଶାଳ ରୁ ୩୧, ବାଳକାଟିରୁ ୩୭, ବାଲିପାଟଣାରୁ ୧୮ ଏବଂ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)ରୁ ୩୫ ଜଣ ରହିଛନ୍ତି ।