Odisha news

ପୋଷ୍ୟ ସନ୍ତାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଖୋର୍ଦ୍ଧା,୨୦ା୧୧(ସ.ବୁ୍ୟ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମଗ୍ର ଭାରତ ବର୍ଷରେ ନଭେମ୍ବର ୧୪ ରୁ ନଭେମ୍ବର ୨୦ ପୋଷ୍ୟ ସନ୍ତାନ ଗ୍ରହଣ ସପ୍ତାହ କାର୍ଯ୍ୟକ୍ରମ ଚାଲୁଅଛି । ଏହି ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ୱେବିନାରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକଙ୍କର ପୋ÷ରହିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନେହୁର ଯୁବ କେନ୍ଦ୍ର ଖୋର୍ଦ୍ଧାର ତଥା ଜିଲ୍ଲାର ସମସ୍ତ ବ୍ଲକ୍ର ସ୍ୱେଚ୍ଛାସେବୀ, ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବ୍ୟକ୍ତି ବିଶେଷ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଏହି ଅବସରରେ ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସପ୍ତାହର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ । ଆଇନ ଗତ ଭାବରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଉପରେ ଗୁରୁତ ଦେଇଥିଲେ । ଏହା ସହିତ ବେଆଇନ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ ନ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବାକୁ ସେ ଏହି ୱେବିନାରରେ ଅଂଶ ଗ୍ରହଣ କରିଥିବା ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଓଡ଼ିଶାର କାର୍ଯ୍ୟକ୍ରମ ଅଧିକାରିଣୀ ସୁଜାତା ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଉପରୋକ୍ତ ବିଷୟ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ସେହିପରି ସମ୍ମାନିତ ଅତିଥି ରୂପେ ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତିର ସଭ୍ୟା ଶ୍ରୀମତୀ କାନ୍ତା ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତିର ଭୂମିକା ଉପରେ ଆଲୋକ ପାତ କରିଥିଲା । ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ବିପିନ କୁମାର ଏହି ପୋଷ୍ୟ ସନ୍ତାନ ସଚେତନତା କାର୍ଯ୍ୟକ୍ରମକୁ ଜିଲ୍ଲାର ପ୍ରତ୍ୟେକ ଗ୍ରାମରେ ପହଁଞ୍ଚାଇବା ପାଇଁ ପ୍ରତିଶୃତି ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ବିଭିନ୍ନ ଗୋଷ୍ଠୀଙ୍କୁ କୋଭିଡ଼ ନିୟମ ଅନୁଯାୟୀ ଭେଟି ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସଂଯୋଜନାରେ ଜିଲ୍ଲାରେ କାର୍ଯ୍ୟରତ ଚାଇଲ୍ଡଲାଇନ୍ ବିଭିନ୍ନ ଶିଶୁଗୃହ ଅନୁଷ୍ଠାନ ଏହି ସଚେତନତା କାର୍ଯ୍ୟକ୍ରମକୁ ସପ୍ତାହ ବ୍ୟାପି ପାଳନ କରିଛନ୍ତି ।

Leave A Reply