Odisha news

ବାଇକ ସୋରୁମ ୱାର୍କସପ୍ ରେ ନିଆଁ

0

ଖୋର୍ଦ୍ଧା,୧୩ା୧୧ : ଖୋର୍ଦ୍ଧା ସହରର ମଧ୍ୟଭାଗ ଅର୍ଥାତ୍ କୋର୍ଟ ସମ୍ମୁଖରେ ଥିବା ଏକ ବାଇକ ସୋରୁମର ୱାର୍କସପ୍ ରେ ଆଜି ସକାଳ ସମୟରେ ନିଆଁ ଲାଗି ଯାଇଥିଲା । ସୋ ରୁମ୍ ର ପଛପଟେଥିବା ୱାର୍କସପରେ ନିଆଁ ଲାଗିଥିବାରୁ ଏଥିରେ ବେଶୀ କିଛି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି ।

ସୂଚନା ନୁସାରେ, ସୋରୁମ ପଛ ପଟେ ଥିବା ଅଳିଆ ଗଦା ରେ ନିଆଁ ଲଗାଯାଇଥିଲା । ତେବେ ୱାର୍କସପ୍ ରେ ମୋବିଲ ବ୍ୟାରେଲ ଥୁଆହୋଇଥିବାବେଳେ ତାହା କଣା ହୋଇ ମୋବିଲ ବାହାରକୁ ଲିକ କରୁଥିଲା । ଉକ୍ତ ମୋବିଲ ନିଆଁ ସଂସ୍ପର୍ଷରେ ଆସିବାରୁ ନିଆଁ ଜୋର ହୋଇଥିଲା । ଖବର ପାଇ ସ୍ଥାନିୟ ଦମକଳ ବାହିନି ଘଟଣା ସ୍ଥଳରେ ପହଚିଂ ନିଆଁକୁ ଆୟତ କରିଥିଲେ ।

ଅଗ୍ନିକାଣ୍ଡରେ ପ୍ରାୟ ୪ଟି ପୁରୁଣା ବାଇକ ପୋଡିଯାଇଥିବାର ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ ଅଳିଆ ଗଦାରୁ ଲାଗିଥାଇପାରେ ବୋଲି ଅଗ୍ନିସମ ବିଭାଗ କହିଛି ।

Leave A Reply