Odisha news

ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପାଇଁ ବୈଠକ

0

ଖୋର୍ଦ୍ଧା,୧୨ା୧୧ : ଖୋର୍ଦ୍ଧା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୦ ନିମନ୍ତେ ଏକ ବୈଠକ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଚି । ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରାଜନୈତିକ ଦଳର ପ୍ରତିନିଧି ଓ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ଓ ଡେପୁଟି କଲେକ୍ଟର(ନିର୍ବାଚନ) କୁମୁଦୁନୀ ସୁବୁଦ୍ଧି ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ । ୧.୧.୨୦୨୧ ସୁଦ୍ଧା ଯେଉଁମାନଙ୍କୁ ୧୮ବର୍ଷ ହୋଇଥିବା ସେମାନଙ୍କ ନାମ ଭୋଟର ତାଲିକାରେ ଯୋଗ କରାଯାଇପାରିବ । ଯେଉଁଭୋଟରମାନେ ସ୍ଥାନାନ୍ତରିତ ବା ମୃତ ହୋଇଥିବା ସେମାନଙ୍କ ର ନାମ ଭୋଟର ତାଲିକାରୁ ବାଦ ଦିଆଯାଇପାରିବ । ୧୬.୧୧.୨୦୨୦ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ ।

ଏହି ଚିଠା(ଡ୍ରାଫ୍ଟ) ଭୋଟର ତାଲିକା ଉପଜିଲ୍ଲାପାଳ ଖୋର୍ଦ୍ଧା ଓ ଭୁବନେଶ୍ୱରଙ୍କ କାର୍ଯ୍ୟାଳୟରେ ଏହି ଦିନ ପ୍ରକାଶିତ ହେବ । ଏହାର ନକଲ ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଯିବ । ପ୍ରକାଶିତ ହେବାକୁ ଥିବା ଭୋଟର ତାଲିକାରେ ତୃଟି ଥିଲେ, ଏହାକୁ ସଂଶୋଧନ କରାଯିବ । ଏଥିପାଇଁ ନଭେମ୍ବର ୧୬ ରୁ ଆସନ୍ତା ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତି ଗ୍ରହଣ କରାଯିବ । ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାରେ ସ୍ୱତନ୍ତ୍ର ଅଭିଯାନ ନଭେମ୍ବର ୨୨ ଓ ୨୮ ଏବଂ ୬ ଓ ୧୨ ଡିସେମ୍ବରରେ କରାଯିବ । ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ଦାବି ଓ ଆପତିର ଫଇସଲା ଆସନ୍ତା ଜାନୁୟାରୀ ୫ ତାରିଖରେ କରାଯିବ । ଭୋଟର ତାଲିକାର ଚୁଡାନ୍ତ ପ୍ରକାଶନ ଜାନୁୟାରୀ ୧୫ ତାରିଖରେ କରାଯିବ ।
ବୈଠକରେ ଉପଜିଲ୍ଲାପାଳ ଖୋର୍ଦ୍ଧା ଅଶୋକ ବେଉରିଆ, ଉପଜିଲ୍ଲାପାଳ ଭୁବନେଶ୍ୱର ଦେବବ୍ରତ ସାହୁ, ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତଥିଲେ

Leave A Reply