Odisha news

ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଘାଟିତ ବରୁଣେଇ ପାଇକ ସ୍ମାରକୀସ୍ଥଳୀ ଜାଗା ହସ୍ତାନ୍ତର ପାଇଁ ଦାବି

0

ଖୋର୍ଦ୍ଧା,୩୦ା୧୦(ସ.ବୁ୍ୟ): ରାଷ୍ଟ୍ରପତିଙ୍କ ଦ୍ୱାରା ପାଇକ ସ୍ମାରକସ୍ଥଳୀ ଉଦଘାଟନର ବର୍ଷେ ବିତିବାକୁ ଯାଉଛି, କିନ୍ତୁ ଘୋଷିତ ଜାଗା ହସ୍ତାନ୍ତର ହେବାରେ ଅହେତୁକ ବିଳମ୍ବ ଘଟୁଛି । ସେଥିପାଇଁ ବରୁଣେଇ ପାଇକ ସ୍ମାରକସ୍ଥଳୀ ଠାରେ କଳିଙ୍ଗ ପାଇକ ସଂଗଠନ, ପିଣ୍ଡିକି ବାହୁବଳେନ୍ଦ୍ର ସ୍ମୃତି କମିଟି, ତାପଙ୍ଗ ପଳବେହେରା ସ୍ମୃତି ପରିଷଦ ଓ ନିଉଥିଙ୍କିଙ୍ଗ େ‘ାରମ୍ କର୍ମକର୍ତ୍ତା ଓ ସଦସ୍ୟମାନଙ୍କର ଏକ ପ୍ରତିବାଦ ସମାବେଶ କଳିଙ୍ଗ ପାଇକ ସଂଗଠନର ଉପଦେଷ୍ଟା ତଥା ଶିକ୍ଷାବିତ୍ ଭୀମସେନ୍ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ସୂଚନାଯୋଗ୍ୟ, ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ୨୦୧୯ ଡ଼ିସେମ୍ବର ୮ ତାରିଖ ଦିନ ବରୁଣେଇ ପାଇକ ସ୍ମାରକ ସ୍ଥଳ ଉଦ୍ଘାଟନ କରିଥିଲେ । ଏଠାରେ ଏକ ପାଇକ ମ୍ୟୁଜିୟମ, ସମରକଳା ଏକାଡ଼େମୀ, ଶହୀଦ ମାନକ ପ୍ରତିମୂର୍ତି ନିର୍ମାଣ କରାଯାଇ ଏହାକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ପର୍ଯ୍ୟଟନସ୍ଥଳୀ ହେବ ବୋଲି ଆଶାପୋଷଣ କରିଥିଲେ ।

ସେ ମଧ୍ୟ ପାଇକ ବିଦ୍ରୋହର ମହାନାୟକ ବକି୍ସ ଜଗବନ୍ଧୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଗଣବିପ୍ଳବରେ ଦୀର୍ଘ ଆଠ ବର୍ଷ କାଳ ଇଂରେଜ ସରକାରଙ୍କ ମନରେ ଯେଭଳି ଭିତି ସଂଚାର ହୋଇଥିଲା ତା’ର ଅବତାରଣା କରିଥିଲେ । ତେବେ ଏଯାବତ୍ ପାଇକ ସ୍ମାରକୀସ୍ଥଳ ପାଇଁ ନିରୂପିତ ଜାଗାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗକୁ ହସ୍ତାନ୍ତର କରିନାହାନ୍ତି । ନିରୂପିତ ୧୧.୪ ଏକର ଜାଗା ହସ୍ତାନ୍ତର ପାଇଁ ଅହେତୁକ ବିଳମ୍ବ ଘଟୁଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀକୁ ଏକ ସ୍ମାରକ ପତ୍ର ଦିଆଯାଇଛି । ଏ ସମ୍ବନ୍ଧରେ ଅନେକଥର ଖୋର୍ଦ୍ଧା ଜିଲ୍ଲାପାଳକୁ ଅବଗତ କରାଯାଇଛି । ତେବେ ଏ ନେଇ ଅହେତୁକ ବିଳମ୍ବ ହୋଇଚାଲିଛି ।

ଏହି କାର୍ଯ୍ୟକ୍ରମରେ କଳିଙ୍ଗ ପାଇକ ସଂଗଠନର ଉପ ସଭାପତି କୃଷ୍ଣଚନ୍ଦ୍ର ହରିଚନ୍ଦନ, ଉପଦେଷ୍ଟା ଏ÷୍ୟତିହାସିକ ସତ୍ୟବାଦୀ ବଳିଆରସିଂହ, ପ୍ରଫୁଲ୍ଲ ସାମନ୍ତରାୟ, ପିଣ୍ଡିକି ବାହୁବଳେନ୍ଦ୍ର ସ୍ମୃତି କମିଟିର ସଭାପତି ଅମରେନ୍ଦ୍ର ମହାପାତ୍ର ତଥା ପିଣ୍ଡିକିଙ୍କ ଦାୟାଦ ପ୍ରଫୁଲ କୁମାର ବାହୁବଳେନ୍ଦ୍ର, ତାପଙ୍ଗ ଦଳବେହେରା ସ୍ମୃତି ପରିଷଦର ସଂଗ୍ରାମ କେଶରୀ ଜଗଦେ୍ଦବ, ରମଜାନ୍ ଖାଁ, ରମେଶ ଚନ୍ଦ୍ର ପାତାଳସିଂହ, ରାମଚଣ୍ଡୀ ଦଳବେହେରା, ମୃତ୍ୟୁଞ୍ଜୟ ଛୋଟରାୟ, କଳିଙ୍ଗ ପାଇକ ସଂଗଠନର କାର୍ଯ୍ୟକାରୀ ସଭାପତି ଇଂ ଶିଶିର କୁମାର ନାୟକ, ନିଉଥିଙ୍କିଙ୍ଗ ଫୋରମ୍ର ସଭାପତି ନରେନ୍ଦ୍ର ପୃଷ୍ଟି ଓ ସଂପାଦକ ସଂଜୟ କୁମାର ପଟ୍ଟନାୟକ, ବିମଳ କୁମାର ଷଡଙ୍ଗÿୀ, ଅବନୀକାନ୍ତ ଜେନା, ଧରଣୀଧର ଛୋଟରାୟ, ଯଦୁପୁର ଦଳବେହେରା ସୟଦ୍ ଅବୁଲ କାଲାମ ଆଜାଦ୍, ହରପ୍ରସାଦ ମହାପାତ୍ର, ଭଗବାନ ପଶ୍ଚିମକବାଟ, ମନୋଜ କୁମାର ବୈରିଗଞ୍ଜନ, ଶିଳାଦିତ୍ୟ ପଟ୍ଟନାୟକ, କାଳିଚରଣ ଜୟସିଂହ, ସାଧୁଚରଣ ବେହେରା, ନିରଞନ ସାମନ୍ତସିଂହାର, ବିସ୍ମୟ ରଞନ ସାମନ୍ତସିଂହାର, ଗୋଦାବରୀଶ ପାଇକରାୟ ପ୍ରମୁଖ ପାଇକ ସ୍ଥଳ ଜାଗା ହସ୍ତାନ୍ତର ପାଇଁ ଦାବି ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀକୁ ଏହି ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା

Leave A Reply